ଓଡିଶା

ଶହୀଦ ବିର୍ସାମୁଣ୍ଡା ଓ ବାବା ତିଲକା ମାଝୀଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ…

ବାଲେଶ୍ୱର, ୧୬ ନଭେମ୍ବର : ଆଦିବାସୀଙ୍କର ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜମୁନାଠାରେ ଜାତୀୟ କଂଗ୍ରେସର ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ଶହୀଦ ବିର୍ସାମୁଣ୍ଡା ଓ ବାବା ତିଲକା ମାଝୀଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଆଦିବାସୀ ଭାଇମାନେ ବିର୍ସାମୁଣ୍ଡାଙ୍କ ଭଳି ହେବା ଉଚିତ ବୋଲି କହିଥିଲେ ନବଜ୍ୟୋତି । […]

ଓଡିଶା

ବାଲିଆପାଳରେ ଧୁମଧାମରେ ପାଳିତ ହୋଇଯାଇଛି ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ…

ବାଲିଆପାଳ : ଗତ ବୁଧବାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଧୁମଧାମରେ ପାଳିତ ହୋଇଥିବା ବେଳେ ଗତକାଲି ନନ୍ଦୋତ୍ସଵ ପାଳିତ ହୋଇଯାଇଛି । ଏ ନେଇ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ବାସୁଦେବପୁରରେ ଯୁବକଙ୍କୁ ନେଇ ଭାଗବତଟୁଙ୍ଗିରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲଗୋପାଳଙ୍କର ପୂଜାର୍ଚ୍ଚନା ଯଥାରୀତି କରାଯାଇଥିଲା । ଅପରାହ୍ନରେ ଟୁଙ୍ଗୀର ସମସ୍ତ ଯୁବକ ତଥା ଗ୍ରାମବାସୀଙ୍କ ସହଯୋଗରେ ନଗର ପରିକ୍ରମା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ […]

ଓଡିଶା

ନୀଳଗିରି ବିଜେପି ପକ୍ଷରୁ ବାର ଦଫା ଦାବି ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେପି ପକ୍ଷରୁ ବିଧାୟକଙ୍କ ନେତୃତ୍ଵରେ ବାର ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଅବସରରେ ନୀଳଗିରି ବିଜେପି କାର୍ଯ୍ୟାଳୟରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରି କୃଷକମାନଙ୍କର ସମସ୍ୟା ଯଥା କୃଷକମାନଙ୍କ ପାଇଁ ଆସୁଥିବା ସବସିଡ ବାଟମାରଣା, ଧାନ କିଣାରେ ଦୁର୍ନୀତି, ସାର […]

ଓଡିଶା କଳା ସଂସ୍କୃତି

ବସ୍ତାରେ ପଞ୍ଜିକୃତ କଳା ସଂସ୍କୃତି ସଂଘର ସମାବେଶ ଅନୁଷ୍ଠିତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦରଡା ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପରେ ପଞ୍ଜିକୃତ କଳା ସଂସ୍କୃତି ସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଉଦଘାଟକ ଭାବେ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂଗଠନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଆହ୍ବାନରେ ଅତିଥିଙ୍କ ସହିତ କଳାକାରମାନେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଦରଡା ସାମଲ କଲ୍ୟାଣ ମଣ୍ଡପରୁ ଦରଡା ଶିବ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ କଳା […]

ଓଡିଶା

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । ଏ ନେଇ ବିଇଓ କାର୍ଯ୍ୟାଳୟରେ ଦାବି ରଖିଛନ୍ତି ଉଭୟ ପକ୍ଷ । ରାମଚନ୍ଦ୍ରପୁର ବିଦ୍ୟାଳୟରେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଇ ଆସୁଛନ୍ତି । ଗୋଟେ ପଟେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟ ସଠିକ୍ ମାନର ରହିଥିବା ଦୃଢୋକ୍ତି ପ୍ରକାଶ କରିବା ସହ […]

ଓଡିଶା

ଚାରିଆଡେ ଖାଲି ସାପ ସାପ…

ବାଲେଶ୍ୱର : ସ୍ବତନ୍ତ୍ର ପ୍ଲାଷ୍ଟିକ ପେଡି ଭିତରେ ରହିଛି ବିଷଧର ସାପ । ଫଁ ଫଁ ଗର୍ଜନ କରୁଛନ୍ତି ସାପ । ଗୋଟେ କି ଦୁଇଟା ସାପ ନୁହେଁ, ଏମିତି ୨୬ଟି ପେଡି ଭିତରେ ବନ୍ଧା ହୋଇଛି ବିଷଧର ସାପ । ଏ ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧିନ ନୂଆଁ ଗାଁ, ପଞ୍ଚୁପାଲି ଅଞ୍ଚଳର । ଜଣେ ବ୍ୟକ୍ତିଙ୍କ ଘରୁ ଏହି ସାପକୁ ଉଦ୍ଧାର କରାଯାଇଛି । ଚାନ୍ଦିପୁର ବନବିଭାଗକୁ ସାପ ଚୋରା […]

