ଓଡିଶା

ମରଣଯନ୍ତା ପାଲଟିଛି ଉପଜିଲ୍ଲାପାଳଙ୍କ ପଶ୍ଚିମ ପାର୍ଶ୍ୱ ରାସ୍ତା…

ନୀଳଗିରି, (ଏଫ୍ଟୁଏସ୍/ ସଚିଦାନନ୍ଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପଶ୍ଚିମ ପାର୍ଶ୍ୱରେ ଥିବା ରାସ୍ତା ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଓ ସରକାରୀ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ରାସ୍ତାରେ ଥିବା ଖାଲୁଅରେ ପଡି ଆହତ ହୋଇ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେବାର ନଜିର ରହିଛି । ବାରମ୍ବାର ଦୁର୍ଘଟଣା ଘଟିବା ପରେ ନୀଳଗିରି ବରିଷ୍ଠ ନାଗରିକ ମଞ୍ଚ […]

ଓଡିଶା

କଳାକାରଙ୍କୁ ମିଳୁନି ସେମାନଙ୍କର ପ୍ରାପ୍ୟ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି…

ମୁଁ ବି କଳାକାର, ମୋର ଦୁଃଖ ସଂସ୍କୃତି ବିଭାଗ କେବେ ବୁଝିବ ?ବାଲେଶ୍ୱର, (ଏଫ୍ଟୁଏସ୍) : କଳାକାରମାନଙ୍କ ସୁବିଧା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତିଆରି କରିଥିଲା ଅନଲାଇନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ବ୍ୟବସ୍ଥା CTMS । ଏହାଦ୍ୱାରା ସମସ୍ତ ବର୍ଗର କଳାକାର ଘରେ ବସି କାମ ପାଇବାର ସୁଯୋଗ ପାଇବା ସହ କାର୍ଯ୍ୟକ୍ରମ ପରିବେଷଣର ୧୫ ଦିନ ଭିତରେ ସେମାନଙ୍କର ପ୍ରାପ୍ୟ ପାଇବାର ବ୍ୟବସ୍ଥା ରହିଥିଲା । ଏହି ବ୍ୟବସ୍ଥା ଏତେ […]

ଓଡିଶା

୨୦ ଫୁଟ ତଳକୁ ଓଲଟିଲା ତୀର୍ଥଯାତ୍ରୀ ବସ୍, ଅଧା ରହିଗଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ !

ବାଲେଶ୍ୱର: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା । ଅଧା ରହିଗଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ । ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଓଲଟିଲା ତୀର୍ଥଯାତ୍ରୀ ବସ୍ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଯାଇଛି ୬ଜଣ ତୀର୍ଥ ଯାତ୍ରୀଙ୍କ ଜୀବନ । ସେପଟେ ୨୩ ରୁ ଉଦ୍ଧ୍ୱର୍ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଆହତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି […]

ଓଡିଶା

ଓଡିଶାର ପ୍ରଥମ ସର୍ବବୃହତ ହାଇଜେନିକ ଫିସ୍ ମାର୍କେଟ ପାଇଁ ଭିିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର, (ଏଫ୍ଟୁଏସ୍) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦାରେ ହେବ ଓଡିଶାର ପ୍ରଥମ ଏବଂ ଭାରତର ଦ୍ୱୀତୀୟ ସର୍ବବୃହତ ହାଇଜେନିକ ଫିସ୍ ମାର୍କେଟ ଏବଂ ପ୍ରୋସେସିଂ ପ୍ଲାଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଭିିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ହାଇଜେନିକ ଫିସ୍ ମାର୍କେଟ ପାଇଁ ୭୮ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର । ଏଠାରେ ମାଛ […]

ଓଡିଶା

ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍…

ବାଲେଶ୍ୱର : ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍ । ଡ୍ରାଇଭର ସମେତ ୧୫ ଯାତ୍ରୀ ଗୁରୁତର । ସୂଚନା ଅନୁଯାୟୀ ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ନୁପୁର ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ଆଗ ଚକା ଫାଟି ଯିବାରୁ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡରେ ଥିବା ଏକ ଗଛକୁ ଶକ୍ତ ଧକ୍କା […]

