ଓଡିଶା

କୃଷି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଲାଗି ଖର୍ଚ୍ଚ ହେବ ୬୭.୩୭ କୋଟି ଟଙ୍କା

ଭୁବନେଶ୍ଵର : ରାଜ୍ୟରେ କୃଷି ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ଆବଶ୍ୟକ ତାଲିମ ଓ ବୈଷୟିକ ସହାୟତା ଯୋଗାଇ ଉଦ୍ଦେଶ୍ୟ ନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଏବଂ ଓମ୍ବାଡସିର ଆର୍ଥିକ ସହାୟତାରେ ଚାଲିଥିବା ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଓମ୍ବାଡସି ଓଭରସାଇଟ୍ ଅଥରିଟି ତଥା ସୁପ୍ରିମକୋର୍ଟର […]

ଓଡିଶା

କୃଷକ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ଶିଳ୍ପ ସହାୟତା ଲୋଡିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର : କୃଷି ଉତ୍ପାଦନରେ ଓଡ଼ିଶା ସବୁଠାରୁ ପ୍ରଗତିଶୀଳ ରାଜ୍ୟ । ଏଣୁ କୃଷକ ସଶକ୍ତିକରଣ ଦିଗରେ ଆଗେଇବାକୁ ଆହ୍ୱାନ ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରରେ ‘ଫାର୍ମ୨ଫୋର୍କ’ର ୯ମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶିଳ୍ପ ସଂସ୍ଥାଗୁଡ଼ିକୁ କୃଷକମାନଙ୍କୁ ସହାୟତା ଏବଂ ମାଗଦର୍ଶନ ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି କୃଷିମନ୍ତ୍ରୀ । ଏହି ସହାୟତା କୃଷକଙ୍କ ଆୟ ବୃଦ୍ଧି ତଥା ରାଜ୍ୟର ସାମଗ୍ରିକ […]

ଓଡିଶା

ପିଜୁଳି ଚାଷ କରି ଲକ୍ଷପତି…

ସାଲେପୁର : ଅବସର ପରେ ପିଜୁଳି ଚାଷ କରି ଏବେ ଅର୍ଜୁଛନ୍ତି ଲକ୍ଷାଧିକ ଟଙ୍କା । ସରକାରୀ ଚାକିରୀ କରି ପରିବାର ପୋଷୁଥିଲେ କଟକ ଜିଲ୍ଲା ସୋମପୁର ପଞ୍ଚାୟତ ତେଲଦିଆ ଗ୍ରାମର ନାରାୟଣ ମଲିକ । ଆଉ ଅବସର ପରେ ଘରେ ବସି ରହିବା ତାଙ୍କୁ ଭଲ ଲାଗିନଥିଲା । ଏଥିପାଇଁ ସେ ଆରମ୍ଭ କରିଥିଲେ ଚାଷ କାର୍ଯ୍ୟ । ତେବେ ପାରମ୍ପରିକ ଧାନ ଚାଷ ନ କରି ସେ କିଛି ନୂଆ ଚାଷ କରିବା ଲାଗି […]

ଓଡିଶା

ଚାଷ କରିଛି ସଫଳ ବ୍ୟକ୍ତି…

ସାଲେପୁର : ସଫଳତା ଏକ ଉପହାର ନୁହେଁ । କଠିନ ପରିଶ୍ରମର ଫଳ ହେଉଛି ସଫଳତା । ସଫଳତା ହାସଲ କରିବା ପାଇଁ ନିଜ କର୍ତ୍ତବ୍ୟ ପଥରେ କଠିନ ପରିଶ୍ରମ ଆବଶ୍ୟକ । ଅଦମ୍ୟ ଇଚ୍ଛାଶକ୍ତି ହିଁ ସଫଳତାର ମାପକାଠି । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲାର  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦନପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଶୁକଦେବ ପ୍ରଧାନ । ପ୍ରାୟ ଦୁଇ ଏକର ପରିମିତ ଜମିରେ ସେ ଫଳାଇଛନ୍ତି ସୁନା […]

ଓଡିଶା

ଚଳିତ ବର୍ଷ ହାତୀ ଆକ୍ରମଣରେ ହିନ୍ଦୋଳ ବନାଞ୍ଚଳରେ ୭ ଜଣଙ୍କ ପ୍ରାଣହାନି ଘଟିଛି

ହାତୀ ଆକ୍ରମଣରେ ଚାଲିଗଲା ୧୪ ବର୍ଷର ନାବାଳକର ଜୀବନ । ଚଳିତ ବର୍ଷ ହାତୀ ଆକ୍ରମଣରେ ଏହି ନାବାଳକଙ୍କୁ ମିଶାଇ ହିନ୍ଦୋଳ ବନାଞ୍ଚଳରେ ୭ ଜଣଙ୍କ ପ୍ରାଣ ହାନି ଘଟିଛି । ମଣିଷ ମୃତ୍ୟୁକୁ ରୋକିବା ପାଇଁ ବନବିଭାଗୀୟ ପଦକ୍ଷେପ ଆଖିଦୃଶିଆ ହୋଇପାରି ନାହିଁ । ହିନ୍ଦୋଳ ବନାଞ୍ଚଳରେ ହାତୀ-ମଣିଷ ଲଢେଇରେ କେତେବେଳେ ହାତୀ ମରୁଛନ୍ତି ତ କେତେବେଳେ ମଣିଷ । ହେଲେ ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଏବେବି ଚିନ୍ତାରେ ସ୍ଥାନୀୟବାସିନ୍ଦା । ବିଭାଗୀୟ ଉଚ୍ଚ […]

ଦେଶ ବିଦେଶ

ପୁଣି ଫେରିବ କୃଷି ଆଇନ୍ !

ପ୍ରାୟ ବର୍ଷେ କାଳ ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଛି କୃଷି ଆଇନ । ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଚଣ୍ଡ ବିରୋଧ ଓ ଜୋରଦାର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ବିବାଦୀୟ କୃଷି ଆଇନ୍ ଏବେ ପୁଣି ଥରେ ଆସିବ । ଏହି କୃଷି ଆଇନ୍‌କୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ସେ ଏହା କହିଛନ୍ତି […]