ଓଡିଶା

ଠାକୁରଗଡ଼ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ୨୦୨୪ ପାଳିତ

ଆଠମଲ୍ଲିକ, ୬/୧ (ଧନଞ୍ଜୟ ନାୟକ) : ଅନୁଗୋଳ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବିଭାଗ ସହାୟତାରେ ଠାକୁରଗଡ଼ ଥାନା ଅଧିକାରୀ ନଟବର ନନ୍ଦଙ୍କ ନେତୃତ୍ୱରେ ଷୋଳପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଥାନା ପୁଲିସ କର୍ମଚାରୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଠାକୁରଗଡ଼ କଲେଜ ପରିସରରୁ ଏହି ଶୋଭାଯାତ୍ରା ବାହାରି ଠାକୁରଗଡ଼ ଗ୍ରାମ ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରିବା ସହ ନିୟମିତ ଗାଡି ଚଳାଇବା ସମୟରେ ହେଲମେଟ ଓ […]

ଓଡିଶା

ମାଛ କିଣନ୍ତୁ ପୁରସ୍କାର ଜିତନ୍ତୁ, ଅଭିନବ ଉପାୟ ଆପଣାଇଛନ୍ତି ମାଛ ବ୍ୟବସାୟୀ…

ଆଠମଲ୍ଲିକ, ୫/୧ (ଧନଞ୍ଜୟ ନାୟକ) : ବିଗତ ଏକ ବର୍ଷ ଧରି ଏକ କୁ୍ୟଣ୍ଟାଲରୁ ଅଧିକ ମାଛ କିଣିଥିବା ଗ୍ରାହକଙ୍କୁ ଲଟେରୀ ମାଧ୍ୟମରେ ଭେଟି ଦେଇଛନ୍ତି ମାଛ ବ୍ୟବସାୟୀ ସୁମନ୍ତ ବେହେରା । ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ମେଡ଼ିକାଲ ପାଖରେ ଥିବା ବେହେରା ମାଛ ଭଣ୍ଡାରରୁ ଗତ ଜାନୁଆରୀ ୨୦୨୩ ରିଖଠାରୁ ଡିସେମ୍ବର ୨୦୨୩ ରିଖ ପର୍ଯ୍ୟନ୍ତ ଏକ କୁ୍ୟଣ୍ଟାଲରୁ ଅଧିକ ମାଛ ୭୦୦ ଜଣ କିଣିଥିଲେ ଏବଂ କୁପନ ପାଇଥିଲେ । ଏହାର ଅନ୍ତିମ ଦିବସରେ […]

ଓଡିଶା

ଷୋଳପଦା ଡ଼ିଗ୍ରୀ କଲେଜରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ…

ଆଠମଲ୍ଲିକ, ୪/୧ (ଧନଞ୍ଜୟ ନାୟକ) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଷୋଳପଦା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, କଲେଜ ଅଧ୍ୟାପିକା ପ୍ରତିମା ବାଘଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଠମଲ୍ଲିକ ଉପଜିଲ୍ଲାପାଳ ଡ଼. ଜିତେନ୍ଦ୍ର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । […]

ଓଡିଶା

ଅଟୋ ଚାଳକଙ୍କ ମହାନତା, ଅସହାୟ ଲୋକଙ୍କୁ ବାଣ୍ଟିଲେ କମ୍ବଳ…

ଆଠମଲ୍ଲିକ, ୨୬/୧୨ (ଧନଞ୍ଜୟ ନାୟକ) : ପେଶାରେ ସେ ଜଣେ ଅଟୋ ଚାଳକ । ହେଲେ ସମାଜସେବା ପ୍ରତି ତାଙ୍କର ମନୋବଳ ତାଙ୍କୁ ଏକ ଦରଦୀ ମଣିଷ ଭାବେ ଗଢି ତୋଳିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ଗ୍ରାମ ପଞ୍ଚାୟତ ଧୋଡାଖୋଳ ଗ୍ରାମର ଯୁବ ସମାଜସେବୀ ସଞ୍ଜୟ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ କୋରାବ, ଧାତୁକିବାହଲ, ଘଣାଯୋଡ଼ି, କଳଚିକଟା ଗ୍ରାମରେ ଥିବା ବହୁ ନିରାଶ୍ରୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଯୁବକ ଯୁବତୀ, ବିଧବା ମହିଳାଙ୍କୁ ପ୍ରବଳ […]

ଓଡିଶା

ଆଠମଲ୍ଲିକରେ ବିଜେପିର ଡଙ୍କା, ବିଜେପିରେ ମିଶିଲେ ଶତାଧିକ ମହିଳା କର୍ମୀ…

ଆଠମଲ୍ଲିକ, ୨୬/୧୨ (ଧନଞ୍ଜୟ ନାୟକ) : ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ଛାଡି ଫୁଲ ଧରୁଛନ୍ତି ଅନେକ କର୍ମୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନହୁଲା ପଞ୍ଚାୟତର ମିଣ୍ଡୋଳ ଗ୍ରାମରେ ବିଜେପିରେ ମିଶିଛନ୍ତି ଶତାଧିକ ମହିଳା । ଯୁବନେତା ସଂଗ୍ରାମ ମହାପାତ୍ରଙ୍କ ଉପସ୍ଥତିରେ ବିଜେଡି ଓ କଂଗ୍ରେସ ଛାଡ଼ି ବହୁ ନେତା ଓ ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଶେଷ କରି ବହୁ ସଂଖ୍ୟାରେ ମହିଳା […]

ଓଡିଶା

ଷୋଳପଦାରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

ଆଠମଲ୍ଲିକ, ୨୫/୧୨ (ଧନଞ୍ଜୟ ନାୟକ) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ର ଷୋଳପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ –ଓ, ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଥିରେ ବାଲ୍ୟ ବିବାହ ପ୍ରଥା, ପ୍ଲାଷ୍ଟିକ ବର୍ଜନ, ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସଚେତନ କରାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳକୁଦ ଆରମ୍ଭ ହୋଇଥିଲା । ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ରୂପେ ଯୋଗ […]

ଓଡିଶା

କନ୍ତପଡ଼ାରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ, ୨୫/୧୨ (ଧନଞ୍ଜୟ ନାୟକ) : ଆଠମଲ୍ଲିକ ବ୍ଲକର କନ୍ତପଡ଼ା କ୍ଲଷ୍ଟରରେ ୧୬ଟି ଟିମକୁ ନେଇ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କନ୍ତପଡ଼ା ହାଇସ୍କୁଲ ଖେଳ ପଡିଆଠାରେ ତିନିଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା । କନ୍ତପଡ଼ା ହାଇସ୍କୁଲ ଶାରିରୀକ ଶିକ୍ଷା ଶିକ୍ଷକ ବୀରେନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଗୁଡ଼ିକ […]