ଓଡିଶା

ଏଥର ବିଜେଡ଼ି ନାରା ବିଦେଶୀ ହଟାଓ ନୀଳଗିରି ବଞ୍ଚାଓ…

ନୀଳଗିରି, ୦୮/୫ : ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ନାମାଙ୍କନପତ୍ର ଦାଖଲ ପୁର୍ବରୁ ପ୍ରଚାର ଆରମ୍ଭ କରି ଦେଇଛି ବିଜେଡ଼ି । ପ୍ରଥମେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଥିବା ଦାଣ୍ଡକାଳୀ ମନ୍ଦିରରୁ ପୁଜା ଅର୍ଚ୍ଚନା କରି ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଖନ୍ତାପଡ଼ା ପଦାଗାଁ ଚସାଖଣ୍ଡ ବାଉଁଶବଣିଆ ମିରିଗିଣି ହୋଇ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସାରି ସଜନାଗଡ଼ ସ୍ଥିତ ମା ଭୂଧାରଚଣ୍ଡି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ତୃଣମୂଳ ସ୍ତରରେ ପ୍ରଚାର ପାଇଁ ନିଦେ୍ର୍ଦଶ ଦିଆଯାଉଛି […]

ଓଡିଶା

ନୀଳଗିରିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ…

ନୀଳଗିରି, ୦୬/୫ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ଉପରେ ଭରସା କରି ଦଳ ତାଙ୍କୁ ଟିକେଟ ପ୍ରଦାନ କରିଛି । ଅକ୍ଷୟଙ୍କୁ ଟିକେଟ୍ ମିଳିବା ପରେ ନୀଳଗିରି କଂଗ୍ରେସ ମହଲରେ ଖୁସିର ଲହରି ଖେଳିଯାଇଛି । ଅକ୍ଷୟ କୁମାର ଆଚାର୍ଯ୍ୟ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ […]

ଓଡିଶା

କୁଲଡିହା ଅଭୟାରଣ୍ୟରେ ଗୁଳିମାଡ଼ : ଦୁଇ ସବୁଜ ବାହିନୀ ଆହତ, ଦୁଇ ଶିକାରୀ ଗିରଫ…

ବାଲେଶ୍ୱର, ୧୯/୩ : କୁଲଡିହା ଅଭୟାରଣ୍ୟରେ ଗୁଳିମାଡ଼ରେ ଦୁଇ ସବୁଜ ବାହିନୀ ଆହତ ଦୁଇ ଶିକାରୀ ଗିରଫ । ନୀଳଗିରି କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଦୁଇ କର୍ମଚାରୀ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଘଟଣାରେ ଦୁଇ ଶିକାରୀଙ୍କୁ ଗିରଫ୍ କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୁଲଡିହା ଅଭୟାରଣ୍ୟର ପଂଚଲିଙ୍ଗେଶ୍ୱର ବିଟ ଅଧୀନ ଜଙ୍ଗଲରେ ଶିକାର କରିବାକୁ ଯାଉଥିବାବେଳେ ବନବିଭାଗ ହାବୁଡ଼ରେ ପଡିଯାଇଥିଲେ । ଦେଶୀବନ୍ଧୁକରୁ ଗୁଳି ଫୁଟି ଦୁଇଜଣଙ୍କ ଗୋଡ଼ରେ […]

ଓଡିଶା

ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର…

ନୀଳଗିରି, ୫/୧ (ସଚିଦାନଁଦ ପାତ୍ର) : ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳି ପାଉଁଶ ହୋଇଯାଇଛି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସିଆଡିମାଳ ପଂଚାୟତର ଶିଆଳ ଘାଟି ଗାଁରେ । ଗାଁର କାଳନ୍ଦ୍ରୀ ସିଂଙ୍କ ଘରେ ଲାଗିଛି ନିଆଁ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ସମ୍ପୂର୍ଣ ଘରି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ କେମିତି ଲାଗିଲା ତାହା ଜଣା ପଡ଼ି […]

ଓଡିଶା

ଖନ୍ତାପଡ଼ା ଷ୍ଟେସନକୁ ନବୀକରଣ ପାଇଁ ପତ୍ର ଲେଖିଲେ ବିଧାୟକ…

ନୀଳଗିରି, ୨୫/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖନ୍ତାପଡ଼ା ଦେଇ ଯାଇଥିବା ଦକ୍ଷୀଣ ପୂର୍ବ ରେଳପଥର ଖନ୍ତାପଡ଼ାରେ ଏକ ଷ୍ଟେସନ ରହିଛି । ଦୀର୍ଘଦିନ ଧରି ଏହି ଷ୍ଟେସନର ଉନ୍ନତିକରଣ ହୋଇନାହିଁ । ପନ୍ଦର ଗୋଟିରୁ ଉଦ୍ଧ୍ୱର୍ ପଞ୍ଚାୟତର ରେଳଯାତ୍ରୀ ଏହି ଷ୍ଟେସନରୁ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରିଆସୁଛନ୍ତି । ଯାତ୍ରୀମାନେ ଖରା ବର୍ଷା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତଦ୍ ବ୍ୟତୀତ ଏହି ଷ୍ଟେସନରେ […]