ଦେଶ ବିଦେଶ

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କ ଐତିହାସିକ ବିଜୟ

ପଞ୍ଜାବରେ ବିଜୟ ବାନା ଉଡାଇଲା ଆମ୍‌ ଆଦମୀ ପାର୍ଟି । ପଞ୍ଜାବର ଧୁରି ବିଧାନସଭା ଆସନରୁ 50 ହଜାରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ଆମ୍ ଆଦମୀ ପାର୍ଟିର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ । ସେହିପରି ଶିରୋମଣି ଅକାଳୀ ଦଳ ପ୍ରକାଶ ଚନ୍ଦ୍ର ଗର୍ଗଙ୍କୁ ପ୍ରାର୍ଥୀ କରିଥିଲା ଓ ବିଜେପି ରଣଦୀପ ସିଂହଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା । ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଭଗୱନ୍ତ ମାନ୍ ବିପୁଳ ସଂଖ୍ୟାରେ […]

ଦେଶ ବିଦେଶ

ପଞ୍ଜାବରେ କଂଗ୍ରେସର ବହୁ ହେଭିୱେଟଙ୍କୁ ଚିତପଟାଙ୍ଗ କରିଛନ୍ତି ଆପ୍ ପ୍ରାର୍ଥୀ

ପଞ୍ଜାବ ରାଜନୀତିର ଫଳାଫଳ ଏଥର ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବ ରାଜନୀତି ମୈଦାନରେ ଚିତପଟାଙ୍ଗ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିଲେ ଚରଣଜିତ ସିଂହ ଚନ୍ନି । ଦଳର ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲେ । ଚନ୍ନି ପଞ୍ଜାବର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସେ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି । ଉଭୟ ଚମକୌର ସାହିବ ଏବଂ ଭଦୌର ଆସନରେ ଚନ୍ନିଙ୍କ ଉପରେ ଭରସା […]

ଦେଶ ବିଦେଶ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା । ପଟିଆଲା ଅର୍ବାନ ଆସନରେ ଆପ୍‌ ପ୍ରାର୍ଥୀ ଅଜିତ ପାଲ ସିଂହଙ୍କ ଜବରଦସ୍ତ ବିଜୟ

ପଞ୍ଜାବ ବିଧାନସଭା ଗଣତି ଚାଲିଥିବା ବେଳେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସହ ମେଣ୍ଟ କରିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା ଲାଗିଛି । ସେ ନିଜର ପାରମ୍ପରିକ ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଛନ୍ତି । ଏଠାରେ ଆପ୍‌ ପ୍ରାର୍ଥୀ ଅଜିତ ପାଲ ସିଂହ ଜବରଦସ୍ତ ବିଜୟ ହାସଲ କରିଛନ୍ତି ।୨ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପ୍ଟେନଙ୍କୁ ଅଜିତ […]

ଦେଶ ବିଦେଶ

ଉତ୍ତରପ୍ରଦେଶରେ ଗଠନ ହେବ ଯୋଗୀ ସରକାର

ଉତ୍ତର ପ୍ରଦେଶ ବିଧାନସଭାର ସମସ୍ତ ୪୦୩ ଆସନରେ ଭୋଟ ଗଣତି ଜାରି ରହିଛି । ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି । ବିଜେପି ୨୭୨ଟି ଆସନରେ ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ୧୧୮, ବିଏସ୍‌ପି ୪ଟି, କଂଗ୍ରେସ ୩ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଲିଡ କରୁଛନ୍ତି । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨ […]

ଦେଶ ବିଦେଶ

ଉତ୍ତରାଖଣ୍ଡରେ ଲିଡ୍ କରୁଛି ବିଜେପି । ମଣିପୁରରେ ହୋଇପାରେ ମେଣ୍ଟ ସରକାର

ଉତ୍ତରାଖଣ୍ଡରେ ୭୦ଟି ବିଧାନସଭା ଆସନରୁ ବିଜେପି ଏକାକୀ ୪୨ଟି ଆସନରେ ଲିଡ୍‌ କରୁଛି । ପ୍ରମୁଖ ବିରୋଧୀ କଂଗ୍ରେସ ୨୩ଟି ଆସନରେ ଆଗରେ ଥିବା ବେଳେ ଆପ୍‌ ୧ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ରହିଛନ୍ତି। ତେବେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬ । ବିଜେପି ୪୨ଟି ଆସନରେ ଲିଡ୍‌ କରୁଥିଲେ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପଛରେ ରହିଛନ୍ତି ।୨୦୨୨ରେ ଉତ୍ତରାଖଣ୍ଡରେ ଝୁଲା ବିଧାନସଭା […]

ଦେଶ ବିଦେଶ

ଉତ୍ତର ପ୍ରଦେଶରେ ମ୍ୟାଜିକ୍ ନମ୍ବର ପାର କଲା ବିଜେପି… ଗୋଆରେ ମ୍ୟାଜିକ ନମ୍ବର ପାଖାପାଖି ବିଜେପି

ଉତ୍ତର ପ୍ରଦେଶ ଓ ଗୋଆରେ ପୁଣି ସରକାର ଗଢିପାରେ ବିଜେପି । ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ଏବେ ସୁଦ୍ଧା ୩୮୬ଟିରେ ଗଣତି ଚାଲିଛି ।ଏହା ମଧ୍ୟରୁ ବିଜେପି ୨୫୨ଟି ଆସନରେ ଆଗରେ ଥିବା ବେଳେ ମୁଖ୍ୟ ବିରୋଧୀ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୨୨ଟି ଆସନରେ ଲିଡ୍‌ କରୁଛି । କଂଗ୍ରେସ ୪ଟି, ବିଏସ୍‌ପି ୫ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛି । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ […]

ଦେଶ ବିଦେଶ

ସିବିଆଇ ହେପାଜତରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ରବିବାର ଗିରଫ କରିଛି ସିବିଆଇ । ସିବିଆଇ ଅଧିକାରୀଙ୍କ କହିବା ମୁତାବକ, ତାଙ୍କୁ ଦିଲ୍ଲୀରୁ ଗିରଫ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା । ଏହାପରେ ତାଙ୍କୁ ସିବିଆଇ ମୁଖ୍ୟାଳୟରେ ରଖାଯାଇଥିଲା । ଗତ ୩ ଦିନ ଧରି ଚିତ୍ରାଙ୍କୁ ଲଗାତାର ଭାବେ ଜେରା ଜାରି କରାଯାଇଥିଲା । ହେଲେ ତାଙ୍କ ଠାରୁ କୌଣସି ସଠିକ୍ ଉତ୍ତର ମିଳିନଥିଲା । ଏହାସହ ତାଙ୍କ ବାସଭବନକୁ […]

ଓଡିଶା

ସସ୍‌ପେନ୍ସର ଅନ୍ତ ଘଟାଇ କଂଗ୍ରେସ ଘୋଷଣା କଲା ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାମ

ନାମାଙ୍କନର ଶେଷ ଦିନରେ କଂଗ୍ରେସ ତା’ର ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବ୍ରହ୍ମପୁର ମେୟର ପଦବୀ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଚଳିତ ଥର ଜଣେ ଗୃହିଣୀଙ୍କ ଉପରେ ଭରସା ଦେଖାଇଛି କଂଗ୍ରେସ । ତେବେ ପୂର୍ବରୁ ବିଜେଡି ଓ ବିଜେପି ତାଙ୍କ ମେୟର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସବୁ ସସ୍‌ପେନ୍ସର ଅନ୍ତ ଘଟାଇ ଶେଷ ଦିନରେ କଂଗ୍ରେସ ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା […]

ଓଡିଶା

ନାମାଙ୍କନର ଶେଷ ଦିନରେ ଜମିବ ଭିଡ !

ପୌର ଏବଂ ମହାନଗର ନିଗମ ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ଗତକାଲି ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ମଧ୍ୟ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ଗତକାଲି କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ବିଜେଡି ଓ ବିଜେପିର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ସେହିପରି ଭୁବନେଶ୍ୱରରେ ଅନେକ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି […]

ଓଡିଶା

ବିଶାଳ ରାଲିରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ମେୟର ପ୍ରାର୍ଥୀ

ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ଦଳୀୟ ସମର୍ଥକଙ୍କ ସହିତ ରାଲିରେ ବାହାରି ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ମହାନଗର ନିଗମର ବିଭିନ୍ନ ୱାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ଭୁବନେଶ୍ବର ମହାନଗର ନିଗମ ପାଇଁ ରାଜ୍ୟ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ, ବିଜେପି ଡ.ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ବରର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ।