ଓଡିଶା କଳା ସଂସ୍କୃତି

ଚିଲିକାରେ ଆଜିଠାରୁ ଚାଲିବ ବିଳାସପୂର୍ଣ୍ଣ ହାଉସ ବୋଟ “ଗରୁଡ”

ଚିଲିକାରେ ଆଜିଠାରୁ ଚାଲିବ ବିଳାସପୂର୍ଣ୍ଣ ହାଉସ ବୋଟ “ଗରୁଡ” । ରାଜ୍ୟରେ ପ୍ରଥମଥର ପାଇଁ ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇ ଏଭଳି ଏକ ବିଳାସପୂର୍ଣ୍ଣ ହାଉସ ବୋଟର ବ୍ୟାବସ୍ଥା ହୋଇଛି । ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ୨୦ରୁ୨୫ ହଜାର ଟଙ୍କା ଦେବାକୁ ପଡିବ । ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଏହା ଉପଲବ୍ଧ […]

ଓଡିଶା

ପୁଣି ଶ୍ରୀମନ୍ଦିର ଭିତର ବେଢାରେ ସେଲ୍ଫି, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋଶିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କଲେ ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ଭକ୍ତ । ସେ ଏହି ଫଟୋକୁ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫଟୋରେ ଦୁଇ ଜଣ ବ୍ୟକ୍ତି ଥିବା ଦେଖିବାକୁ ମିଳିଛି । ଜଣେ ଧଳା ରଙ୍ଗର କୁର୍ତା ପିନ୍ଧିଥିବା ବେଳେ ଅନ୍ୟ ଜଣେ ନାଲି ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଶ୍ରୀମନ୍ଦିର ପରିସରରେ ସେ ୧୦ରୁ ଅଧିକ ଫଟୋ ଉଠାଇଥିବା ବେଳେ […]

ଓଡିଶା

ନ୍ୟାୟ ମାଗୁଛି କଅଁଳ ଶିଶୁ !

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଓ ନୂଆକୋଟ ଗାଁ ମଝିରେ ଥିବା ଏକ ପୋଖରୀ0ରେ ଭାସୁଛି ନବଜାତ ଶିଶୁର ମୃତଦେହ l କାଳ ବୈଶାଖୀର ଘନ ଅନ୍ଧାର ବାଦଲ ମଧ୍ୟରେ ଘଡଘଡି ସାଙ୍ଗକୁ ବର୍ଷା, ଆଉ ଏମିତି ପରିସ୍ଥିତିରେ କେମିତି ପଥର ହୋଇଯାଉଛି ଗୋଟିଏ ମାଆର ହୃଦୟ l କି ପାପ କରିଥିଲା ଏହି କୋମଳମତି ଶିଶୁଟି । କଣ ଭୁଲ କରିଥିଲା ଏହି ନିଷ୍ପାପ ଶିଶୁଟି । ଦୁନିଆକୁ ଦେଖିବା […]

ଓଡିଶା

ଵଦାଳୋ ଗ୍ରାମପଞ୍ଚାୟତରେ ବାବା କମାନେଶ୍ଵର ମହାଦେବଙ୍କ ପୀଠରେ ସୁରୁଖୁରୁରେ ସମ୍ପନ୍ନ ହେଲା ଶୀତଳ ଷଷ୍ଠୀ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଵଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୋଡ଼ାଡ଼ିଆଁ ଗ୍ରାମର ଆରାଧ୍ୟ ଦେବତା ବାବା କମାନେଶ୍ଵର ମହାଦେବଙ୍କ ପୀଠରେ ସୁରୁଖୁରୁରେ ସମ୍ପନ୍ନ ହେଲା ଶୀତଳ ଷଷ୍ଠୀ ଉତ୍ସବ l ବିଗତ ଦୁଇବର୍ଷ ହେବ କୋଭିଡ କଟକଣା ପାଇଁ ବିନା ଭକ୍ତରେ କେବଳ ବିଧିରକ୍ଷା ନିମନ୍ତେ କମାନେଶ୍ଵରଙ୍କ ପୀଠରେ ଶୀତଳ ଷଷ୍ଠୀ ଉତ୍ସବ ପାଳନ ହେଉଥିଲା । କିନ୍ତୁ ଚଳିତ ବର୍ଷ ବୈଦିକ ରୀତିନୀତି ଅନୁଯାୟୀ ମହାସମାରୋହ ସହ ପ୍ରଭୁ କମାନେଶ୍ଵରଙ୍କର ବିବାହ ଉତ୍ସବ ସମ୍ପାଦନା ହୋଇଛି […]

ଓଡିଶା

ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ବିଦା ହେଲେ ୧୦, ସ୍ଥାନ ପାଇଲେ ନୂଆ ୭

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଆଜି ମୋଟ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ କରିଥିବା କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ- ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, […]

ଓଡିଶା ମନୋରଞ୍ଜନ

ବର୍ଷାଙ୍କୁ ଟଙ୍କା ପଠାଇଲେ ଅନୁଭବ…

କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଷାଙ୍କ ରହଣି ବାବଦରେ ଟଙ୍କା ଦେଲେ ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇ କୋର୍ଟଙ୍କୁ ଜଣାଇଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ବିକଳ୍ପ ରହଣି ପାଇଁ ଅନୁଭବ ଏହି ଟଙ୍କା ଦେଇଛନ୍ତି । ପ୍ରଥମ କିସ୍ତି ଟଙ୍କା ପାଇଥିବାରୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କୁ ୨ ମାସ ମଧ୍ୟରେ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ପଡ଼ିବ । […]

ଓଡିଶା

ବ୍ରଜରାଜନଗରରେ ପୁଣି ଉଡିଲା ବିଜେଡି ବାନା । ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ବ୍ରଜରାଜନଗରରେ ପୁଣି ଉଡିଲା ବିଜେଡି ବାନା । ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ଚଳିତ ନିର୍ବାଚନରେ ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନ ଅକ୍ତିଆର କରିଛି କଂଗ୍ରେସ । ବିଜେପିର ରାଧାରାଣୀଙ୍କୁ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଏହି ନିର୍ବାଚନରେ ଅଳକା ମହାନ୍ତିଙ୍କୁ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ତେବେ […]

ଓଡିଶା ଟ୍ରେଣ୍ଟିଂ

ଜାଣନ୍ତୁ କେମିତି କରିବେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ଏଥିପାଇଁ ଆଜିଠୁ ଆବେଦନ କରି ହେବ ।କେମିତି କରିବେ ରେଜିଷ୍ଟ୍ରେସନ୍: ପ୍ରଥମେ ଆପଣଙ୍କୁ ସିଆମ୍ ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ କ୍ଲିକ କରନ୍ତୁ WWW.SIAM.IN ଏହା ପରେ ବୁକ୍ HSRP ବଟନ୍ରେ କ୍ଲିକ କରିବାକୁ ହେବ HSRPରେ ଥିବା ସମସ୍ତ ଡିଟେଲସ୍କୁ ପୂରଣ କରିବା ପରେ ସବମିଟ୍ ଅପସନ୍ରେ କ୍ଲିକ କରନ୍ତୁ ପରେ ଆପଣ କେଉଁ ଗାଡିର ରେଜିଷ୍ଟ୍ରେସନ୍ କରାଇବାକୁ ଚାହୁଁଛନ୍ତି ତାର […]

ଓଡିଶା

ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ: ଆଇଏମ୍‌ଡି ଡିଜି

ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଅନୁମାନଠାରୁ ଅଧିକ ବର୍ଷା ହେବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜୁନ୍ ମାସରେ ସମଗ୍ର ଦେଶରେ ବର୍ଷା ସ୍ୱାଭାବିକ ରହିବ । ବିଶେଷତଃ ପଶ୍ଚିମ ଭାରତ, ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ୱାଭାବିକ ଓ […]

ଦେଶ ବିଦେଶ

ଜୁନ୍‌ ୨ରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ପଟିଦାର ନେତା ହାର୍ଦ୍ଦିକ ପଟେଲ

ନିକଟରେ ହାତ ଛାଡିଥିବା ହାର୍ଦ୍ଦିକ ପଟେଲ ଏବେ ଫୁଲ ଧରିବେ । ଅର୍ଥାତ୍ ଆସନ୍ତା ଜୁନ୍‌ ୨ରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି । ଏ ନେଇ ସେ ଖୋଦ୍‌ ଘୋଷଣା ମଧ୍ୟ କରିଛନ୍ତି । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପଟିଦାର ନେତା । ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିର ହାତ ଧରିବାକୁ ଯାଉଛନ୍ତି । କଂଗ୍ରେସ ଛାଡିବା ପରେ ସେ ଆମ ଆଦମୀ ପାର୍ଟିରେ ସାମିଲ […]