ଓଡିଶା କଳା ସଂସ୍କୃତି

ପବିତ୍ର ରାମନବମୀ ପାଇଁ ଚଳଚଞ୍ଚଳ ହେଉଛି ସମସ୍ତ ମନ୍ଦିର

ଆଜି ହେଉଛି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ଜନ୍ମନୀତି ପାଳନ ହେବ । ରାମ ଜନ୍ମଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ । ଗତ ଦୁଇବର୍ଷ ହେବ କରୋନା କଟକଣା ଲାଗି ଭକ୍ତ ଓ […]

ଓଡିଶା

ଶପଥ ନେଲେ ରାଜ୍ୟର ପ୍ରଥମ ମହିଳା ମେୟର

ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ବିଏମ୍‌ସି କନଫରେନ୍ସ ହଲରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ମେୟରଙ୍କ ସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।  ଚଳିତ କର୍ପୋରେସନରେ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ପ୍ରଥମ […]

ଓଡିଶା ଟ୍ରେଣ୍ଟିଂ ଦେଶ ବିଦେଶ

ପୁଣି ବଢିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୧.୬୪ ଟଙ୍କାକୁ ବୃଦ୍ଧି

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଜାରି ରହିଛି । ଗତ ୧୫ ଦିନ ଭିତରେ ୧୩ ଥର ପାଇଁ ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ୧୧୧.୬୪ ଟଙ୍କାରେ ପହଞ୍ଚିଛି । ୧୩ ଥରରେ ପେଟ୍ରୋଲ ଲିଟର ପିଛା […]

ଓଡିଶା

ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି, ଆସୁଛି ଲଘୁଚାପ

ଆସୁଛି ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି  । ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି ଯେ, ୬ ତାରିଖରେ ଦକ୍ଷିଣ […]

ଓଡିଶା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଆଇଏଏସ୍ ବୀର ବିକ୍ରମ ଯାଦବ

ଓଏଏସ୍ ସ୍ତରରେ ଅଦଳବଦଳ ପରେ ଏବେ ଆଇଏଏସ୍ ସ୍ତରରେ ହୋଇଛି ଅଦଳବଦଳ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ କ୍ରିଷନ୍ କୁମାର ଏହି ଦାୟିତ୍ୱରୁ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବ ଏହି ପଦ ସମ୍ଭାଳିବେ । ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ […]

ଓଡିଶା

୮୭ ବର୍ଷରେ ପାଦ ଥାପିଛି ଓଡିଶା ପ୍ରଦେଶ…ରାଜ୍ୟ ପାଳୁଛି ଉତ୍କଳ ଦିବସ

ଆଜି ହେଉଛି ଉତ୍କଳ ଦିବସ । ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ । ୧୯୩୬ ମସିହା ଏପ୍ରିଲ ୧, ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ । ଭାରତ ମାନଚିତ୍ରରେ ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଏହି ଭୂଇଁ । ଇତି ମଧ୍ୟରେ ଓଡ଼ିଶା ୮୭ ବର୍ଷରେ ପାଦ ଥାପିଛି । ଓଡ଼ିଆ ଭାଷା ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡ଼ିଆ ଲୋକେ ନିଜର ପ୍ରତିଭା, […]

ଓଡିଶା ଟ୍ରେଣ୍ଟିଂ

ବଢିଲା ବସ୍ ଭଡା…ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର୍ ୧୦୮ ଟଙ୍କା ୬୫ ପଇସାକୁ ବୃଦ୍ଧି

ବର୍ଦ୍ଧିତ ତୈଳ ଦରକୁ ନଜରରେ ରଖି ରାଜ୍ୟରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି । ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ଏତଦ୍ ବ୍ୟତୀତ ଡିଲକ୍ସ ବସ୍ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ […]

ଓଡିଶା

ମାନସ ହତ୍ୟା ମାମଲରେ ସତ ମାନିଗଲା ରଞ୍ଜନ

ମାନସ ସ୍ୱାଇଁ ହତ୍ୟା ମାମଲାରେ ସତ ଉଗାରିଛି ରଞ୍ଜନ । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡର ଗୁମର ଖୋଲିବା ସହ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ଅପହରଣ କରିଥିବା ନେଇ ସ୍ୱୀକାର କରିଛି । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲଠୁ ୨ କିମି ଦୂର ଶଙ୍ଖାରିଗଡ଼ାକୁ ନେଇଥିବା ବେଳେ ସେଠାରୁ ମିଳିଛି ଠୋସ୍‌ ପ୍ରମାଣ । ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଦର […]

ଓଡିଶା କଳା ସଂସ୍କୃତି

ଜରାଜୀର୍ଣ୍ଣ ଅବସ୍ଥାରେ ବେଲେଶ୍ୱରୀ ସଂଗୀତ କଳାନିକେତନ, ପୁନଃରୁଦ୍ଧାର କରାଗଲେ ଉପକୃତ ହେବେ ଛାତ୍ରଛାତ୍ରୀ

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ବେଲେଶ୍ୱରୀ ସଂଗୀତ କଳାନିକେତନ । ରାଜ୍ୟ ସରକାର କଳା ସଂସ୍କୃତିର ବିକାଶ ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ଏପରିକି କଳାରୁ ବିରତୀ ନେଇଥିବା କଳାକାରମାନଙ୍କୁ କଳାକାର ଭତ୍ତା ପ୍ରଦାନ କରିବା ସହିତ ବହୁ ସୁବିଧାସୁଯୋଗ ପାଇଁ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନାର ସଫଳ ରୂପାୟନ କେତେଦୂର ସମ୍ଭବ ହୋଇପାରୁଛି ତାହା ଏହି ଚିତ୍ର ବୟାନ କରୁଛି । […]

ଦେଶ ବିଦେଶ

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଉପହାର, ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଉପହାର ଘୋଷଣା କରିଛନ୍ତି ମୋଦି ସରକାର । ନୂଆ ଆର୍ଥିକ ବର୍ଷ ଆରମ୍ଭ ନ ହେବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର । ଏ ନେଇ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଯାହାର ଲାଭ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୧ ଜାନୁଆରୀ ୨୦୨୨ରୁ ମିଳିବ । ତେବେ ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ବାବଦରେ ୩୧ […]