ଦେଶ ବିଦେଶ

ଭଦୋଦରାରେ ବିସ୍ଫୋରଣ ୨ ମୃତ, ୧୦ ଆହାତ

ଗୁଜୁରାଟର ଭଦୋଦରା ସହରସ୍ଥିତ ମକରପୁରା ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବଏଲର ବିସ୍ଫୋରଣ । ଏଥିରେ ପାଖାପାଖି ୧୦ ଜଣ ଆହତ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକାଳ ପ୍ରାୟ ୧୦ ଟାରେ ଏହି ବିସ୍ଫୋରଣ ଘଟିଥିଲା । ଏହାର ତୀବ୍ରତା ଏତେ ଥିଲା ଯେ, ଘଟଣାର ୩ କିଲୋମିଟର ଦୂରରେ ପର୍ୟ୍ୟନ୍ତ ଏହାର ପ୍ରଭାବରେ ଗ୍ଲାସ୍ ଝରକା ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ଏବଂ […]

ଓଡିଶା

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ଶକ୍ତି ପ୍ରଦର୍ଶନ, ଶଙ୍ଖ ଛାଡି ହାତ ଧରିଲେ ବହୁ ନେତା

ଆଗାମୀ ୨୦୨୨ ନିର୍ବାଚନ ପାଇଁ ଏହା ହେଉଛି ଟ୍ରେଲର । ଆଗକୁ ଫିଲ୍ମ ହେବ । ରାଜନଗରରେ କଂଗ୍ରେସ ନିଜର ସ୍ଥିତି ଜାହିର କରିବ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ୩୦ନଂ ଜୋନ ସ୍ତରୀୟ ମିଶ୍ରଣ ପର୍ବରେ କଂଗ୍ରେସ ନେତା ସହଦେବ ସାହୁ ଏଭଳି କିଛି ଉକ୍ତି କହିଛନ୍ତି । ୩୦ନଂ ଜୋନରେ ରୋଡ ସୋ’ ମାଧ୍ୟମରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିଛି । ଦାଣ୍ଡିସ୍ଥିତ ହନୁମାନ ମନ୍ଦିରରୁ ଏକ […]

ଓଡିଶା ବ୍ୟବସାୟ

ପଟିଆରେ ଖୋଲିଲା ଏସ୍-୧୬ ୟୁନିସେକ୍ସ ସେଲୁନ୍

ପଟିଆରେ ଖୋଲିଲା ଏକ ନୂଆ ୟୁନିସେକ୍ସ ସେଲୁନ ଏସ୍-୧୬ । ଗୀତାଞ୍ଜଳି ଦାସ ଏବଂ କବିର ଦାସଙ୍କ ଏହା ହେଉଛି ପ୍ରଥମ ୟୁନିସେକ୍ସ ସେଲୁନ । ଏହି ନୂଆ ସେଲୁନକୁ ଓଲିଉଡ ଅଭିନେତ୍ରୀ ପୁନମ୍ ମିଶ୍ର ଏବଂ ପ୍ରିୟା ଚୌଧୁରୀ ଫିତା କାଟି ଉଦଘାଟନ କରିଥିଲେ । ସେଲୁନରେ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ସୁଲଭ ମୂଲ୍ୟରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସେଲୁନର ଓନର ।

ବ୍ୟବସାୟ

ZEE- SONY ମିଶ୍ରଣ ଆଇନଗତ ଅସୁବିଧାର ସମ୍ମୁଖୀନ ହୋଇପାରେ |

ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ସହିତ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ (ZEE) ର ପ୍ରସ୍ତାବିତ ମିଶ୍ରଣ ଆଇନଗତ ହେଡୱିଣ୍ଡର ସମ୍ମୁଖୀନ ହୋଇପାରେ ଯାହା ପୂର୍ବର ସର୍ବ ବୃହତ ଅଂଶଧନକାରୀ ଇନଭେସ୍କୋ ସହିତ ଏକ ଆଇନଗତ କଳହରେ ପରିଣତ ହୋଇଛି | ମିଶ୍ରଣ ପ୍ରସ୍ତାବ ପାଇଁ ଭାରତର ପ୍ରତିଯୋଗିତା ଆୟୋଗର ଅନୁମୋଦନ ପାଇବାକୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି। ଭାରତୀୟ ଗଣମାଧ୍ୟମ ପ୍ରମୁଖ ତଥା ଜାପାନର ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ୍ର ସ୍ଥାନୀୟ ସହାୟକ […]

ଦେଶ ବିଦେଶ

ଅକ୍ସଫୋର୍ଡ ଲ୍ୟାବ ଅଧ୍ୟୟନ: ଓମିକ୍ରନ୍ ବିପକ୍ଷରେ ଆଷ୍ଟ୍ରାଜେନେକା ଟିକା ବୁଷ୍ଟର୍ ପ୍ରଭାବଶାଳୀ !

  • December 23, 2021
  • 0 Comments

ଓମିକ୍ରନ୍ ଉପରେ ପ୍ରଭାବଶାଳୀ ରହିଛି ଆଷ୍ଟ୍ରାଜେନେକା COVID-19 ଟିକା । ଆଷ୍ଟ୍ରାଜେନେକା COVID-19 ଟିକାର କ୍ରମାଗତ ତିନି ଡୋଜ କରୋନାର ନୂଆ ଭାରିଆଣ୍ଟ ଓମିକ୍ରମ ଉପରେ ବେଶ ପ୍ରବାବଶାଳୀ । ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗୁରୁବାର ଦିନ ଅକ୍ସଫୋର୍ଡ ୟୁନିଭରସିଟି ଲ୍ୟାବ ଅଧ୍ୟୟନର ତଥ୍ୟ ଦର୍ଶାଇ କହିଛି । ଏହି ଅଧ୍ୟୟନ, ଏପର୍ଯ୍ୟନ୍ତ କୌଣସି ଡାକ୍ତରୀ ପତ୍ରିକାରେ ପ୍ରକାଶିତ ହୋଇ ନାହିଁ । COVID-19 ରୁ ସଂକ୍ରମିତ ତଥା ସ୍ଵଭାବିକ ଭାବରେ […]

ମନୋରଞ୍ଜନ

ଅନ୍ଧବିଶ୍ବାସ କାହାଣୀ ଉପରେ ଆଧାରିତ ‘ବିଶ୍ବାସ’

ସୁଧନ୍ୟା କ୍ରିଏଟିଭ୍ସର ପ୍ରଥମ ଅବଦାନ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିଦେ୍ର୍ଦଶିତ ନୂଆ ଓଡିଆ ଚଳଚ୍ଚିତ୍ର ବିଶ୍ୱାସ-ଦ ଲାଇଟ୍ ଓଭର ଡାର୍କନେସ୍ ର ପ୍ରିମିୟର କାର୍ଯ୍ୟକ୍ରମ ସ୍ଥାନୀୟ ସିନେପଲିସ୍ ମଲ୍ଟିପ୍ଲେକ୍ସରେ ଆୟୋଜିତ ହୋଇଯାଇଛି । କାହାଣୀରେ ମୁଖ୍ୟତଃ ସ୍ଥାନୀୟ ଅଂଚଳରେ ପ୍ରଚଳିତ ଗୁଣିଗାରେଡି ଓ କଳାଯାଦୁ ଯାହାକୁ କି ଏକ ସାମାଜିକ ବ୍ୟାଧି ରୂପେ ବିବେଚନା କରାଯାଏ ଏବଂ ମଣିଷ ଏହାର ବଶବର୍ତୀ ହୋଇ କିପରି ଏହାକୁ ବିଶ୍ୱାସ କରିଥାଏ ସେ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।ଓଡ଼ିଶାର […]

ଓଡିଶା

ଅଙ୍ଗାର ପାଲଟିଗଲା ୬୮ ଏକର ଧାନ, କ୍ଷତିପୂରଣ ଦାବି କଲେ ଚାଷୀ

ନିଆଁ ଲାଗି ଅଙ୍ଗାର ପାଲଟିଗଲା ୧୮ ଟି ପରିବlରର ୬୮ ଏକର ଧାନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିର ୩ ନଂ ୱାର୍ଡ ଚମ୍ପତି ସାହିକୁ ଲାଗି ରହିଥିବା କ୍ଷେତରୁ କଟା ଯାଇଥିବା ଧାନ ଫସଲ ରାସ୍ତା ପାର୍ଶ୍ଵରେ ଗଦା ହୋଇ ରହିଥିବା ବେଳେ ସେଥିରେ ନିଆଁ ଲାଗି ସବୁ ଜଳି ଯାଇଥିବା ଦେଖିବାକୁ ମିଳିଛି । ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ଅପରପକ୍ଷେ ଗ୍ରାମବାସୀ ନିଆଁ ଲାଗିଥିବା […]

ଓଡିଶା

ବିଭିନ୍ନ ପଂଚାୟତରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କଲେ ବିଧାୟକ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ସିଂହାରପୁର, ଅଁଳା, ପଳାଷୋଳ, ଅୟର ସମେତ ବିଭିନ୍ନ ପଂଚାୟତରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କରିଛନ୍ତି ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି । ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରିବା ପରେ ବିଭିନ୍ନ ପଞ୍ଚାୟରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଉଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହ ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ […]

ଓଡିଶା

ମନରେଗାରେ କାମ କରି ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି ଶ୍ରମିକ… କାହା ଉପରେ କରିବେ ଭରଷା

ଭାରତ ସରକାର ଦିନ ମଜୁରିଆଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ସହିତ ରାଜ୍ୟରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରିବା ନିମନ୍ତେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୁଶଳୀ ଓ ଅଣ କୁଶଳୀ ଶ୍ରମିକଙ୍କୁ ବର୍ଷରେ ଶହେ ଦିନର କାମ ଯୋଗାଇ ଦେଉଛନ୍ତି । ଏହାଦ୍ବାରା ଶ୍ରମିକମାନେ ଦୁଇ ପଇସା ରୋଜଗାର କରିବା ସହ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବେ ବୋଲି ସରକାରଙ୍କ ଉଦ୍ଦେଷ୍ୟ ଅନ୍ତର୍ନିହିତ । ଏଥି ଲାଗି ସରକାର ଗରିବ […]

ଓଡିଶା

ଠିକାଦାର ସଂଘର ଚତୁର୍ଦ୍ଦଶ ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଝରନଇ ନିକଟ ବନଦୁର୍ଗା ମନ୍ଦିର ପରିସରରେ ବୁଧବାର ଦିନ ଶ୍ରୀ ଶ୍ରୀ ଅମରେଶ୍ଵର ଠିକାଦାର ସଂଘର ଚତୁର୍ଦ୍ଦଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବେଗୁନିଆପଡା ବ୍ଲକର ସମସ୍ତ ଠିକାଦାର ଉପସ୍ଥିତ ଥିଲେ । ଆଗାମୀ ଦିନରେ ସଂଘକୁ କିଭଳି ମଜଭୁତ କରିବା ସହ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବା ନେଇ ପ୍ରସ୍ତୁତ ବୈଠକରେ ଅଲୋଚନା କରାଯାଇଥିଲା । […]