ଓଡିଶା

ତେଲ ଦର କମିବା ପରେ କମିଲା ବସ୍ ଭଡା

ତେଲ ଦର କମିବା ସାଙ୍ଗକୁ ହ୍ରାସ ପାଇଛି ବସ୍ ଭଡା । କିଲୋମିଟର ପିଛା ସାଧାରଣ ବସ୍ ଭଡା ୩ ପଇସା ହ୍ରାସ ପାଇଛି । ଏହାସହ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୩ ପଇସା ଖସିଛି । ସେହିପରି ଏସି ବସ୍ ଭଡା କିଲୋମିଟର ପିଛା ୬ ପଇସାକୁ କମିଛି । ପୂର୍ବରୁ ଅର୍ଡିନାରୀ ବସ୍ ଭଡା ୯୨ ପଇସା ଥିବାବେଳେ ତାହା ଏବେ ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏସି […]

ଓଡିଶା

କାଳବୈଶାଖୀ ସମ୍ଭାବନା, ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ଅସହ୍ୟ ଗୁଳୁଗୁଳି । ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢିବା ସହ ଗୁଳୁଗୁଳି ହେବ ବୋଲି କହିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ବଢିବ । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏବଂ ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡିଶାର କିଛି ଅଂଚଳରେ ଗୁଳୁଗୁଳି ସମ୍ଭାବନା ରହିଛି ।ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା […]

ଓଡିଶା

ଗୀତ ଗାଇ ନାଚିଲେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ

କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ । ନବରଙ୍ଗପୁର ଜିଲ୍ଲା ନିସନାହାଣ୍ଡି ପଞ୍ଚାୟତର ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ଜାଗୃତି ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ ଯୋଗ ଦେଇ କିଶୋରୀମାନଙ୍କୁ ଉତ୍ସାହିତ କରିବା ସହ ନିଜେ ଗୀତ ଗାଇଥିଲେ । ଏହାସହ ମାଝୀଗୁଡାରେ ଥିବା ଦିନଦୟାଲ ଅନାଥ […]

ଓଡିଶା

ମାନସ ମଙ୍ଗରାଜ ହେବେ କି ରାଜ୍ୟସଭା ସଦସ୍ୟ ?

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁରୁବାରରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲର ସମୟ ଆସନ୍ତା ଜୁନ୍ ୨ ପର୍ଯ୍ୟନ୍ତ ରହିବ । ୩ ତାରିଖରେ ଯାଞ୍ଚ ପ୍ରକ୍ରିୟା ହେବ । ଜୁନ୍ ୬ରେ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ ରହିବ । ଜୁନ୍ ୧୩ରେ ହେବ ଉପ-ନିର୍ବାଚନ । ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବାସ ସିଂ କଟକ ମେୟର ହେବା ପରେ […]

ଓଡିଶା

ଶାସକ ଦଳର କାଉନସିଲରଙ୍କ ଅଜବ ଯୁକ୍ତି, ଅଧାରୁ ଅଟକିଲା ଏନ୍ଏସିର ଉନ୍ନତିକରଣ ବୈଠକ

କୋଦଳା- ଶାସନ କଳ ରହିଛି ବିଜେଡି ହାତରେ । ଏଣୁ ଚାରିଆଡେ ଦେଖିବାକୁ ମିଳୁଛି ବିଜେଡି କର୍ମୀଙ୍କ ଦାଦାଗିରି । ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିରେ ଜଣେ ବିଜେଡି କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ଏନ୍ଏସି ବୈଠକରେ ଜଣେ କାଉନସିଲରଙ୍କ ଭିତ୍ତିହୀନ ବିତଣ୍ଡା ଯୁକ୍ତି କାରଣରୁ ଅଧାର ବନ୍ଦ ହୋଇଥିଲା ବୈଠକ । ସୂଚନା ଅନୁସାରେ, ୭ ଦିନ ପୂର୍ବରୁ ବୁଧବାର ଏନ୍ଏସି ବୈଠକ ଅନୁଷ୍ଠିତ ହେବ ବୋଲି ନୋଟିସ କରାଯାଇଥିଲା । ତେବେ […]

ଓଡିଶା

ବ୍ଲକସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ, ୧୧ ଜଣ ଛାତ୍ରଛାତ୍ରୀ ମନୋନୀତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଖେଳ ଶିକ୍ଷକ ସଂଘ ସଭାପତି ଭଗବାନ ପଣ୍ଡାଙ୍କ ତତ୍ୱାବଧାନରେ ବ୍ଲକ ସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଯୋଗ ଶିକ୍ଷା କରିଥିଲେ । ଯୋଗ ଶିବିରରେ ସିନିୟର ବିଭାଗରେ ଆକାଶ ପଣ୍ଡା, ଚିନ୍ମୟ ଗୋଛାୟତ, ତପୁ ବେହେରା, ପିଣ୍ଟୁ ପାଢ଼ୀଙ୍କ ସହିତ ବାଳିକା ବିଭାଗରେ ଉର୍ମିଳା ନାହାକ, ମାମାଲି ପାଲଇ, ବନ୍ଦନା ଦାସ […]

ଓଡିଶା

ଆମ ସ୍କୁଲ ଜମି ଆମକୁ ଫେରାଇଦିଅ, ନ ହେଲେ ଆନ୍ଦୋଳନ ତୀବ୍ର ହେବ !

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଜମି ଫେରାଇ ଆଣିବା ଉଦେଶ୍ୟରେ ସ୍କୁଲ ସମ୍ମୁଖରେ ଧାରଣା ଦେଲେ ପୁରାତନ ଛାତ୍ର । ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କରାଯାଇଥିବା ଏହି ଧାରଣା ଓ ପ୍ରତିବାଦ ସଭାରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାମାନେ ଯୋଗ ଦେଇ ତୁରନ୍ତ ସ୍କୁଲ ଜମିକୁ ଫେରାର ଆଣିବାକୁ ଦାବି କରିଥିଲେ । ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଚଞ୍ଚକତା କରି […]

ଓଡିଶା

ରଖେ ହରି ତ ମାରେ କିଏ ! ବିନା ପାରିଶ୍ରମିକରେ କ୍ଷତାକ୍ତ ବଦଳର ରକ୍ଷା କଲେ ପ୍ରାଣୀ ଚିକିତ୍ସକ

ରଖେ ହରି ତ ମାରେ କିଏ । ବୌଦ୍ଧ ଜିଲ୍ଲା ଗୋଛାପଡା ଗ୍ରାମପଂଚାୟତ ଅନ୍ତର୍ଗତ ତ୍ରିବେଣୀପୁର ଗ୍ରାମର ଗିରିଶ ଛତ୍ରଙ୍କ ବଳଦକୁ କେହି ଦୁର୍ବୁତ୍ତ ଅତି ଅମାନୁଷିକ ଭାବେ ବର୍ଛା ମାରି ଦେଇଥିଲେ । ଫଳରେ ବଳଦଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏ ବାବଦରେ ଖବର ପାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା ପ୍ରଫୁଲ୍ଲ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରାଣୀ ଚିକିତ୍ସକ ଦଳ ତ୍ରିବେଣୀପୁର ଗ୍ରାମରେ ପହଞ୍ଚି ବଳଦର ସଫଳ ଅସ୍ତ୍ରୋପଚାର କରିଛନ୍ତି । […]

ଓଡିଶା

କଂଗ୍ରେସର ମଙ୍ଗ ଧରିଲେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକ

ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ମିଳିଛି ନିଯୁକ୍ତି । ଅଲଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଦଳ ପକ୍ଷରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରି ଶରତ ପଟ୍ଟନାୟକଙ୍କୁ ପିସିସି ମଙ୍ଗୁଆଳ ଦାୟିତ୍ୱ ତୁଲାଇବାକୁ କହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଏଆଇସିସି ସାଧାରଣ ସମ୍ପାଦକ କେସି […]

ଓଡିଶା ଟ୍ରେଣ୍ଟିଂ

ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ସୁରକ୍ଷିତ ତ ? ପର୍ଯ୍ୟଟକଙ୍କୁ ଆକ୍ରମଣ କଲେ ନନ୍ଦନକାନନ ସଫାରୀ କର୍ମଚାରୀ…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ କର୍ମଚାରୀ । ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେଲେ ଛତିଶଗଡ଼ରୁ ଆସିଥିବା ୨୬ ପର୍ଯ୍ୟଟକ । ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କିଛି ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଯାହାକୁ ନେଇ ପର୍ଯ୍ୟଟକମାନେ […]