ଓଡିଶା

୨୦୨୪ ରେ ପୁଣି ବିଧାୟିକା ହେବା ନେଇ ପ୍ରସ୍ତୁତି ଜୋରଦାର୍…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବଡଖଇରଖମା ପଞ୍ଚାୟତ ସରଧାପୁର ଗ୍ରାମରେ ବିଧାୟିକା ପହଞ୍ଚିବା ପରେ କର୍ମୀ ଓ ସମର୍ଥକମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଏକ ପଟୁଆରରେ ଗ୍ରାମ ପରିକ୍ରମା କରାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟକୁ ନେଇଯାଇଥିଲେ । ଏହି ଅବସରରେ କଲ୍ୟାଣ ମଣ୍ଡପ, ବ୍ରାହ୍ମଣ ସାହିରେ […]

ଓଡିଶା

କୋଦଳାରେ ପିଲାଙ୍କ ନିମନ୍ତେ ଓଜନ ଉତ୍ସବ ଅନୁଷ୍ଠିତ

କୋଦଳା : କୋଦଳା ବିଜ୍ଞାପିତ ଅଞ୍ଚଳରେ ଛୋଟ ଛୋଟ ପିଲାଙ୍କ ନିମନ୍ତେ ଓଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ର ୱାର୍ଡ଼ ନମ୍ୱର ୪, ୭, ୯ ଏବଂ ୧୦ରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ସୋମବାରରେ ଶେଷ ହୋଇଛି । କାଉନସିଲର ମନୋରଞ୍ଜନ ବେହେରା, ଜିତେନ୍ଦ୍ର ପ୍ରଧାନ, ସୁରୀୟାଂଶୁ ବେହେରାଙ୍କ ସମେତ ଅଙ୍ଗନବାଡି ୱାର୍କର ରଶ୍ମିତା ବେହେରା, ରଶ୍ମିତା ପଣ୍ଡା, ରନିତା […]

ଓଡିଶା

ପ୍ରଶାସନର ଲୋକଦେଖାଣିଆ ତତ୍ପରତାକୁ ନେଇ ପ୍ରଶ୍ନ… ଦୋଷୀକୁ ଛାଡି ସାଧାରଣ ଲୋକଙ୍କ ପଛରେ ପ୍ରଶାସନ…

ବେଗୁନିଆପଡା : ଇଟା ଭାଟି କରୁଛି କିଏ ଆଉ ଏହାର ଭରଣା ସହୁଛି କିଏ ? ଧନ୍ୟ ଆମ ପ୍ରଶାସନିକ ବ୍ୟବସ୍ଥା । ବେଆଇନ ଇଟା ଭାଟି କରିଥିବା ଲୋକଙ୍କ ପ୍ରତି ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଉଛି । ଆଉ ଚେକିଂ ଆଳରେ ଧରୁଛି ସାଧାରଣ ଲୋକଙ୍କୁ । ଘର ତିଆରି ପାଇଁ ରଖାଯାଇଥିବା ଇଟାର ରୟାଲଟି ଚେକ୍ କରି ବାଃ ବାଃ ନେବା ପାଇଁ ତତ୍ପର କୋଦଳା ତହସିଲଦାର । ପ୍ରକୃତ ଦୋଷୀ ପଛେ ଚୁଲିକି […]

ଓଡିଶା

ବେଗୁନିଆପଡା ବ୍ଲକରେ ଫାଇଲେରିଆ ରେସିଓ ୬.୩୩

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଫାଇଲେରିଆ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଏଥର ଫାଇଲେରିଆ ରେସିଓ ୬.୩୩ ଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏ ନେଇ ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ସଭା ଗୃହରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ, ସୋମନାଥ ସେଠି, ଏବିଡ଼ିଓ ନିରଞ୍ଜନ ବେହେରା, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, […]

ଓଡିଶା

ମାଟ୍ରିକ ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଏନ୍ଏସି ଅଧକ୍ଷ, ଭଲ ମଣିଷ ହେବାକୁ ଦେଲେ ପରାମର୍ଶ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ପକ୍ଷରୁ ବେଗୁନିଆପଡ଼ା ବ୍ଳକରେ ମାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ତଥା ବ୍ଲକ ପାଇଁ ଗୌରବ ଆଣିଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ଏନ୍ଏସି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ବେଗୁନିଆପଡ଼ା ବ୍ଳକର ତାଳସର ଉଚ୍ଚ ବିଦ୍ୟାଳୟର ସନ୍ତୋଷ କୁମାର ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲଙ୍ଗଳେଶ୍ବର […]

