ବସନ୍ତମଞ୍ଜରୀ ଟ୍ରଷ୍ଟ ପକ୍ଷରୁ ଜନାର୍ଦ୍ଦନପୁର‐ପାଟଣା ଗ୍ରାମରେ କମ୍ବଳ ବଂଟନ
ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବସନ୍ତ ମଞ୍ଜରୀ ଫାଉଣ୍ଡେସନ ପକ୍ଷରୁ ଘସିପୁରା ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର‐ପାଟଣା ଗ୍ରାମର ଅସହାୟ ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଂଟନ କରାଯାଇଛି । ବ୍ୟଙ୍ଗକବି ଘନଶ୍ୟାମ ବୋଇତେଇଙ୍କ ସଂଯୋଜନାରେ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଟ୍ରଷ୍ଟି ଡଃ ରତିକାନ୍ତ ବରାଳ ଉପସ୍ଥିତ ରହି ୫୦ ରୁ ଉର୍ଦ୍ଧ୍ବ ଅସହାୟ ଗରିବ ବୃଦ୍ଧବୃଦ୍ଧା […]