କାଜଲ ପାଇଁ ପୁଣି ଦେବଦୂତ ସାଜିଲେ ସମାଜସେବୀକା ମୀରା ବାଇ ଦେଓ
ବେଗୁନିଆପଡା : ବୟସ ମାତ୍ର ୧୬ ବର୍ଷ, ହେଲେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି କାଜଲ । ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତର କୁମାରିପାରୀ ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ । ଦୀର୍ଘ ଛଅ ମାସ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ନାନା ଯନ୍ତ୍ରଣାର ଶିକାର ହୋଇଆସୁଛନ୍ତି । ଚାଷୀ ପରିବାରରେ ଜନ୍ମିତ କାଜଲ ଏବଂ ତାଙ୍କ ପରିବାର ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । […]