ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ତ୍ରୁଟି ଘଟଣା, ପୂରା ମାମଲା ଏବେ ସୁପ୍ରିମକୋର୍ଟରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟି ଘଟଣାକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି । ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକଯୁଦ୍ଧ ଚାଲିଥିବା ବେଳେ ପୂରା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ପ୍ରସ୍ତୁତ, ଏବଂ ଆସନ୍ତାକାଲି ଏହାର ଶୁଣାଣି କରିବେ । ପଞ୍ଜାବ ସରକାରଙ୍କୁ ଏହି ପିଟିସନର ଏକ ନକଲ ହସ୍ତାନ୍ତର କରିବାକୁ […]