ଓଡିଶା

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମହାମିହମ ରାଷ୍ଟ୍ରପତି…

ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତା’ପରେ ରାଷ୍ଟ୍ରପତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାର ଯାଇଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । […]

ଓଡିଶା ମନୋରଞ୍ଜନ

‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ୍‌ ଫିଲ୍ମ ପ୍ରଯୋଜିକା ଏକତା କପୁର । ରାଜ୍ୟ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘ଦି ସାବରମତୀ ରିପୋର୍ଟ’ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିସହ ରାଜ୍ୟ ସରକାର ‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସତ୍ୟକୁ ସବୁଦିନ ପାଇଁ ଲୁଚାଇ ରଖାଯାଇ ପାରିବ ନାହିଁ । ଗଣମାଧ୍ୟମ ଦେଖାଉଥିବା କଥା ଯେ ସବୁବେଳେ ସତ୍ୟ ତାହା ଯଥାର୍ଥ ନୁହେଁ […]

ଓଡିଶା

ମ୍ୟାଡମ୍ ପ୍ରେସିଡେଣ୍ଟଙ୍କ ଆଗମନକୁ ଅପେକ୍ଷା…

ଆଜି ଓଡ଼ିଶା ଆସୁଛନ୍ତି ମ୍ୟାଡମ୍ ପ୍ରେସିଡେଣ୍ଟ  । ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭୁବନେଶ୍ବରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ । ଏହାପରେ ରାଜଭବନ ଯାଇ […]

ଓଡିଶା

ଓଡିଶାରେ ଖଲିସ୍ତାନୀ ସ୍ଲିପର ସେଲ୍ ଆତଙ୍କ !

ଭୁବନେଶ୍ୱରକୁ ଖଲିସ୍ତାନୀ ଆତଙ୍କୀ ଧମକ । ବିଜୁ ପଟ୍ଟନାୟକ ବିମାନ ବନ୍ଦର ଉପରେ ଆକ୍ରମଣ କରିବା ଚେତାବନୀ ଦେବା ସହ, ଲୋକସେବା ଭବନ ଉପରେ ଯେଉଁ ବ୍ୟକ୍ତି ଖଲିସ୍ତାନୀ ପତାକା ଉଡାଇବ ତାକୁ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି । ଯାହାକୁ ନେଇ ସମଗ୍ର ଭୁବନେଶ୍ୱରରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ କରଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ […]

ଓଡିଶା

କାହା ସ୍ୱାର୍ଥରେ ମନରେଗା ଜନଶୁଣାଣୀ ?

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଭାରତ ସରକାରଙ୍କର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠାଇଛନ୍ତି ଗାଁ ସାଥି ସଂଘ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଜନ ଶୁଣାଣିରେ ଗାଁ ସାଥୀ(ମେଟ୍), ଜବ୍ କାର୍ଡ ଧାରୀମାନଙ୍କୁ ନ ଡାକି ସରକାରୀ ଚାକିରି କରିଥିବା ଗ୍ରାମ ରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା […]

ଓଡିଶା

ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକଙ୍କ ବିୟୋଗ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକଙ୍କ ଅକାଳ ବିୟୋଗରେ ସାରା ହିନ୍ଦୋଳ ସ୍ତବ୍ଧ । ଖବରରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା (୭୦)ଙ୍କର ଅସୁସ୍ଥତା ହେତୁ ନିଜ ବାସଭବନ ନୂଆକୋଟ ଡିହସାହିରେ ପରଲୋକ ହୋଇଯାଇଛି । କ୍ଷିରୋଦ କିଛି ଦିନ ଧରି ସ୍ନାୟୁଗତ ରୋଗରେ ଆକ୍ରାନ୍ତ ହେବାସହ […]

ଓଡିଶା

କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍: ୩ ଆହତ, ୨ଅଟକ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ପଞ୍ଚୁକୋଟ ଗ୍ରାମରେ ସ୍କୁଲ ଛାତ୍ରୀକୁ କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍ । ଫଳରେ ଉଭୟ ପକ୍ଷରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଦୁଇଟି ବାଇକକୁ ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଉଭୟପକ୍ଷରୁ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାରୁ ପ୍ରକାଶ ଯେ, ପଞ୍ଚୁକୋଟ ଗ୍ରାମର ପଲେଇ ମାର୍ଥାଙ୍କ ଅଷ୍ଟମଶ୍ରେଣୀ ଝିଅକୁ ସେହି ଗ୍ରାମର ପ୍ରଧାନ […]

ଓଡିଶା

ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ବ୍ୟତିକ୍ରମ । ୟୁଟୁବ ଏବଂ ଫେସବୁକ୍ ପ୍ରେମରେ ବାଇ ଉଚ୍ଚ ପଦସ୍ଥ ଅଧିକାରୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୧ଟି ବିଭିନ୍ନ ଅଭିଯୋଗପତ୍ର ପଞ୍ଜିକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦୦ଟି ବ୍ୟକ୍ତିଗତ, ୨ଟି ଗୋଷ୍ଠୀ ସମସ୍ୟା, ୩ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ୬ଟି ରେଡକ୍ରସ୍ ସମ୍ବନ୍ଧୀୟ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୨୯ଟି ଅଭିଯୋଗର ଆପୋସ ଫଇସଲା ହୋଇଥିଲା । ରେଡକ୍ରସ୍ ଓ ମୁଖ୍ୟମନ୍ତ୍ରୀ ରିଲିଫି […]

ଓଡିଶା

ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣ, ବନ୍ଧା ହେଲେ ୧୦ ଜଣ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣଙ୍କୁ ବାନ୍ଧିଲା ପୋଲିସ୍‌ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା ପୋଲିସ୍ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଗତକାଲି ସନ୍ଧ୍ୟାରେ ଯାଜପୁର […]

ଓଡିଶା

ଆଉ ନାହାନ୍ତି ଭେଟରାନ୍ ନେତା ସମୀର ଦେ…

ପରପାରିରେ ଭେଟରାନ୍ ନେତା ସମୀର ଦେ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି […]