ଓଡିଶା

ବିଜେବି କଲେଜ MAJMC ବିଭାଗର ପ୍ରଥମ ବନ୍ଧୁ ମିଳନ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ବିଜେବି ଏମ୍.ଏ.ଜେ.ଏମ୍.ସି ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଠନ ହୋଇଥିବା ଆଲୁମିନା ଆସୋସିଏସନ୍ ର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ ଏହି ମିଳନ ପର୍ବରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଅଭିଜ୍ଞତା ବଖାଣିଥିଲେ । ଏହି ଅବସରରେ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ ପୁନଃ ସ୍ମରଣ କରି ନାଚଗୀତ ଓ ଭୋଜିଭାତର ମଜା ନେଇଥିଲେ ସମସ୍ତ ଆଲୁମିନା […]

ଓଡିଶା

ବିଜ୍ଞାନ ଶିକ୍ଷୟତ୍ରୀରୁ ପ୍ରଶାସନିକ ଅଧିକାରୀ ହେଲେ ଶ୍ୱେତାସ୍ନିଗ୍ଧା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଶିକ୍ଷୟତ୍ରୀରୁ ଓଏସ୍ ଅଫିସର । ଚଳିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ ରେ ୨୭୨ ରାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି ଶ୍ୱେତାସ୍ନିଗ୍ଧା ସାହୁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଆସୁଥିଲେ ଶ୍ୱେତାସ୍ନିଗ୍ଧା । ବିନା କୌଣସି କୋଚିଂରେ ସେ ଏହି ସଫଳତା ପାଇଛନ୍ତି । […]

ଓଡିଶା

ଆଗକୁ ଦୀପାବଳି । ମାଟି ଦୀପ ନିର୍ମାଣ କରିବାରେ ବ୍ୟସ୍ତ କୁମ୍ଭାର ପରିବାର…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଧର୍ମ ଅର୍ଜନର ମାସ ତଥା ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆଲୋକର ପର୍ବ ଦୀପାବଳି । ଦୀପାବଳୀ ପର୍ବ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ପାରଳାଖେମୁଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳରେ କୁମ୍ଭକାର ପରିବାର ମାଟିଦୀପ ତିଆରି କରିବାରେ ବ୍ୟସ୍ତ । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନହଜି ଆଜି ଯାଏଁ […]

ଓଡିଶା

ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ କାର୍ଯ୍ୟରତ ମମତା ଡିପିଏଙ୍କ ନୂଆ ଚାଲ୍…

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ କାର୍ଯ୍ୟରତ ମମତା ଡିପିଏ ସୂର୍ଯ୍ୟନାରାୟଣ ସାହୁ ନିଜକୁ ବଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଜୋରସୋର ଉଦ୍ୟମ । ଏଥିପାଇଁ ସେ ଜିଲ୍ଲାର ସମସ୍ତ ସିଡିପିଓ ଏବଂ ସୁପରଭାଇଜରଙ୍କ ନାଁରେ ଆଣିଛନ୍ତି ଲାଞ୍ଚ ନେଉଥିବା ଅଭିଯୋଗ । ଏ ଅଭିଯୋଗ କୁଆଡେ ମମତା ଡିପିଏ ସୂର୍ଯ୍ୟନାରାୟଣ ସାହୁଙ୍କ ତତ୍ୱାବଧାନରେ ରଜନୀ ମଲିକ କରିଥିବା ଜଣାପଡିଛି । ଏ ନେଇ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ […]

ଓଡିଶା

ଶିକ୍ଷକଙ୍କୁ ଗୁରୁଜୀ ଗୌରବ ସମ୍ମାନରେ ସମ୍ମାନୀତ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଗୁରୁଙ୍କୁ ଇଶ୍ୱରଙ୍କ ସହ ତୁଳନା କରାଯାଏ । ଗୋଟିଏ ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହିନ୍ଦୋଳ ବ୍ଲକ୍ ଠୋକର ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁଳଭପୂର୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜକିଶୋର ଦେହୁରିଙ୍କୁ ଗୁରୁଜୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓକେସିଏଲ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର, ଖଜୁରିଆକଟା ଦ୍ୱାରା ଏକ ଆୟୋଜିତ ସମାରୋହ ଅବସରରେ ଶ୍ରୀ ଦେହୁରିଙ୍କୁ ଏହି ସମ୍ମାନ ପ୍ରଦାନ […]

ଓଡିଶା

ସର୍ବଭାରତୀୟ ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ଚାଷୀଙ୍କ ପୁଅ ଜଗସନ୍…

ନୂଆପଡ଼ା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ସର୍ବଭାରତୀୟ ନିଟ୍ ପରୀକ୍ଷାରେ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ୯୮% ପ୍ରତିଶତ ନମ୍ବର ରଖି ନୂଆପଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଜଗସନ୍ ନାୟକ । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଫରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ବାପା ରାମଲାଲ ନାୟକ ଏବଂ ମାତା ଚଞ୍ଚଲେ ନାୟକଙ୍କ ପୁଅ ଜଗସନ ନାୟକ (୨୫) । ଜଗସନ୍ ପ୍ରଥମେ ନିଜ ଗ୍ରମାସ୍ଥିତ ସର୍ଗୀଗୁଡ଼ା […]

ଓଡିଶା

କଂଗ୍ରେସ ଦଳକୁ ମଜବୁତ କରାଇବା, ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି…

ଜଗତସିଂହପୁର, (ଏଫ୍ଟୁଏସ୍/ ରିତା ସାହୁ) : ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ଓଡ଼ିଶାର ପୁର୍ବତନ ମନ୍ତ୍ରୀ, ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ସଦରମହକୁମାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ-ବାରବାଟୀ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ […]

ଓଡିଶା

ସଫଳତାର ଅନ୍ୟନାମ କଠିନ ଅଧ୍ୟବସାୟ: ଜଗନ୍ନାଥ ପାଢୀ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଦୃଢ ଇଚ୍ଛା ଶକ୍ତି, କଠିନ ଅଧ୍ୟବସାୟ ଏବଂ ସଫଳ ହେବାର ମନୋଭାବ ହେଉଛି ତାଙ୍କର ପ୍ରେରଣା । ବିଫଳତାକୁ ସଫଳତାର ସିଡି କରିବା ଆଗେଇବା ଥିଲା ତାଙ୍କର ମୂଳମନ୍ତ୍ର । ଚଳିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ ରେ ୨୯୯ ରାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି ଜଗନ୍ନାଥ ପାଢୀ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ତାକରଡା ଗ୍ରାମର ଗୋପାଳକୃଷ୍ଣ ପାଢୀ […]

ଓଡିଶା ବ୍ୟବସାୟ

‘ମାଲବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ’ ପକ୍ଷରୁ ‘ଆର୍ଟିଷ୍ଟ୍ରି ପ୍ରଦର୍ଶନ’…

ଭୁବନେଶ୍ୱର, (ଏଫ୍ଟୁଏସ୍) : ମାଲବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଭୁବନେଶ୍ୱର ସହିଦ ନଗରସ୍ଥିତ ଶୋ’ରୁମରେ ଆର୍ଟିଷ୍ଟ୍ରି ଶୋ’ ଆରମ୍ଭ କରିଛି । ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ୩୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିବସରେ ପାରମ୍ପରିକ ତଥା ସମସାମୟିକ ଡିଜାଇନ୍ ସହିତ ବିସ୍ତୃତ ହସ୍ତତନ୍ତ ଅଳଙ୍କାରର କଳାତ୍ମକ ପ୍ରଦର୍ଶନ ହୋଇଛି । ଏହି ପ୍ରଦର୍ଶନକୁ ଡକ୍ଟର ଇତି ରାନୀ ସାମନ୍ତ, ସମ୍ପାଦକ, (କାଦମ୍ବିନୀ) ଏବଂ ମାଲାବାରର ଅନ୍ୟ ପରିଚାଳନା ସଦସ୍ୟ ଏବଂ […]

ଓଡିଶା ବ୍ୟବସାୟ

ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି ଅରୁନ୍ଧତୀ ଜୁଏଲର୍ସ…

‘ଅର୍ଘ୍ୟ’ ଓ ‘ଆରାଧ୍ୟା’ କଲେକ୍ସନ୍, ଗଢ଼ା ମଜୁରିରେ ଆକର୍ଷଣୀୟ ରିହାତିଭୁବନେଶ୍ୱର, (ଏଫ୍ଟୁଏସ୍) : ଭୁବନେଶ୍ୱର ଜନପଥରେ ଥିବା ଅରୁନ୍ଧତୀ ଜୁଏଲର୍ସ ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି । ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର ତଥା ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା, ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଏବଂ ନିର୍ଦ୍ଦେଶକ ଅରୁନ୍ଧତୀ ମେହେରଙ୍କ ଦ୍ୱାରା ନବୀକୃତ ସୋରୁମକୁ ଗ୍ରାହକଙ୍କ ଲାଗି ଉତ୍ସର୍ଗ କରାଯାଇଛି ।ଅରୁନ୍ଧତୀ ଜୁଏଲର୍ସ ନିଜର ୨୫ ବର୍ଷ […]