ଓଡିଶା

ଭୋଗରାଇରେ ବିଜେପିର ଧାରଣା

ଭୋଗରାଇ, ୨୬/୧୧ (ମିତା ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ କାର୍ଯ୍ୟ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଥାନାଛକଠାରୁ ଏକ ରାଲି ବାହାରି ବ୍ଲକ ପର୍ଯ୍ୟନ୍ତ ପହଂଚି ସେଠାରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛ । ରାଜ୍ୟ ବିଜେପି ସଭାପତିଙ୍କ ଆହ୍ୱାନ କ୍ରମେ ଓଡ଼ିଶା ସରକାରଙ୍କ ମନମୁଖୀ କାର୍ଯ୍ୟ ଓ ସରକାରୀ କର୍ମଚାରୀଙ୍କ ଶାସକ ଦଳ ପ୍ରୀତିକୁ ବିରୋଧ କରି ସାରା ଓଡ଼ିଶାର ସମସ୍ତ ବ୍ଲକ୍ […]

ଓଡିଶା

ମାଆର ଗୁହାରୀ “ମୁଁ ମୋ’ ଛୁଆକୁ ବିକିନି” !

ଭୋଗରାଇ : ମୁଁ ଗରିବ ଲୋକ ଆଜ୍ଞା । ମୋର ପେଟ ପୋଷିବାକୁ ସମ୍ବଳ ନାହିଁ । ଏତିକିରେ ମୋର ଦ୍ବିତୀୟ ସନ୍ତାନ ଜନ୍ମ ହେଲା । ସେ ପୁଅ ହେଉ ଅବା ଝିଅ । ମୁଁ ଆଉ ମୋ ସ୍ବାମୀ ପୂର୍ବରୁ ନିଷ୍ପତ୍ତି ନେଇଥିଲୁ ତାକୁ ଅନ୍ୟ ଜଣଙ୍କୁ ଦାନ କରିବୁ । ଭାଗ୍ୟକୁ ମୋର ଝିଅଟିଏ ହେଲା । ଆଉ ଆମେ ତାକୁ ସ୍ବ-ଇଚ୍ଛାରେ ଦାନ କରିଛୁ । ତାକୁ ବିକି ନାହୁଁ ଆଜ୍ଞା […]

ଓଡିଶା

କଂଗ୍ରେସ ହାତେଇବ କି ଭୋଗରାଇ ?

ଭୋଗରାଇ ରାଜନୀତି ଏବେ କ୍ରମଶଃ ସରଳ ଓ ସହଜ ହେବାରେ ଲାଗିଛି । ନିଜର ଅବସ୍ଥିତି ଓ ଜନ ସମର୍ଥନକୁ ବିଚାର ନକରି ବହୁ ଆଶାୟୀ ସୃଷ୍ଟି ହୋଇଥିଲେ ମଧ୍ୟ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡିରୁ ଗୌତମ ବୁଦ୍ଧ ଦାସ ଏବଂ ଡାକ୍ତର ସରୋଜ କୁମାର ଦାସ ମଜୁମଦାରଙ୍କ ନାମ ସର୍ବାଗ୍ରେ ରହିଛି । ଜଣେ ପାଣ୍ଡିଆନଙ୍କ ଗୁଡବୁକରେ ସ୍ଥାନ ସଂରକ୍ଷଣ କରିଥିବାବେଳେ ଅନ୍ୟ ଜଣେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସିଧାସଳଖ ସଂସ୍ପର୍ଶରେ ରହିଛନ୍ତି […]

ଓଡିଶା

ଭାଙ୍ଗିଲା ଲକଗେଟ୍ କବାଟ; ଲୁଣିପାଣି ଘେରରେ ହେକ୍ଟର ହେକ୍ଟର ଚାଷଜମି

ଭୋଗରାଇ: ଭୋଗରାଇରେ ଭାଙ୍ଗିଲା ଇଂରେଜ ଅମଳରେ ନିର୍ମିତ ଓଡ଼ିଶା କୋଷ୍ଟ କେନାଲର ୩ନଂ ରେଞ୍ଜ ଭୋଗରାଇ ଲକଗେଟ୍ କବାଟ । ଦୀର୍ଘ ବର୍ଷ ହେଲା ଏହି କବାଟ ବିପଦଜନକ ଅବସ୍ଥାରେ ଥିବାବେଳେ ଜଳ ସମ୍ପଦ ବିଭାଗର ଦାୟିତ୍ୱହୀନତା କାରଣରୁ ଏହି କବାଟ ଲୁଣିପାଣିର ଜୁଆର ମାଡ଼ରେ ନଷ୍ଟ ହୋଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫଳରେ ପାର୍ଶ୍ଵବର୍ତ୍ତୀ ହଜାର ହଜାର ହେକ୍ଟର ରବି ଧାନଚାଷ ଜମିରେ ଲୁଣି ପାଣି ପ୍ରବେଶ କରି ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି କରିଛି […]

ଓଡିଶା

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର୧୫ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଶେଷ ହେବ । ଏହି ସଫେଇ କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ, ବ୍ଲକ ଅଧକ୍ଷ, ଉପାଧ୍ୟକ୍ଷାଙ୍କ ସମେତ ସମସ୍ତ କର୍ମଚାରୀ, ମିଶନ ଶକ୍ତିର ମହିଳା ପ୍ରମୁଖ ଉପସ୍ଥିତ ଥିଲେ । ସଫେଇ କାର୍ଯ୍ୟକ୍ରମ ପରେ […]