ଓଡିଶା

କଟକରେ କଂଗ୍ରେସ ଆଗୁଆ

କଟକ ମହାନଗର ନିଗମରେ ତିନି ଦଳ ଭିତରେ ଦେଖିବାକୁ ମିଳୁଛି କଡା ମୁକାବିଲା । ଟ୍ରେଣ୍ଡରେ କଂଗ୍ରେସ ୫ ହଜାର ୯ ଶହ ୪୯ ଭୋଟରେ ଆଗୁଆ ଥିବାବେଳେ ବିଜେଡିକୁ ମିଳିଛି ୫ ହଜାର ୫ ଶହ ୭୪ । ଏପଟେ ବିଜେପିକୁ ମିଳିଛି ୨ ହଜାର ୩ ଶହ ୬ । ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟର ପ୍ରତ୍ୟେକ୍ଷ ଭାବେ ମେୟର ପ୍ରାର୍ଥୀଙ୍କ ଲାଗି ମତ ଦେଇଛନ୍ତି । କଟକ ମହାନଗର […]

ଦେଶ ବିଦେଶ

ଆରମ୍ଭ ହେଲା ଯୋଗୀ ଇନିଂସ ୨.୦ … ମନ୍ତ୍ରୀମଣ୍ଡଳ ସହ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଯୋଗୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ମଧ୍ୟ ଶପଥ ଗ୍ରହଣ କରିଛନ୍ତି […]

ଦେଶ ବିଦେଶ

ରାଜ୍ୟସଭାରେ କାନ୍ଦିଲେ ସାଂସଦ ରୂପା ଗାଙ୍ଗୁଲି

ପଶ୍ଚିମବଙ୍ଗରେ ଜନ୍ମ ହେବା କିଛି ଅପରାଧ ନୁହେଁ । ରାଜ୍ୟସଭାରେ କିଛି ଏଭଳି ମନ୍ତବ୍ୟ ଦେବା ସହ ବୀରଭୂମ ଗଣପୋଡି ଘଟଣା ବାବଦରେ ମତ ଦେଇ କାନ୍ଦି ପକାଇଛନ୍ତି ବୀରଭୂମର ସାଂସଦ ରୂପା ଗାଙ୍ଗୁଲି । ପଶ୍ଚିମବଙ୍ଗର ବୀରଭୂମ ଗଣପୋଡି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଶୁକ୍ରବାର ରାଜ୍ୟସଭାରେ ହଟ୍ଟଗୋଳ ହେବା ସହ ଗୃହକୁ ମୁଲତବୀ କରିଦିଆଯାଇଛି । ଏହା ମଧ୍ୟରେ ଶୂନ୍ୟକାଳରେ ବୀରଭୂମ ପ୍ରସଙ୍ଗ ଉଠାଇଥିଲେ ରୂପା […]

ଓଡିଶା

ଆସନ୍ତାକାଲି ପୌର ଫଇସଲା, ସିସିଟିଭିରେ ଯାଞ୍ଚ ହେବ ଭୋଟ୍ ଗଣତି ଦୃଶ୍ୟ

ଆସନ୍ତାକାଲି ପୌର ଫଇସଲା । କେମିତି ହେବ ଭୋଟ୍ ଗଣତି ଏ ନେଇ ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ସେହିପରି ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲର ବ୍ୟବସ୍ଥା ମଧ୍ୟ ହୋଇଛି । ଉଭୟ କାଉନସିଲର ଓ ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ମୁନିସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, କର୍ପୋରେଟର ଭୋଟ୍ ଗଣତି […]

ଦେଶ ବିଦେଶ

ଆଜି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ, ଇକାନା ଷ୍ଟାଡିୟମରେ ହେବ ଆଡମ୍ବରପୂର୍ଣ୍ଣ ରାଜଭିଷେକ

ଆଜି ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମରେ ଅପରାହ୍ନ ୪ଟାରେ ବେଶ୍ ଆଡମ୍ବରପୂର୍ଣ୍ଣ ସହକାରେ ହେବ ଯୋଗୀଙ୍କ ରାଜଭିଷେକ । ୩୫ ବର୍ଷ ପରେ କୌଣସି ପାର୍ଟିକୁ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତ ମିଳିଥିବାରୁ ଉତ୍ତରପ୍ରଦେଶର ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି । ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ଼ ବଡ଼ ରାଜନେତା ଓ ସାଧୁସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି । […]

ଓଡିଶା

ଯୁବକଙ୍କ ଉନ୍ମତକାଣ୍ଡ, କଟାମୁଣ୍ଡ ଧରି ଗାଁ ବୁଲିଲା ହତ୍ୟାକାରୀ

ଯୁବକଙ୍କ ଉନ୍ମତକାଣ୍ଡ । ଶିଶୁ କନ୍ୟାକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ । ପୋଲିସ ଅଭିଯୁକ୍ତ ଯୁବକ ପ୍ରଶାନ୍ତ ବଗାରଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ଶିଶୁକନ୍ୟା ଜଣଙ୍କ ହେଲେ ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ । ମିଳିଥିବା ସୂଚନା ଅନୁସାରେ, ପରିବାର ଲୋକେ ମହୁଲ ଗୋଟାଇବାକୁ […]

ଓଡିଶା

ଆଜିଠୁ ବଜେଟ୍ ଅଧିବେଶନ, ପ୍ରଥମ ଦିନରେ ଘେରିବ ବିରୋଧୀ

ଆଜିଠାରୁ ଆରମ୍ଭ ହୋଇଛି ୨୦୨୨ର ପ୍ରଥମ ବିଧାନସଭା ବଜେଟ ଅଧିବେଶନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ବିଧାନସଭା ଏବଂ ତା’ ଆଖପାଖ ଅଞ୍ଚଳକୁ ପୋଲିସ ସୁରକ୍ଷା ବଳୟରେ ମଧ୍ୟରେ ରଖାଯାଇଛି । ଧାରଣାସ୍ଥଳ ଏବଂ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ରହିବ ପୋଲିସର ନଜର । ୬ ଜଣ ଅତିରିକ୍ତ ଡିଏସପି, ୧୧ ଜଣ ଆସିଷ୍ଟାଣ୍ଟ ଡିଏସପି, ୧୩ ଇନ୍ସପେକ୍ଟର, ୬୫ରୁ ଅଧିକ ଅଫିସରଙ୍କ ସହ ୩୦ ପ୍ଲାଟୁନ୍ ଫୋର୍ସ […]

ଓଡିଶା

ମତାଧିକାର ସାବ୍ୟସ୍ତ କଲେ ଭୁବନେଶ୍ବରର ମେୟର ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ରାଜ୍ୟରେ ପୌର ନିର୍ବାଚନ ପାଇଁ ସବୁଠୁ ଚର୍ଚ୍ଚାରେ ରହିଛି  ଭୁବନେଶ୍ୱର ମେୟର ପଦବୀ । ଚଳିତଥର ରାଜ୍ୟ ସରକାର ଭୁବନେଶ୍ବର ମେୟର ପଦବୀକୁ ମହିଳା ସଂରକ୍ଷଣ କରିଥିବାରୁ ଏହି ପଦକୁ ହାତେଇବା ପାଇଁ ମୈଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । କିଏ ପିନ୍ଧିବ ଭୁବନେଶ୍ବର ମେୟର ମୁକୁଟ ତାହା ନିର୍ଣ୍ଣୟ କରୁଛନ୍ତି ଜନତା ଜନାର୍ଦ୍ଦନ । ଆଉ ଆଜି ଭାଗ୍ୟ ପରୀକ୍ଷା ଦେଉଛନ୍ତି ବିଜେଡିରୁ […]

ଓଡିଶା

କଡା ମୁକାବିଲା ମଧ୍ୟରେ ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବରୁଣ କୁମାର ସର

କଡା ମୁକାବିଲା ମଧ୍ୟରେ ଅନୁଷ୍ଠିତ ହେଲା ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ହଦ । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବ୍ଲକ ବିଜେଡି ସଭାପତି ତଥା କଳିଙ୍ଗା ପଞ୍ଚାୟତର ସମିତି ସଭ୍ୟ ବରୁଣ କୁମାର ସର । ନିଜ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ପରାସ୍ତ କରି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବରୁଣ । ୧୮ ସଂଖ୍ୟା […]

ଓଡିଶା

ବେଗୁନିଆପଡା ବ୍ଲକର ଉପାଧ୍ୟକ୍ଷ ହେଲେ ସୁଧାକର ପ୍ରଧାନ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଉପାଧ୍ୟକ୍ଷ ପଦ ହାତେଇଲେ ମର୍ଦମେଖ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ସୁଧାକର ପ୍ରଧାନ । ଆଜି ଉପାଧ୍ୟକ୍ଷ ପଦବୀ ପାଇବା ପରେ ଶ୍ରୀ ପ୍ରଧାନଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ବେଗୁନିଆପଡାରୁ ବାପୁନି କୁମାର ମାଲୁ