ଓଡିଶା

ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାପୀଠ, ବେଲଦାରେ ସ୍ବାଧୀନତା ଦିବସ ପାଳିତ

ବାଲେଶ୍ବର : ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଲଦାରେ ୭୭ତମ ସ୍ବାଧୀନତା ଦିବସ ମହାଡମ୍ବରରେ ପାଳିତ ହୋଇଯାଇଛି । ସିଆଁରୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଓ ଭୋଗରାଇ ପଞ୍ଚାୟତ ସମିତି ସଭ୍ୟ ତଥା ଦରଦୀ ଯୁବନେତା ଆଶିଷ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ସୁନାରାମ ବେହେରା, ସ୍କୁଲର ଶିକ୍ଷକ-ଶିକ୍ଷିକା, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କଦ୍ୱାରା ପରେଡ କାର୍ଯ୍ୟକ୍ରମ […]

ଓଡିଶା

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଭୋଗରାଇ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଇଯାଇଛି । ଏଥିରେ ଭୋଗରାଇର ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଶହ ଶହ ସଂଖ୍ୟାରେ ସାମିଲ ହୋଇଥିଲେ । ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଆୟୋଜିତ ତ୍ରିରଙ୍ଗା ରାଲି ଭୋଗରାଇ ବ୍ଲକରୁ ଆରମ୍ଭ ହୋଇ ଥାନାଛକ ହେଲିପ୍ୟାଡ ପଡ଼ିଆ ପରିଭ୍ରମଣ କରି ଗ୍ରାମ୍ୟ ଉଚ୍ଚ ପ୍ରତିଷ୍ଠାନ ଜଳେଶ୍ବରପୁରରେ ଶେଷ ହେଇଥିଲା । ଏହି ଯାତ୍ରାକୁ ସହଯୋଗ କରିଥିଲେ ସୁବ୍ରତ […]

ଓଡିଶା ମନୋରଞ୍ଜନ

ପଞ୍ଚଲିଙ୍ଗେଶ୍ବର ପୀଠର ରୂପାନ୍ତର ପାଇଁ ଖର୍ଚ୍ଚ ହେବ ୧୫ କୋଟି ୫୮ ଲକ୍ଷ ଟଙ୍କା…

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ହେବ ରୂପାନ୍ତର । ଏଥିପାଇଁ ଖର୍ଚ୍ଚ ହେବ ୧୫ କୋଟି ୫୮ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ଏ ନେଇ ଅର୍ଥ ମଞ୍ଜୁର କରିଛନ୍ତି । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିବାବେଳେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମଧ୍ୟ ଧନ୍ୟବାଦ ଦିଆଯାଇଛି ।  ସେପଟେ କଂଗ୍ରେସ କହୁଛି ଅବହେଳିତ ପଞ୍ଚଲିଙ୍ଗେଶ୍ଵର […]

ଓଡିଶା ଯ଼ୋଗାଯ଼ୋଗ

ହଜିଯାଇଥିବା ପୁଅକୁ ଖୋଜିବାକୁ ଅନୁରୋଧ…

ବାଲେଶ୍ବର : ସ୍କୁଲକୁ ଯିବାବେଳେ ରାସ୍ତାରୁ ନିଖୋଜ ହୋଇଗଲା ଦଶମ ଶ୍ରେଣୀ ଛାତ୍ର । ଘଟଣାକୁ ବିତିଗଲାଣି ୪ ଦିନ । ହେଲେ ଏପର୍ଯ୍ୟନ୍ତ ମିଳୁନି ନନ୍ଦୁର ପତ୍ତା । ପୁଅର ନିଖୋଜ ହେବା ଘଟଣା ପରଠୁ ପରିବାରରେ ଦୁଃଖର ଛାଇ । ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଓଳିନ୍ଦା ଗ୍ରାମର ସଞ୍ଜୟ ମହାପାତ୍ରଙ୍କ ଏକ ମାତ୍ର ପୁଅ ନନ୍ଦ କିଶୋର ମହାପାତ୍ର […]