ସରକାରଙ୍କ ନୂଆବର୍ଷ ଭେଟି, ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା
ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି ସରକାର । ନିଷ୍ପତ୍ତି ଅନୁଯାୟୀ ସେମାନଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ପାଇବ । ତେବେ ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କନିଷ୍ଠ ଶିକ୍ଷକମାନେ ମାସିକ ଦରମା ୯,୨୦୦ ଟଙ୍କା ଥିବାବେଳେ ଏବେ ତାହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଚୁକ୍ତିଭିତ୍ତିକ କନିଷ୍ଠ […]