ଓଡିଶା ଯ଼ୋଗାଯ଼ୋଗ

ସାହାଯ୍ୟ ଅପେକ୍ଷାରେ କାଜଲ । ସରକାରଙ୍କୁ ଆକୁଳ ନିବେଦନ କଲେ ପରିବାର ଲୋକ…

ବେଗୁନିଆପଡା : ଖୁବ୍ ଅଲିଅଳି ଥିଲା କାଜଲ । ବୟସ ମାତ୍ର ଷୋହଳ ବର୍ଷ । କୃଷକ ପରିବାରରେ ଜନ୍ମିତ କାଜଲ ଘରର ସାନ ଝିଅ । ପରିବାର କହିଲେ ବାପା ମା ଓ ତିନି ଭଉଣୀ । ଦୁଇ ବର୍ଷ ତଳେ ମାଟ୍ରିକ ପରୀକ୍ଷା ଦେଇଥିଲେ କାଜଲ । ଲକ୍ଷ୍ୟ ରଖିଥିଲେ ଆଗକୁ ଉଚ୍ଚଶିକ୍ଷିତା ହୋଇ ପରିବାରର ଦୁଃଖ ବୁଝିବେ । ହେଲେ ସେ ଏବେ ନିଜେ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି । କାଜଲ […]

ଓଡିଶା

ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀଙ୍କ ହାତରେ ଅଖଣ୍ଡ କ୍ଷମତା । ମହାଦୁର୍ନୀତିର ପର୍ଦ୍ଦାଫାଶ୍ କେବେ ?

ହିନ୍ଦୋଳ : ପୁଣି ସାମ୍ନାକୁ ଆସିଲା ମନରେଗା ମହାଦୁର୍ନୀତି ଅଭିଯୋଗ । ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମ ପଞ୍ଚାୟତରେ ବଡ଼ ଘୋଟାଲା । ସରପଞ୍ଚ, ନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କ ମଧ୍ୟରେ ରହିଛି ମଧୁଚନ୍ଦ୍ରିକା । ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀଙ୍କ ହାତରେ ଅଖଣ୍ଡ କ୍ଷମତା । ବିଭିନ୍ନ ପଞ୍ଚାୟତର ମନରେଗା ଯୋଜନାରେ ହେଉଥିବା ଘୋଟାଲାର ଦୃଶ୍ୟ ନୂଆଁ ନୂହେଁ । ତେବେ ସେହିଭଳି ଏକ ମହାଦୁର୍ନୀତିର ଖବର ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଅସରଡା […]

ଓଡିଶା ଟ୍ରେଣ୍ଟିଂ

ଧସିଗଲା ଇନଡୋର ଷ୍ଟାଡିୟମ୍ । ରାଜ୍ୟର ବିକାଶ ଉପରେ ପ୍ରଶ୍ନ ?

କୋଦଳା : ରାଜ୍ୟର ବିକାଶ ହେଉଛି ନା ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ପକେଟ ଗରମ ହେଉଛି । ଲୋକଙ୍କୁ ବିକାଶର ଦ୍ୱାହି ଦେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶ ନାମରେ ହେଉଥିବା ଟେଣ୍ଡରକୁ ନିଜ ନିଜ ଭିତରେ ବାଣ୍ଟି କାମ ଉଠାଉଛନ୍ତି ବିଧାୟକଙ୍କ ସମ୍ପର୍କୀୟ । ନିମ୍ନମାନର କାମ କରି ତରବରିଆ ଭାବେ ବିଲ୍ କରି ନିଜର ପକେଟ ଗରମ କରୁଛନ୍ତି ଠିକାଦାର ଏବଂ ଯନ୍ତ୍ରୀ । ପିସି କାରବାରର ଏହି ଜ୍ୱଳନ୍ତ ଉଦାହରଣ […]

ଓଡିଶା

ବିଦ୍ୟାଳୟ ଗୃହ ତାଲା ଭାଙ୍ଗି ଚାଉଳ ଲୁଟିନେଲେ ଦୁବୃର୍ତ୍ତ

ହିନ୍ଦୋଳ : ସ୍କୁଲକୁ ବି ଛାଡିଲେନି । ଗ୍ରୀଷ୍ମ ଛୁଟି ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଏହାର ସୁଯୋଗ ନେଇ ବିଦ୍ୟାଳୟ ଗୃହ ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁବୃର୍ତ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ଭାନୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରୁ ସର୍ବସ୍ବ ଲୁଟ୍ ହୋଇଥିବା ନେଇ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ମାନସ […]

ଓଡିଶା

ଦାବି ପୂରଣ ନ ହେଲେ ସମୂହ ଛୁଟିରେ ରହିବେ ସରକାରୀ କର୍ମଚାରୀ

ବେଗୁନିଆପଡା : ମିନିଷ୍ଟେରିଆଲ କର୍ମଚାରୀଙ୍କ ଦାବି ଏବେ ରାଜ୍ୟବ୍ୟାପୀ ବଢିବାରେ ଲାଗିଛି । ବେଗୁନିଆପଡା ପରେ ପରେ ଏବେ ଏହି ଦାବି କୋଦଳା ତହସିଲରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ପାଇଁ ଦାବି ନେଇ ସଙ୍ଘ ପକ୍ଷରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯାଇଛି । ୧୯୦୦ ଗ୍ରେଡ଼ପେ କୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀ କଳାବ୍ୟାଚ୍ […]

ଓଡିଶା

ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ଦାବି

ବେଗୁନିଆପଡା : ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ଦାବି ନେଇ ସଙ୍ଘ ପକ୍ଷରୁ ଦାବି ଉପସ୍ଥାପନ ହେଇଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ପକ୍ଷରୁ କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତି । ସୂଚନା ଅନୁସାରେ କର୍ମଚାରୀମାନେ ୧୯୦୦ ଗ୍ରେଡ଼ ପେ ପାଉଥିବାବେଳେ ଏହାକୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି […]

ଓଡିଶା

ହିତାଧିକାରୀଙ୍କ ଆବାସ ଟଙ୍କା ଖାଇଲା କିଏ ? ଥାନାରେ ଏତଲା ଦେଲେ ହିତାଧିକାରୀ…

କୋରାପୁଟ: ଆମ ହକ୍ ଆମକୁ କାହିଁକି ମିଳୁନି ? ଆମେ ଯୋଗ୍ୟ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହେଲୁ । ଆମ ନାମରେ ଆବାସ ଯୋଜନା ବାବଦରେ ଅର୍ଥ ଆସିଲା, ମାତ୍ର ଆମକୁ ମିଳିଲା ନାମକୁ ମାତ୍ର । ବାକି ଅର୍ଥ କିଏ ନେଲା ? ଏଥିପାଇଁ ଦାୟୀ କିଏ ? ଆମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ହେଲେ ସରକାରୀ ଅଧିକାରୀ ଅନ୍ୟ କାହା ଘରକୁ ଦର୍ଶାଇ ଚଞ୍ଚକତା କରି ଆମ ଅର୍ଥ ହଡପ କରିନେଲେ […]

ଓଡିଶା

ଗୋଟିଏ ପଞ୍ଚାୟତରେ ଗୋଷ୍ଠୀ ବିବାଦ । କିଏ ଉଠାଇବ ଫାଇଦା ସମୟ କହିବ ?

କଟକ : ସିଧାସଳଖ ଭାବେ ଶାସକ ଦଳର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ ଟାର୍ଗେଟ କଲେ ସାନ୍ତପୁର ସରପଞ୍ଚ । ଗୋଟେପଟେ ପଞ୍ଚାୟତର ଉନ୍ନତି ପାଇଁ ଖୋଦ୍ ସରପଞ୍ଚ ଧାରଣା ଦେଇଛନ୍ତି । ଅନ୍ୟପଟେ ସରପଞ୍ଚ ଉନ୍ନୟନରେ ବାଧକ ସାଜୁଥିବା ଅଭିଯୋଗରେ ଅନ୍ୟ ଏକ ଗୋଷ୍ଠୀ, ବିଡିଓଙ୍କୁ ଦାବି ପତ୍ର ଦେଇଛନ୍ତି । କିଏ କହୁଛି ସତ ତାହା ତ ସମୟ କହିବ । ମାତ୍ର ଗୋଟିଏ ପଞ୍ଚାୟତରେ ଏଭଳି ଗୋଷ୍ଠୀ ବିବାଦ ଏବେ ସମଗ୍ର ଅଞ୍ଚଳରେ […]

ଓଡିଶା

ଗରିବଙ୍କ ସ୍ବାର୍ଥରେ ଆସୁନି ସରକାରୀ ଯୋଜନା…

ଓଡ଼ାପଡ଼ା (ଗୋପବନ୍ଧୁ ବାରିକ): ବାସହୀନଙ୍କୁ ଘରଟିଏ ଯୋଗାଇ ଦେବା ଲାଗି ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ସାମିଲ ହେଉଛନ୍ତି ନାହିଁ ତାହାର ତଦାରଖ କରିବାକୁ ଅସମର୍ଥ ସରକାର । ଜନପ୍ରତିନିଥିଙ୍କ ଇଚ୍ଛା ଶକ୍ତି ଅଭାବ ଏବଂ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ପାଇଁ ଅନେକ ସମୟରେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ସର୍ବବୃହତ ପଞ୍ଚାୟତ ହେଉଛି […]