ଓଡିଶା

ନିର୍ବାଚନ ପୂର୍ବରୁ ଚାଲିଛି ପ୍ରାକ୍ ପ୍ରସ୍ତୁତି…

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ୪୬ ନଂ ଜୋନର ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଖଲ୍ଲିକୋଟସ୍ଥିତ ମା’ ନାରାୟଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ସଭାପତିତ୍ବ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ଯୁବ ସାଧାରଣ ସଂପାଦକ ପ୍ରମୋଦ ପଣ୍ଡା ଯୋଗ ଦେଇଥିଲେ । ବିଜୁ ଜନତା ଦଳର ସଙ୍ଗଠନକୁ […]

ଓଡିଶା

ଚାରିଆଡେ ଏବେ ମାଣ୍ଡିଆ କ୍ରେଜ୍…

ବେଗୁନିଆପଡା : ମାଣ୍ଡିଆ ଏବେ ନିତିଦିନିଆ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଣ୍ଡିଆର ଚାହିଦା । ମାଣ୍ଡିଆରୁ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସ୍ବାବଲମ୍ବୀ ହେବା ସହିତ ମାଣ୍ଡିଆକୁ ପ୍ରଦାନ କରିଛନ୍ତି ଏକ ନୂଆ ଟ୍ବିଷ୍ଟ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବତନ୍ତ୍ର ପରିଚୟ ଦେଇଛି ମାଣ୍ଡିଆ । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମଥର ପାଇଁ ମିଲେଟ ମିଶନକୁ […]

ଓଡିଶା

ଗାଁ ରହିଛି, ହେଲେ ବିକାଶର ଗୁଞ୍ଜରଣ ଶୂନ୍ୟ… ମୀରାବାଇ ଜାଣିଲେ ଲୋକଙ୍କ ଦୁଃଖ, ହେଲେ ସରକାର ନିରବ !

ବେଗୁନିଆପଡା : କୁହାଯାଏ ଗାଁ ବିକାଶରୁ ହିଁ ସମ୍ଭବ ହୋଇପାରେ ଦେଶର ବିକାଶ । ଆମ ଦେଶ ଭାରତ ଏକ ବିକଶୀଳ ରାଷ୍ଟ୍ର । ଏହି ବିକଶୀଳ ରାଷ୍ଟ୍ର ମଧ୍ୟରେ ରହିଛି ଆମ ରାଜ୍ୟ ଓଡିଶା । ହେଲେ ଆମ ରାଜ୍ୟର ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ଲୋକେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ । ଏମିତି ଏକ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର ତେଲିମାଳ । ବଣ […]

ଓଡିଶା

ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୋଦଳା ପୋଲିସ…

କୋଦଳା : କୋଦଳା ଥାନା ଅନ୍ତର୍ଗତ ଘଢକା କଞ୍ଚଣା ପଞ୍ଛାୟତରେ ଥିବା ଅର୍ଜୁନ ପଲିଟ୍ରି କୁକୁଡା ଫାର୍ମ କର୍ମଚାରୀ ଓ ମାଲିକଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବ ଘଟଣାରେ ପୋଲିସ ଦୁଇଜଣ ପେଶାଦାର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଗତ ଏପ୍ରିଲ ମାସ ୧୭ ତାରିଖରେ ଦୁର୍ବୁତ୍ତମାନେ ଫାର୍ମ ମାଲିକଙ୍କୁ ଫୋନ୍ ଯୋଗେ ଦାଦାବଟି ମାଗିଥିଲେ । ସେ ଚାନ୍ଦା ନ ଦେବାରୁ ଗତ ଏପ୍ରିଲ ୧୯ ତାରିଖରେ […]

ଓଡିଶା

କାଜଲ ପାଇଁ ପୁଣି ଦେବଦୂତ ସାଜିଲେ ସମାଜସେବୀକା ମୀରା ବାଇ ଦେଓ

ବେଗୁନିଆପଡା : ବୟସ ମାତ୍ର ୧୬ ବର୍ଷ, ହେଲେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି କାଜଲ । ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତର କୁମାରିପାରୀ ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ । ଦୀର୍ଘ ଛଅ ମାସ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ନାନା ଯନ୍ତ୍ରଣାର ଶିକାର ହୋଇଆସୁଛନ୍ତି । ଚାଷୀ ପରିବାରରେ ଜନ୍ମିତ କାଜଲ ଏବଂ ତାଙ୍କ ପରିବାର ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । […]

ଓଡିଶା

ପଟାଝରି ନାଳରେ କୋଡିଏ ଫୁଟର ଘାଇ, କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

ବେଗୁନିଆପଡା : କଥାରେ ଅଛି ଚାଷ ତରତର ବଣିଜ ମଠ । ବର୍ଷା ଆଗମନରେ ଚାଷୀ ବାପୁଡ଼ା କେତେ ଜତନରେ ଧାନ ରୁଆ ସାରି ବସିଥିଲା । ହେଲେ ଲଗାଣ ବର୍ଷା ଏବେ ଦାଉ ସାଧିଛି । ଲଗାଣ ବର୍ଷାରେ ଉପର ମୁଣ୍ଡରେ ପାଣି ପଡିବା ଯୋଗୁଁ ପଟାଝରି ନାଳରେ ଘାଇ ସୃଷ୍ଟି ହୋଇ ନାଳ ଭାଙ୍ଗିଯିବା ଫଳରେ ଅନେକ ଫସଲ ନଷ୍ଟ ହୋଇଛି । ଏ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ […]

ଓଡିଶା ଯ଼ୋଗାଯ଼ୋଗ

ସାହାଯ୍ୟ ଅପେକ୍ଷାରେ କାଜଲ । ସରକାରଙ୍କୁ ଆକୁଳ ନିବେଦନ କଲେ ପରିବାର ଲୋକ…

ବେଗୁନିଆପଡା : ଖୁବ୍ ଅଲିଅଳି ଥିଲା କାଜଲ । ବୟସ ମାତ୍ର ଷୋହଳ ବର୍ଷ । କୃଷକ ପରିବାରରେ ଜନ୍ମିତ କାଜଲ ଘରର ସାନ ଝିଅ । ପରିବାର କହିଲେ ବାପା ମା ଓ ତିନି ଭଉଣୀ । ଦୁଇ ବର୍ଷ ତଳେ ମାଟ୍ରିକ ପରୀକ୍ଷା ଦେଇଥିଲେ କାଜଲ । ଲକ୍ଷ୍ୟ ରଖିଥିଲେ ଆଗକୁ ଉଚ୍ଚଶିକ୍ଷିତା ହୋଇ ପରିବାରର ଦୁଃଖ ବୁଝିବେ । ହେଲେ ସେ ଏବେ ନିଜେ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି । କାଜଲ […]

ଓଡିଶା

ବିରଳ ଚକ୍ଷୁ ରୋଗରେ ପୀଡିତ ଦୁଇ ଜମଜ ସନ୍ତାନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…

ଗଞ୍ଜାମ : ଖାଉଟି କାର୍ଡରେ ନାମ ସଂଯୋଗ କଲେ ହୋଇପାରିବ ପୁତ୍ରର ଚିକିତ୍ସା । ବିରଳ ଚକ୍ଷୁ ରୋଗରେ ପୀଡିତ ଦୁଇ ଜମଜ ସନ୍ତାନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ଗ୍ରାମର ଜିତେନ୍ଦ୍ର କୁମାର ବେହେରାଙ୍କ ଆଠ ମାସର ଦୁଇଟି ଜମଜ ପୁତ୍ର ଦେବଂଶ ଓ ସିବଂଶ ବିରଳ ଚକ୍ଷୁ ରୋଗରେ ପୀଡିତ ଅଛନ୍ତି । ଡାକ୍ତରଙ୍କ କହିବା କଥା ହେଲା ଏମାନଙ୍କ ଚକ୍ଷୁରେ ରେଟିନୋ ବ୍ଳାଷ୍ଟୋମା (ଏକପ୍ରକାରର କ୍ୟାନସର) ହୋଇଛି । […]

ଓଡିଶା

ଲତିକା ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ହେଲା ରକ୍ତଦାନ ଶିବିର

ବେଗୁନିଆପଡା : ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓଙ୍କ ୮୬ତମ ଜନ୍ମ ଦିବସ ଉପଲକ୍ଷେ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୨୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ସୁବାଷ […]

ଓଡିଶା

ବେଗୁନିଆପଡା ବ୍ଳକରେ ୨୪ ହଜାର ୬୮୭ ଜଣଙ୍କୁ ମିଳିଛି ଜବ୍ କାର୍ଡ

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୧/୧୦/୨୦୨୨ ରିଖଠାରୁ ୩୧/୦୩/୨୦୨୩ ରିଖ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା । ମୋଟ ୬୪୬ ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଏଥିପାଇଁ ମୋଟ ୧୪୮୯.୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ପ୍ରକଳ୍ପରେ ୨୪ ହଜାର ୬୮୭ […]