ଜୀବନ ଚାଲିଗଲେ ବି ଜଙ୍ଗଲରେ କୁଆଁରୀ କରାଇନଦେବାକୁ ଜିଦ୍, ସରକାରୀ ପ୍ରକଳ୍ପ ପାଇଁ ୧୫ ଏକର ଜଙ୍ଗଲ ଅକ୍ସନରେ ଦେଇ ଅଡ଼ୁଆରେ ପ୍ରଶାସନ
ଭାରତମାଳା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଗାଁକୁ ଲାଗି ରହିଥିବା ଜଙ୍ଗଲରୁ ୧୫ ଏକର ଜଙ୍ଗଲ ଅକ୍ସନରେ ଦେଇ ଅଡ଼ୁଆରେ ପ୍ରଶାସନ । ପ୍ରଶାସନର ଏହି ନିଷ୍ପତିକୁ ବିରୋଧ କରି ଚାରିଖଣ୍ଡ ଗାଁର ଲୋକେ ଘଟଣା ସ୍ଥଳରେ ଏକଜୁଟ୍ ହୋଇ ଏହାକୁ ଦୃଢ ବିରୋଧ କରିଛନ୍ତି । ଖବର ପାଇ ବୋରିଗୁମ୍ମା ପୋଲିସ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇ ଘଟଣା ସ୍ଥଳରୁ ଫେରିଛନ୍ତି । ଏଭଳି ଘଟଣା […]