ଓଡିଶା

ଗୁପ୍ତେଶ୍ୱରଙ୍କ ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗ ଦେଲେ ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍.ଛଚିନାସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଦୀର୍ଘ ୧୧ ଦିନବ୍ୟାପି ଅନୁଷ୍ଠିତ ହେଉଥିବା ଏହି ବିଶ୍ବଶାନ୍ତି ମହାଯଜ୍ଞରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଛି । ଏଥିପାଇଁ ସ୍ଥାନୀୟ ବେଗୁନିଆପଡା ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା […]

ଓଡିଶା

ଦାବି ପୂରଣ ନ ହେଲେ ସମୂହ ଛୁଟିରେ ରହିବେ ସରକାରୀ କର୍ମଚାରୀ

ବେଗୁନିଆପଡା : ମିନିଷ୍ଟେରିଆଲ କର୍ମଚାରୀଙ୍କ ଦାବି ଏବେ ରାଜ୍ୟବ୍ୟାପୀ ବଢିବାରେ ଲାଗିଛି । ବେଗୁନିଆପଡା ପରେ ପରେ ଏବେ ଏହି ଦାବି କୋଦଳା ତହସିଲରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ପାଇଁ ଦାବି ନେଇ ସଙ୍ଘ ପକ୍ଷରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯାଇଛି । ୧୯୦୦ ଗ୍ରେଡ଼ପେ କୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀ କଳାବ୍ୟାଚ୍ […]

ଓଡିଶା

ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ଦାବି

ବେଗୁନିଆପଡା : ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ଦାବି ନେଇ ସଙ୍ଘ ପକ୍ଷରୁ ଦାବି ଉପସ୍ଥାପନ ହେଇଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ପକ୍ଷରୁ କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତି । ସୂଚନା ଅନୁସାରେ କର୍ମଚାରୀମାନେ ୧୯୦୦ ଗ୍ରେଡ଼ ପେ ପାଉଥିବାବେଳେ ଏହାକୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି […]

ଓଡିଶା

ଭିଜିଲାନ୍ସ ଜାଲରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ

ବେଗୁନିଆପଡା : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ । ସୂଚନା ଅନୁସାରେ ଏହି ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ ବହୁ ହିତାଧିକାରୀଙ୍କ ଭତ୍ତା କରାଇଦେବା ପାଇଁ ବିଏସ୍ଏସ୍ଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ । ହେଲେ ଏଥିରେ ତାଙ୍କୁ କୌଣସି ସୁଫଳ ମିଳିନଥିଲା । ଏପରିକି ଭତ୍ତା କରାଇଦେବା ଲାଗି ତାଙ୍କୁ ବିଏସ୍ଏସ୍ଓ ଲାଞ୍ଚ […]

ଓଡିଶା କଳା ସଂସ୍କୃତି

ଶ୍ରୀ ଜଗନ୍ନାଥଙ୍କ ନୂତନ ରଥ ନିର୍ମାଣ ପାଇଁ ରଥ କାଠ ଅନୁକୂଳ

ବେଗୁନିଆପଡା : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ଗ୍ରାମରେ ବିଜେ ଶ୍ରୀ ଜଗନ୍ନାଥଙ୍କ ନୂତନ ରଥ ନିର୍ମାଣ ପାଇଁ ରଥ କାଠ ଅନୁକୂଳ ରତିନିତୀ ଅନୁସାରେ ସମ୍ପନ୍ନ ହୋଇଛି । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରେ ପୂଜାର୍ଚ୍ଚନା କରି ଆଜ୍ଞମାଳକୁ ବାଦ୍ୟବାଜଣା ସହକାରେ ଆଣି କୁମୁଟି ସାହିରେ ରହିଥିବା ରଥ ଖଳାରେ ପହଂଚି ରଥ କାଠକୁ ପ୍ରସନ୍ନ କୁମାର ପଣ୍ଡା ପୂଜାର୍ଚ୍ଚନା କରିବା ପରେ ବିଶ୍ୱର୍କମା ଚକ୍ରଧର ମହାରଣା କାଠକୁ ବାରିସି ମାଧ୍ୟମରେ ଛେଦନ କରି ଶୁଭାରମ୍ଭ […]