ଓଡିଶା

ରାଜଧାନୀରେ ସ୍ଥାନାନ୍ତର ହେଲା ୧ ନମ୍ବର ପରିବା ହାଟ

ରାଜଧାନୀରେ ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର କରାଯାଇଛି । ଆଜିଠାରୁ ୧ ନମ୍ବର ପରିବା ହାଟକୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି । ହାଟ ଭିତରେ କୋଭିଡ଼ ନିୟମ ସଠିକ୍ ଭାବେ ପାଳନ ହେଉ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । କରୋନା କଟକଣା ମାନି ଦୋକାନ ଦୋକାନ ମଧ୍ୟରେ ୮ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ସମସ୍ତେ ମାସ୍କ ଓ ସାନିଟାଇଜର […]

ଓଡିଶା

ନିର୍ବାଚନ ଡ୍ୟୁଟିରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଏଭଳି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳ ରାଜ୍ୟ ନିର୍ବାଚନ କମିଶନ ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ […]

ଦେଶ ବିଦେଶ

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ମିଳିଲାନି ଟିକେଟ୍ !

ପଞ୍ଜାବରେ ହାଟରେ ପଡି ଘାଟରେ ଗଡୁଛି ଦଳୀୟ କନ୍ଦଳ । ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ଭାଇଙ୍କୁ ପ୍ରାର୍ଥୀ ପାଇଁ ଟିକେଟ ଦେଲା ନାହିଁ କଂଗ୍ରେସ । ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ହୋଇଛି । ସେଥିରେ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରୁ ଅନେକକଙ୍କ ନାମ ବାଦ ଦିଆଯିବାକୁ ନେଇ ଏବେ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୧୧୭ ବିଶିଷ୍ଟ ପଞ୍ଜାବ ବିଧାନ ସଭା […]

ଓଡିଶା

ବ୍ୟାଙ୍କରୁ ସୁନା ଲୁଟିଥିଲେ ପୂର୍ବତନ କର୍ମଚାରୀ, ଫିଲ୍ମ ଷ୍ଟାଇଲରେ ହୋଇଥିଲା ଚୋରି

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ସୁନା ଚୋରି ଘଟଣାର ହେଲା ପର୍ଦ୍ଦାଫାସ୍ । ଏହି ଘଟଣାରେ ପୋଲିସ୍ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଶେଖର କୁଳଦୀପିଆଙ୍କୁ ଗିରଫ କରିଛି । ଏହା ସହିତ ନାରାୟଣପାଟଣା ଥାନା ଅଧୀନ ତାଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରିଛି । ସୂଚନା ଅନୁସାରେ, ଲକ୍ଷ୍ମୀପୁର ଏସ୍‌ବିଆଇ ଲକରରୁ ଗ୍ରାହକମାନଙ୍କର ୧ କେଜି ୬୧୦ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଗତ ୧୪ ତାରିଖରେ […]

ଦେଶ ବିଦେଶ

ଟିକେଟ୍ ମିଳିଲାନି, ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଆଶାୟୀ ପ୍ରାର୍ଥୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି, ସେଠାକାର ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଟିକେଟକୁ ନେଇ ବିବାଦ ଲାଗି ରହିଛି । ଉତ୍ତର ପ୍ରଦେଶର ଆଲିଗଡରୁ ସପାର ଜଣେ ଆଶାୟୀ ପ୍ରାର୍ଥୀ ଆଦିତ୍ୟ ଠାକୁର ଟିକେଟରୁ ବଞ୍ଚିତ ହେବା ପରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ସାମାଜବାଦୀ ପାର୍ଟି ଅଫିସ ବାହାରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ […]

ଦେଶ ବିଦେଶ

ହାତ ଛାଡି ପଦ୍ମ ଧରିଲେ ମୋଗା ବିଧାୟକ ହରଜୋତ କମଲ

ପଞ୍ଜାବର ମୋଗା ଆସନରୁ ଚଳିତ ନିର୍ବାଚନ ଲାଗି ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦଙ୍କୁ ଟିକେଟ ମିଳିଛି । ଏହା ପରେ ମୋଗାର ବିଧାୟକ ହରଜୋତ କମଲ ଦଳ ପ୍ରତି ନିଜର ଅସନ୍ତୁଷ୍ଟ ଜାହିର କରି ଦଳ ଛାଡିବା ସହ ଶନିବାର ବିଧିବଦ୍ଧ ଭାବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ଆସନ୍ତା ଫେବୃଆରୀ ୧୪ରେ ହେବାକୁ ଥିବା ନିର୍ବାଚନ ଲାଗି ଶନିବାର କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀରେ ୮୬ ଜଣଙ୍କ […]

ଦେଶ ବିଦେଶ

ଜାନୁଆରୀ ୨୩ରୁ ପାଳନ ହେବ ଗଣତନ୍ତ୍ର ଦିବସ

ଦେଶର ଗଣତନ୍ତ୍ର ଉତ୍ସବ ପାଳନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବିଶେଷ କରି ଜାନୁଆରୀ ୨୬ରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । ହେଲେ କିଛିବର୍ଷ ହେବ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଜାନୁଆରୀ ୨୪ରୁ ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା । ଏବେ ପୁଣି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଏହା ପ୍ରତିବର୍ଷ ଜାନୁଆରୀ ୨୩ ରୁ ପାଳନ ଆରମ୍ଭ କରାଯିବ । ଅର୍ଥାତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ […]

ଓଡିଶା

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି

ରାଜ୍ୟରେ ବଢ଼ିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜ୍ୟର ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ଏନେଇ ଆଜି ଆଇଏଲ୍‌ଏସ୍‌ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ତିନି ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦,୮୫୬ ସଂକ୍ରମିତ । ଖୋର୍ଦ୍ଧାରୁ […]

ଓଡିଶା

୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସ ଓପିଡ

ଆସନ୍ତା ୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସ ଓପିଡି । ଏ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁ ରହିବ । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି […]

ଓଡିଶା

ଲକ୍ଷଣ ନଥିଲେ କରୋନା ଟେଷ୍ଟ ଦରକାର ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନାର ତୃତୀୟ ଲହର ସାଙ୍ଗକୁ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏ ନେଇ ଲୋକମାନେ ଏବେ ଭୟଭୀତ ହୋଇ ନିଜର କୋଭିଡ ଟେଷ୍ଟ ପାଇଁ ଡାକ୍ତରଖାନାରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଏ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଦ୍ର ସରକାରଙ୍କ ନୂଆ ଗାଇଡ୍ […]