ଓଡିଶା

ମ୍ୟାଜିକ୍ ନମ୍ବର ପାର୍ କଲା ବିଜେପି । ରାଜ୍ୟରେ ୭୭ ଆସନରେ ଆଗୁଆ ବିଜେପି…

ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟଗଣତିରେ ରାଜ୍ୟରେ ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୧୪୫ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୭୭ଟି ସିଟରେ ଆଗୁଆ ରହିଛି ବିଜେପି । ସେହିପରି ୫୩ଟି ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ଘଷିପୁରା ଆସନରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି । […]

ଓଡିଶା

6104 ଖଣ୍ଡ ଭୋଟରେ ଆଗୁଆ ଭର୍ତ୍ତୁହରି ମହତାବ…

କଟକ ଲୋକସଭା ଆସନରୁ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଭର୍ତ୍ତୁହରି ମହତାବ । କଟକ ସଂସଦୀୟ କ୍ଷେତ୍ରରେ ଭର୍ତ୍ତୁହରିଙ୍କ ସହିତ କଡା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର । ବର୍ତ୍ତମାନ ସୁଦ୍ଧା ଭର୍ତ୍ତୁହରି 6104 ଖଣ୍ଡ ଭୋଟରେ ସନ୍ତୃପ୍ତଙ୍କଠାରୁ ଆଗୁଆ ରହିଥିବା ସୂଚନା ରହିଛି । ଅପରପକ୍ଷେ ଟ୍ରେଣ୍ଡରୁ ବହୁ ପଛରେ ରହିଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ର ।

ଓଡିଶା

6097 ଭୋଟରେ ଆଗୁଆ ରହିଛନ୍ତି ଅପରାଜିତା…

ଭୁବନେଶ୍ବର ଲୋକସଭା ଆସନରୁ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଅପରାଜିତାଙ୍କ ସହିତ କଡା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ । ବର୍ତ୍ତମାନ ସୁଦ୍ଧା ଅପରାଜିତା ମନ୍ମଥଙ୍କ ଠାରୁ 6097 ଭୋଟରେ ଆଗୁଆ ରହିଥିବା ସୂଚନା ରହିଛି । ଅପରପକ୍ଷେ ଟ୍ରେଣ୍ଡରୁ ବହୁ ପଛରେ ରହିଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ୍ ।

ଓଡିଶା

ଅପରାଜିତା-ମନ୍ମଥଙ୍କ ନାମାଙ୍କନରେ ଟକ୍କରା-ଟକ୍କରି…

ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଲେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ । ସମର୍ଥକଙ୍କ ଗହଣରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଛନ୍ତି ଦୁଇ ପ୍ରାର୍ଥୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଭିତରେ ଦୁଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଥିବା ସମୟରେ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡି ଏବଂ ବିଜେପି କର୍ମୀ ମୁହାଁମୁହିଁ ହେଇଥିଲେ । ଉଭୟ ଗୋଷ୍ଠୀର ସମର୍ଥକ […]

ଓଡିଶା

ଏଥର ଭୁବନେଶ୍ବରରୁ ଅପରାଜିତା-ମନ୍ମଥ ଲଢେଇ…

ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ରରେ ପୁରୁଖା ଯୋଦ୍ଧା ଅପରାଜିତାଙ୍କୁ ପରାଜୟ କରିବା ପାଇଁ ମନ୍ମଥଙ୍କୁ ଚକ୍ରବ୍ୟୁହକୁ ପଠାଇବା ପାଇଁ ପ୍ରସ୍ତୁତି କରିଛି ବିଜେଡି । ରାଜନୀତିର ଯୁଦ୍ଧ ମଇଦାନରେ ନୂଆ କରି ପାଦ ଥାପିଥିବା ଅଭିମନ୍ୟୁ, ମନ୍ମଥଙ୍କ ହାତରେ ଯୁଦ୍ଧାସ୍ତ୍ର କଣ ବିଜେଡିକୁ ସଫଳତା ଦେବ ? ତାହାକୁ ନେଇ ଏବେ ଚାରିଆଡେ ପ୍ରଶ୍ନ । ବୁଧବାର କଂଗ୍ରେସର ବରିଷ୍ଠ ନେତା ସୁରଙ୍କ ସାନପୁଅ ଶଙ୍ଖ ଧରୁ ଧରୁ ତାଙ୍କୁ ଭୁବନେଶ୍ବର ମୈଦାନକୁ ଅବତରଣ କରିଛି ବିଜେଡି […]