ଉତକ୍ଷେପଣ ହେଲା ଭାରତର ପ୍ରଥମ ହାଇବ୍ରିଡ୍ ରକେଟ୍ ଏପିଜେଏକେଏସଏଲ୍ଭି ୧୫୦ ପିକୋ ଉପଗ୍ରହ
କୋଟପାଡ଼ : ଡକ୍ଟର କଲାମ ସାଟେଲାଇଟ୍ ମିଶନରେ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଲେ କୋଟପାଡର ୧୦ ଜଣ ଛାତ୍ରଛାତ୍ରୀ । ଡକ୍ଟର ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ, ହାଉସ୍ ଅଫ୍ କଲାମ, ସ୍ପେସ୍ ଜୋନ୍ ଇଣ୍ଡିଆ ଏବଂ ମାର୍ଟିନ୍ ଗ୍ରୁପ୍ ସହଯୋଗରେ ଆୟୋଜିତ ଡକ୍ଟର ଏପିଜେ ଅବଦୁଲ କଲାମ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ମିଶନ ୨୦୨୩ରେ ଅଂଶ ଗ୍ରହଣ କଲେ ଓଡିଶାର କୋରାପୁଟ ଜିଲ୍ଲା କୋଟପାଡ଼ ସହରର ୧୦ ଜଣ ଛାତ୍ରଛାତ୍ରୀ । […]