ଓଡିଶା

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ପାର୍ଲାମେଣ୍ଟ ଢାଞ୍ଚାରେ ପ୍ରସ୍ତୁତ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ହୋଇଛି । ଏହା ସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ଆରମ୍ଭ ହେବ । […]

ଓଡିଶା

ଖାକିର ତାଉ । ନିରୀହ ଲୋକଙ୍କୁ ଦାଦାବଟି ମାଗୁଛନ୍ତି ନିଶାଶକ୍ତ ପୋଲିସ କର୍ମଚାରୀ । ପଇସା ନ ମିଳିବାରୁ ମାଡ ମରାଯାଇଥିବା ଅଭିଯୋଗ ।

ଖାକିର ତାଉକୁ ନେଇ ପ୍ରଶ୍ନ ଉଠାଇଲେ ସାଧାରଣ ଜନତା । ବିନା ବର୍ଦ୍ଦିରେ ନିଶାଶକ୍ତ ଅବସ୍ଥାରେ ରହି ପ୍ରଥମେ ନିରୀହ ଲୋକଙ୍କ ଗାଡି ଅଟକାଇ କାଗଜ ପତ୍ର ଯାଞ୍ଚ କରିବା ସହ ଗାଡି ଡିକି ଯାଞ୍ଚ କଲେ । ଗାଡି କାଗଜ ପତ୍ର ଠିକ୍ ଥିବା ଜଣିବା ପରେ ନିରୀହ ଲୋକଙ୍କୁ ବିଭିନ୍ନ ଆଳରେ ଖାକିର ତାଉ ଦେଖାଇ ବଟି ମାଗିଲେ । ପରେ ସେମାନଙ୍କୁ ବ୍ୟାରେକ ଭିତରକୁ ନେଇ ପ୍ରବଳ ମାଡ ମାରିବା ସହ ୨୦ […]

ଓଡିଶା

ପୂର୍ବତନ ସରପଞ୍ଚ ସ୍ବର୍ଗତଃ ଜୟସେନ ଘୋଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା କଞ୍ଚଣା ପଞ୍ଚାୟତବାସୀଙ୍କ ହୃଦୟରେ ବାସ କରିଥିବା ଚିତ୍ରସେନ ଘୋଷଙ୍କର ଜ୍ୟେଷ୍ଠ ଭ୍ରାତା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତଃ ଜୟସେନ ଘୋଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହେଉଛି । ଏହି ଅବସରରେ ଶ୍ରୀମଦ୍ ଭାଗବତ୍ ସପ୍ତାହ ଜ୍ଞାନ ଯଜ୍ଞ ଏବଂ ହରିନାମ ସଂକୀର୍ତ୍ତନ ଆଦି ଦିବ୍ୟ ମହୋତ୍ସବ ଶ୍ରୀ ବୃନ୍ଦାବନ ଧାମସ୍ଥ ପରମ ପୂଜ୍ୟ ଭାଗବତ ବ୍ୟାସ ପଣ୍ଡିତ ଶ୍ରୀ ନାରାୟଣ ଦାସଜୀ ମହାରାଜଙ୍କ ସାନିଧ୍ୟତାରେ କଞ୍ଚଣା ଗ୍ରାମ ମଦୀୟ ବାସ ଭବନରେ ଅନୁଷ୍ଠିତ […]

ଓଡିଶା

କଟକରେ ହେବ ଜୋରଦାର ଫାଇଟ୍ । ମେୟର ପ୍ରାର୍ଥୀ ଘୋଷଣା କଲେ ୩ ପ୍ରମୁଖ ଦଳ

କଟକ ପାଇଁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଅଭିନେତା ଶ୍ରୀତମ ଦାସ କଟକ ବିଜେପିର ମେୟର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଶ୍ରୀତମ ଦାସଙ୍କ ନାଁକୁ କଟକର ମେୟର ପ୍ରାର୍ଥୀ ଭାବେ ଘୋଷଣା କଲେ କଟକ ନଗର ବିଜେପି ସଭାପତି । […]

ଦେଶ ବିଦେଶ

ପାକିସ୍ତାନର ପେଶାୱାରରେ ଥିବା ମସଜିଦରେ ଆତ୍ମଘାତୀ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ । ଶୁକ୍ରବାର ସମୂହ ନମାଜ ପାଠ ଚାଲିଥିବାବେଳେ ବିସ୍ଫୋରଣ ହେବାରୁ ଘଟଣା ସ୍ଥଳରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହା ସହ ବିସ୍ଫୋରଣ ଯୋଗୁଁ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଅପରପକ୍ଷେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ମିଳିଥିବା ସୂଚନା […]

ଓଡିଶା

ଯିଏ କାମ କରିବ ତାକୁ ବିଜୟ ମୁକୁଟ ଆମେ ପିନ୍ଧାଇବୁ, ଭୋଟରଙ୍କ ପ୍ରତିକ୍ରିୟା

ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ସରୁ ସରୁ ଏବେ ପୁଣି ପୌର ନିର୍ବାଚନ ପାଇଁ ବିଗୁଲ ବାଜିଛି । ଚଳିତ ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୨୬ରେ ଭୋଟ ଗଣତି ହେବ । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଙ୍କ କଷା ମଧ୍ୟ ଆରମ୍ଭ ହୋଇଛି । କିଏ କେଉଁ ଦଳର ପ୍ରାର୍ଥୀ ହେବ ସେ ନେଇ […]

ଓଡିଶା

ଭୁବନେଶ୍ୱର ମହାନଗର ନିଗମ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କ ଉପରେ ଭରସା କଲା କଂଗ୍ରେସ

ଭୁବନେଶ୍ୱର ମହାନଗର ନିଗମ ପାଇଁ କଂଗ୍ରେସ ଘୋଷଣା କଲା ମେୟର ପ୍ରାର୍ଥୀଙ୍କ ନାମ । ଦଳ ମଧୁସ୍ମିତା ଆଚାର୍ଯ୍ୟଙ୍କ ଉପରେ ଆସ୍ଥା ରଖି ତାଙ୍କୁ ମେୟର ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ଏ ନେଇ ବିଧିବଦ୍ଧ ଭାବେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ […]

ଦେଶ ବିଦେଶ

ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ଆକ୍ରମଣ କଲା ରୁଷ୍

ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ରୁଷ ହମଲା କରିବା ପରେ ସମଗ୍ର ବିଶ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି । ୟୁକ୍ରେନର ଜାପୋରିଝଝିଆରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ କରିଛି । ମୋର୍ଟାର ଓ ବୋମାମାଡ ଯୋଗୁଁ ନ୍ୟୁକ୍ଲିୟର ପ୍ଲାଂଟରେ ନିଆଁ ଲାଗିଯାଇଛି । ଫଳରେ ସେଠାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । ଯଦି ଏହାକୁ ଠିକ ସମୟରେ ନିୟନ୍ତ୍ରଣ କରା ନ ଯାଏ, ତେବେ […]

ଓଡିଶା

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପୂର୍ବରୁ କର୍ପୋରେଟର ପଦ ସମ୍ଭାଳିଛନ୍ତି ଗିରିବାଳା ବେହେରା

ପୌର ନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥିପାଇଁ ସବୁଦଳ ଆରମ୍ଭ କଲେଣି ରଣନୀତି । ତେବେ ଏସବୁ ଭିତରେ କଂଗ୍ରେସ ଦଳ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ବସିଥିବା ବୈଠକରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାସହ କଟକ […]

ଓଡିଶା

ଭୁବନେଶ୍ବରରୁ ଜବତ ହୋଇଛି ୧୫ କୋଟି ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ୩୨ କେଜିରୁ ଅଧିକ ଓଜନର ସୁନା ଅଳଙ୍କାର । ଅଭିଯୁକ୍ତମାନେ ୪ଟି ବ୍ୟାଗରେ ଅଳଙ୍କାରଗୁଡିକୁ ମ୍ବମ୍ବାଇରୁ କୋଣାର୍କ ଏକ୍ସପ୍ରେସ୍ ଟ୍ରେନ ଯୋଗେ ଆଣୁଥିବା ବେଳେ ଜିଆରପି ପୋଲିସ ଏହାକୁ ଜବତ କରିଛି । ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ଜିଆରପି ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏତେ ପରିମାଣରେ ସୁନା କାହିଁକି […]