ଓଡିଶା କଳା ସଂସ୍କୃତି

ଜନାର୍ଦ୍ଦନପୁରରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଯାତ୍ରା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହେଉଛି । ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଆୟୋଜକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଏହି ଦିନରେ ଶନିଶ୍ଚରଙ୍କ ପୀଠକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଭକ୍ତ ନିଜର […]

ଓଡିଶା

ବରିଷ୍ଠ ନାଗରିକଙ୍କ ପାଇଁ ଗଠିତ ହେଲା “ହିନ୍ଦୋଳ ଜନସୁରକ୍ଷା ମଞ୍ଚ”

ଧନ ଜୀବନ ସୁରକ୍ଷା ସହିତ ସମାଜ ସଂସ୍କାର ନିମନ୍ତେ ମଞ୍ଚ ନେବ ପଦକ୍ଷେପଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା ସହ ସମାଜରେ କୁସଂସ୍କାର, ମାଦକ ଦ୍ରବ୍ୟ ସେବନ, ଅସାମାଜିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା ବୃଦ୍ଧି ସାଙ୍ଗକୁ ଜଙ୍ଗଲକ୍ଷୟ ସହ ହାତୀ ସମେତ ବିରଳ ବନ୍ୟପ୍ରାଣୀ ବିଲୋପ ଏବଂ ପରିବେଶ ସୁରକ୍ଷାହାନୀ ବହୁଳ ମାତ୍ରାରେ ବୃଦ୍ଧି ପାଉଛି । […]

ଓଡିଶା

ରାଜନୈତିକ ପଶାପାଲିରେ ହନ୍ତସନ୍ତ ହିତାଧିକାରୀ…

• ହିନ୍ଦୋଳରେ ପୁଣି ରାସନ ତାତି• ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ରାଜ୍ୟ ସରକାର ଗରିବ ପରିବାରକୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଇ ଦେଉଛନ୍ତି । ସେଥିପାଇଁ ଗ୍ରାମ ଗୁଡିକରେ ରାସନ ସାମଗ୍ରୀ ବିତରଣ କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ସୁବିଧାରେ ଚାଉଳ ଯୋଗାଇ ଦିଆଯାଉଅଛି । ତେବେ ହୀନ ରାଜନୀତି କରି ନିଜ ସମର୍ଥକଙ୍କ ଦ୍ୱାରା ଅଭିଯୋଗ କରାଇ ଯୋଗାଣ ବିଭାଗକୁ ହାତବାରିଶୀ କରି ହିନ୍ଦୋଳ ଉପଖଣ୍ଡରେ […]

ଓଡିଶା

ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ପଡିବ: ଉପ-ମୁଖ୍ୟମନ୍ତ୍ରୀ

• ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା• ପୋଷଣ ସମ୍ବନ୍ଧରେ ଓଡ଼ିଶାର କୋଣ ଅନୁକୋଣ ଜନସଚେତନତା ସୃଷ୍ଟି କରିବା ଉପରେ ପ୍ରାଧାନ୍ୟଭୁବନେଶ୍ୱର, (ଫ୍ରିଟୁସ୍ପିକ୍) : ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଶେଷକରି ରାଜ୍ୟକୁ କୁପୋଷଣ ମୁକ୍ତ […]

ଓଡିଶା

ଚିଟଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ…

ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦୁଇ ଥର ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିବା ନେଇ ପ୍ରକାଶ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୯୯୦ ଓ ୨୦୦୨ ମସିହାରେ ଦୁଇଥର ଚିଟଫଣ୍ଡ୍ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିଲେ । ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥାରେ ଠକେଇରେ ଶିକାର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । […]

