ଓଡିଶା

ପ୍ରେମ ପାଇଁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମହିଳାଙ୍କ ଗିରଫ ଦାବି କଲେ ଗ୍ରାମବାସୀ….

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ପଂଚାୟତର କନ୍ୟାରିବାଡି ଗ୍ରାମର ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅନ୍ୟ ଜଣେ ଆସାମୀକୁ ପୋଲିସ କାହିଁକି ଗିରଫ କରୁନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଗ୍ରାମର ମହିଳା ଓ ପୁରୁଷ ବେଗୁନିଆପଡା ଥାନା ଘେରାଉ କରି ଅଭିଯୋଗ କରିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତର ଭଲ୍ୟାଝର ଗ୍ରାମର ମନୋଜ କୁମାର ସାହୁଙ୍କୁ ଗିରଫ କରି […]

ଓଡିଶା

ପ୍ରେମ ପାଇଁ ପ୍ରେମିକକୁ ରାସ୍ତାରୁ ହଟାଇଲା ପ୍ରେମିକ…

ଵେଗୁନିଆପଡ଼ା : ସାନ ଉସ୍ତ।ପଡ଼ା ପଞ୍ଚାୟତର ଜିଆରଏସ ହତ୍ୟା ମାମଲାର ହେଲା ଫର୍ଦ୍ଦଫାସ୍ । ପ୍ରେମ ହିଁ ଥିଲା ହତ୍ୟା ଘଟଣାର ମୂଳ ଉଦ୍ଦେଶ୍ୟ । ପ୍ରେମ ପାଇଁ ପ୍ରଥମେ ଧସ୍ତାଧସ୍ତି । ପରେ ଜଣେ ପ୍ରେମିକଙ୍କ ହାତରେ ଗଲା ଆଉ ଜଣେ ପ୍ରେମିକର ଜୀବନ । ଏବେ ପୋଲିସ କବଜରେ ଅଭିଯୁକ୍ତ ପ୍ରେମିକ । ଵେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତ।ପଡ଼ା […]

ଓଡିଶା

ବେଗୁନିଆପଡା ବ୍ଲକରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକାଙ୍କୁ ସମ୍ବର୍ଦ୍ଧନା…

ବେଗୁନିଆପଡା : ବିଜୁ ଶ୍ରମିକ ସାମୁଖ୍ୟରେ ସହବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକା ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେଥିମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ରହିଛନ୍ତି । ଏ ନେଇ ବେଗୁନିଆପଡା ବ୍ଲକ ସଙ୍ଘ ତରଫରୁ ବ୍ଲକ ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଏଥିରେ ବିଧାୟିକାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା […]

ଓଡିଶା

ଜନସମ୍ପର୍କରେ କୋଦଳା ଏନ୍ଏସିର ପୂର୍ବତନ ନଗରପାଳିକା ସୁନିତାପ୍ରଭା ସାହୁ । ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଦେଲେ ଉଦବୋଧନ…

ବେଗୁନିଆପଡା : ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗ ଦେଲେ କୋଦଳା ଏନ୍ଏସିର ପୂର୍ବତନ ନଗରପାଳିକା ସୁନିତାପ୍ରଭା ସାହୁ । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଏ ନେଇ ଏବେଠାରୁ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦୁଃଖସୁଖର ସାଥୀ ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ପଞ୍ଚାୟତର ଅମରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି […]

ଓଡିଶା

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକଙ୍କୁ ସହାୟତା ପ୍ରଦାନ…

ବେଗୁନିଆପଡା : ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୬୦ଟି ବର୍ଗର ଯୋଗ୍ୟ ଶ୍ରମିକ ବିନା ମୂଲ୍ୟରେ ପଞ୍ଜିକୃତ ହୋଇ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କୁ ଏକ ସହାୟତା ଶିବିର କରାଯାଇ ପଞ୍ଜିକୃତ କାର୍ଡ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ବେଗୁନିଆପଡା ବ୍ଲକ ଏସ୍. ଛଚିନାରେ ଆୟୋଜିତ ଶିବିରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା […]

ଓଡିଶା

ତେଇଶି ବର୍ଷର ଶାସନ ପରେ ବି ରାଜ୍ୟରେ ମାଳ ମାଳ ଅଭିଯୋଗ…

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଜିଲ୍ଲାପାଳ ଏଵଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଏଵଂ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଏଡ଼ିଏମ୍ ଜେନେରାଲ ରୀନା କୁମାରୀ ଖେସ ଏଵଂ ଏଡ଼ିଏମ୍ ପ୍ରିୟବ୍ରତ ସାହୁ ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ମୁଖ୍ୟତଃ ଭତ୍ତା, ରାସନ କାର୍ଡ ଏଵଂ ଆବାସ ଯୋଜନା ସମ୍ବନ୍ଧୀୟ […]

ଓଡିଶା

ବେଗୁନିଆପଡା ବ୍ଲକରେ ବିଭିନ୍ନ ଦାବିକୁ ନେଇ ତେଜିଛି କଂଗ୍ରେସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତିବାଦରେ ବେଗୁନିଆପଡା ବ୍ଲକରେ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ବପ୍ନେଶ୍ବର ମନ୍ଦିରରୁ ବ୍ଲକ ସଭାପତି ବୁଲା ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସର ନେତା ଓ କର୍ମୀମାନେ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିସିସି ସଭ୍ୟ ବିଜୟ କୁମାର ସାହୁ, ପ୍ରସନ୍ନ କୁମାର ରଥ, ପବିତ୍ର […]

ଓଡିଶା

ବେଗୁନିଆପଡାରେ ପୋଷଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା : ବେଗୁନିଆପଡା ସମନ୍ୱିତ ଶିଶୁ ଵିକାଶ ପ୍ରକଳ୍ପ ଅଧୀନରେ ଥିବା ବ୍ଲକର ୭ଟି ଅଙ୍ଗନୱାଡି ସେକ୍ଟର ଓ ବେଗୁନିଆପଡା ବ୍ଲକରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ପୋଷଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସପ୍ତାହ ଧରି ବିଭିନ୍ନ ସେକ୍ଟରରେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଅନ୍ତିମ ଦିବସରେ କୋଦଳା ଏନ୍ଏସି ଅଙ୍ଗନୱାଡି ସେକ୍ଟର, ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ଓ ବେଗୁନିଆପଡା ପଞ୍ଚାୟତ ପରିସରରେ ଏହି […]

ଓଡିଶା

ଭବିଷ୍ୟତଗଢା ମନ୍ଦିରରେ ନଷ୍ଟ କରାଯାଉଛି ପିଲାଙ୍କ ଭବିଷ୍ୟତ…

ବେଗୁନିଆପଡା : ସ୍ୱାଧୀନ ଭାରତର ପରାଧିନ ଚିତ୍ର । ଭବିଷ୍ୟତଗଢା ମନ୍ଦିରରେ ନଷ୍ଟ କରାଯାଉଛି ପିଲାଙ୍କ ଭବିଷ୍ୟତ । ଏଥିପାଇଁ ଦୋଷ ଦେବା କାହାକୁ ? ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ନା ୫ଟି ନାଁରେ ବାଃ ବାଃ ନେଉଥିବା ସରକାରଙ୍କୁ । ଏ ଚିତ୍ର ବୟାନ କରୁଛି ଯେ, ସରକାରୀ ବିଦ୍ୟାଳୟ ପ୍ରତି ଲୋକେ କାହିଁକି ମୁହଁ ମୋଡୁଛନ୍ତି । ପିଲାଙ୍କୁ ସ୍କୁଲ ମୁହାଁ କରାଇବା ଲାଗି ସରକାର ମାଗଣା ପୋଷାକ, ବହି, ଖାତା ଏପରିକି […]

ଓଡିଶା

ଚଢ଼େୟାପଡା ପ୍ରାଥମିକ ବିଦ୍ୟାଳୟରେ ଚଢେଇ ସହିତ ମଧ୍ୟାହ୍ନ ଭୋଜନ ଖାଆନ୍ତି ଛାତ୍ରଛାତ୍ରୀ

ବେଗୁନିଆପଡା : କାଉ, କୁକୁରଙ୍କ ଗହଣରେ ଚାଲିଛି ସ୍କୁଲ ମଧ୍ୟାହ୍ନ ଭୋଜନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦକୋଟ ପଞ୍ଚାୟତ ଚଢ଼େୟାପଡା ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ମଧ୍ୟାହ୍ନ ଭୋଜନ ସମୟର ଦୃଶ୍ୟ । ପିଲାଙ୍କ ପାଇଁ ଏଠାରେ ମଧ୍ୟାହ୍ନ ଭୋଜନ ଖାଇବା ଗୃହର ବ୍ୟବସ୍ଥା ନଥିବା ବେଳେ ପିଲାମାନଙ୍କୁ ପ୍ରତ୍ୟେକଦିନ ସ୍କୁଲ ଗୃହ ବାହାରେ ବସି ଖାଇବାକୁ ଦିଆଯାଏ । ଆଉ ସେଠାରେ ପିଲା ଏକା ମଧ୍ୟହ୍ନ ଭୋଜନ କରନ୍ତି ନାହିଁ । ତଙ୍କ […]