ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ
ଭୁବନେଶ୍ୱର, ୨୬/୧୧ (ନି.ପ୍ର.) : ଜୟଦେବ ବିହାରସ୍ଥିତ ‘ଉତ୍କଳ ରଙ୍ଗମଂଚ’ (ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ) ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ‘ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ତଥା ରାଜ୍ୟ ବାହାରୁ ବିଭିନ୍ନ କ୍ଲାସିକାଲ ଏବଂ ସମ୍ବଲପୁରୀ ଫୋକ୍ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ ଏବଂ ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ , ଭାରତନାଟ୍ୟମ୍, ବିହୁ ଏବଂ ସମ୍ବଲପୁରୀ ନୃତ୍ୟ ଇତ୍ୟାଦି ପରିବେଷଣ କରିଥିଲେ । […]