ଓଡିଶା

ଅନ୍ଧାର ରାତ୍ରିରେ ଚାଲିଛି ରାସ୍ତା କାମ, ଦୁର୍ନୀତିର ନୂଆ ତରିକା…

ବ୍ୟାପକ ଅନିୟମିତତା ସହ ନିମ୍ନମାନର କାମ, ଅଭିଯୋଗ କଲେ ମିଳୁଛି ଧମକଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ବ୍ୟାପକ ଅନିୟମିତତା ଭିତରେ ଚାଲିଛି ରାସ୍ତାକାମ । କାର୍ଯ୍ୟସ୍ଥଳରେ ରହୁନାହାନ୍ତି ବିଭାଗୀୟ ଅଧିକାରୀ । ସେପଟେ କାମର ସଠିକ ତଦାରଖ ହେଉନଥିବାବେଳେ ସାଧାରଣ ଲୋକଟିଏ ପ୍ରତିବାଦ କଲେ ଦାଦାଗିରି କରି ଲୋକଙ୍କ ମୁହଁକୁ ଚୁପ କରିଦେଉଛି ଠିକା ସଂସ୍ଥା । ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ଢ଼ଳେଇରେ ମିଶାଯାଉଛି କମ୍ପାନୀ ପାଉଁଶ । ଏହାସହ ସିମେଣ୍ଟ ବାଲିର […]

ଓଡିଶା

ଇଣ୍ଟରନେଟ୍ ଯୁଗରେ ନେଟୱାର୍କ ପାଇଁ ସମସ୍ୟା, ମୌଳିକ ସୁବିଧାରୁ ବଞ୍ଚିତ ବାଗୁଲୀ ଗ୍ରାମବାସୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଲୀ ଗ୍ରାମ । ଏହି ଗ୍ରାମର ଦୂରାବସ୍ଥା ସମ୍ପର୍କରେ ନ କହିବା ଭଲ । ଦିନେ ନଗଡା ସମଗ୍ର ବିଶ୍ୱରେ ଓଡ଼ିଶାର ଛବିକୁ ଏକ ଗରିବ ରାଜ୍ୟର ମାନଦଣ୍ଡ ଉପରେ ଦଣ୍ଡାୟମାନ କରିଥିଲା । ଆମ ରାଜ୍ୟ ଆସନ୍ତା ୨୦୩୬ ବେଳକୁ ବିକଶିତ ରାଜ୍ୟର ଦୌଡରେ ସାମିଲ ହେବାର ସ୍ୱପ୍ନ ଦେଖୁଛି । କିନ୍ତୁ ବାଗୁଲୀ ଗ୍ରାମର […]

ଓଡିଶା

୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି ? ହୁସିଆର ! କ୍ଷୀରରେ ହେଉଛି ଅପମିଶ୍ରଣ । ଏକ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର । ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍ । ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି । କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି […]

ଓଡିଶା

ଚଳିତ ମାସ ୧୪ ତାରିଖରେ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଚଳିତ ମାସ ୧୪ ତାରିଖରେ ପାରଳାଖେମୁଣ୍ଡି, ଆର୍ ଉଦୟଗିରି, ମୋହନା ଓ କାଶୀନଗର ଅଦାଲତ ପରିସରରେ ବର୍ଷର ଶେଷ ଅର୍ଥାତ୍ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକୋଦ୍ଦମା ଓ ବିଚାରଧିନ ମକୋଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ) ଚେକ ବାଉନ୍ସ, ବ୍ୟାଙ୍କ ଋଣ, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମବିବାଦ, ଲୋକସେବା ସମ୍ବନ୍ଧୀୟ ମାମଲା, ବୈବାହିକ […]

ଓଡିଶା

ବଢ଼ୁଛି ଓମଫେଡ୍ ଘିଅର ଚାହିଦା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓମଫେଡ୍ ଘିଅର ଚାହିଦା ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓମଫେଡ୍ ୧୯୯୬-୯୭ ଆର୍ଥିକ ବର୍ଷରୁ ଘିଅ ଉତ୍ପାଦନ ଆରମ୍ଭ କରିଥିଲା । ଆରମ୍ଭରେ ଓମଫେଡ୍ ର ଉତ୍ପାଦନ କ୍ଷମତା ଥିଲା ମାତ୍ର ୪-୫ ମେଟ୍ରିକ ଟନ୍ । ସେତେବେଳେ ବିକ୍ରି ହେଉଥିଲା ମାସିକ ୧.୫ ମେଟ୍ରିକ୍ ଟନ୍ । ମାତ୍ର ଆଜିକା ଦିନରେ ଏହାର ଦୈନିକ ଉତ୍ପାଦନ କ୍ଷମତା ୧୦ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । […]