ଓଡିଶା

ଆସନ୍ତା ୮ରେ ଅବପାତରେ ପରିଣତ ହୋଇପାରେ ସମ୍ଭାବ୍ୟ ବାତ୍ୟା, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ !

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାପରେ ବାତ୍ୟା ନେଇ ସଠିକ୍‌ ଆକଳନ କରିହେବ । ବାତ୍ୟା ହେଲେ କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ତୀବ୍ରତା କେତେ ରହିବ ଆଦିର ଆକଳନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । […]

ଓଡିଶା

କିଏ ହାତେଇବ ବ୍ରଜରାଜନଗର ମୁକୁଟ, ଆଜିଠୁ ନାମାଙ୍କନ…

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ମେ’ ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଉପନିର୍ବାଚନକୁ ନଜରରେ […]

ଓଡିଶା କଳା ସଂସ୍କୃତି

ଅଖିମୁଠି ଅନୁକୂଳ କରୁଛନ୍ତି କୃଷକ…

ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି ମଧ୍ୟ ବିବେଚନା କାରଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରନ୍ତି । କ୍ଷେତର ଐଶ୍ବନ୍ୟ କୋଣରେ ନୈବେଦ୍ୟ ଦେଇ ମୁଠାମୁଠା ବିହନ ବୁଣିଥାନ୍ତି, […]

ଓଡିଶା

ବୈଷ୍ଣବ ପାଣିଙ୍କ କାଳଜୟୀ ସୃଷ୍ଟି ସଂଭାର ଚିର ଅମଳିନ…

ପ୍ରଥିତଯଶା ସାରସ୍ୱତ ସାଧକ, ଓଡ଼ିଆ ଯାତ୍ରା ନାଟକର କିମ୍ବଦନ୍ତୀ ପୁରୁଷ, ଗଣକବି ବୈଷ୍ଣବ ପାଣିଙ୍କ ୬୬ ତମ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କବିଙ୍କ  ଜନ୍ମମାଟି କୋଠପଦାରେ ଆୟୋଜିତ ହୋଇଯାଇଛି । ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମାହାଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, କବି ପ୍ରଶାନ୍ତ କର, ସରପଞ୍ଚ ନଳୀନିପ୍ରଭା ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲ, ଛାତ୍ର ବିଜେଡି ବ୍ଲକ ସଭାପତି ତ୍ରିନାଥ ଜେନା, […]

ଓଡିଶା

ଢିଙ୍କିଆରେ ପ୍ରସ୍ତାବିତ ଜିନ୍ଦଲ କମ୍ପାନୀକୁ ସ୍ୱାଗତ କରୁଛନ୍ତି ଅଞ୍ଚଳବାସୀ, ହେଲେ ପ୍ରବର୍ତ୍ତାଉଛନ୍ତି ବାହାର ନେତା…

ପୁଣି ମେଳିହେଲେ ଢ଼ିଙ୍କିଆ ଗ୍ରାମବାସୀ l ଏଥର ପ୍ରକଳ୍ପ ବିରୋଧରେ ନୁହେଁ ମିଥ୍ୟା ଆନ୍ଦୋଳନ ନାଁ ନେଇ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରି ଗ୍ରାମର ଭାଇଚାରା ବିଗଡୁଥିବା ବାହାର ନେତାଙ୍କୁ କରିବେ ବିରୋଧ l ଏ ବିଷୟରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିବା ପରେ ଢ଼ିଙ୍କିଆ ପଞ୍ଚାୟତ ଅଫିସରେ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ଢ଼ିଙ୍କିଆ ଗ୍ରାମ୍ୟ ସୁରକ୍ଷା କମିଟି l ବିଗତ ପୋସ୍କୋଠାରୁ ଜିନ୍ଦଲ ପର୍ଯ୍ୟନ୍ତ ଢ଼ିଙ୍କିଆ ଗ୍ରାମବାସୀଙ୍କୁ ମୋହରା କରି କିଛି ତଥାକଥିତ ବାହାର ନେତା […]

ଓଡିଶା

କୋଟପାଡରେ ଲଜ୍ୟା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତହାଣ୍ଡି ଗ୍ରାମ-ପଞ୍ଚାୟତ ସଦର ମହକୁମାରେ ଲଜ୍ୟା । ଦଶ ବର୍ଷର ନାବାଳିକାକୁ ଗଣଧର୍ଷଣ ହୋଇଥିବା ସୂଚନା । ସୂଚନା ଅନୁଯାୟୀ, ମୂର୍ତହାଣ୍ଡି ରନ୍ଧାରୀ ସାହିର ଦୁର୍ବୁତ୍ତ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ପଶି ତାଙ୍କର ଦଶ ବର୍ଷର ଝିଅ ଶୋଇଥିବା ସମୟରେ ତାଙ୍କୁ ଉଠେଇ ନେଇ ଗ୍ରାମ ମସାଣି ପଦା ନିକଟରେ ଧର୍ଷଣ କରିଥିବା ଅଭିଯୋଗ ହୋଇଛି l ଦୁର୍ବୁତ୍ତମାନେ ହେଲେ ଉକ୍ତ ଗ୍ରାମର ତୁଳସୀ ରାମ ସମରଥ ଓ ତାଙ୍କ ସହଯୋଗୀ […]

ଓଡିଶା

ସତ୍ୟଭାମାପୁରରେ ‘ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ‘ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଧୁବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନର ଗୌରବମୟ ଗାଥା । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । […]

ଓଡିଶା ଦେଶ ବିଦେଶ

କାଲିଠୁ ରାଜ୍ୟରେ ତାତିରୁ ମିଳିବ ନିସ୍ତାର, ସପ୍ତାହ ଯାଏଁ ଦେଶର ବିଭିନ୍ନ ସ୍ଥାନରେ ହିଟ୍ ୱେଭ ଜାରି

ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ହେଲେ କାଲିଠୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ସୂଚନା ଅନୁସାୟୀ, ବଙ୍ଗୋପସାଗରର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ କାଲିଠୁ ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨ରୁ ୩ […]

ଓଡିଶା

ସରକାର ଆମ ଆଡେ ଟିକେ ଦୃଷ୍ଟି ଦିଅ !

ପାଖରେ କେହିଁ ନାହାନ୍ତି । ବାପା ମା ଭାଇ ପର କରି କେବେଠାରୁ ଚାଲିଗଲେଣି । ପାଖରେ ଅଛି ଦିବ୍ୟାଙ୍ଗ ଝିଆରୀ । ଆଉ ଏହି ଝିଆରୀକୁ ନେଇ ଖୋଲା ତମ୍ବୁ ତଳେ ଆଶ୍ରୟ ନେଇଛନ୍ତି ଏହି ମହିଳା । ଇଏ ହେଉଛନ୍ତି ପି ମଣି କୁମାରୀ । ବୟସ 45 । ପରିବାର କହିଲେ କେବଳ ଦିବ୍ୟାଙ୍କ ଝିଆରୀ । ଘରଡିହ ବୋଲି କିଛି ନାହିଁ । ସକାଳ ହେଲେ ପେଟ ପୋଷିବା ପାଇଁ ମଣିକୁମାରୀ […]

ଓଡିଶା

ଓଡିଶା ପାଇଁ ଆଇଏମଡି ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ

ଗ୍ରୀଷ୍ମ ପ୍ରବାହ ନେଇ ଦେଶର ୫ଟି ରାଜ୍ୟ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଓଡିଶା, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ପାଇଁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ଟି ଜିଲ୍ଲା ପାଇଁ ଏହି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ […]