ଓଡିଶା

ମା’ ଆମେ ତୁମ ସାଥିରେ ରହିଛୁ: ମା’ ତାରିଣୀ ହେଲପିଂ ହ୍ୟାଣ୍ଡସ୍

କର୍କଟ ପୀଡିତା ମୀନାରାଣୀଙ୍କୁ ଆର୍ଥିକ ସହାୟତା
ଜଗତସିଂହପୁର, (ଫ୍ରିଟୁସ୍ପିକ୍/ ଶ୍ରୀରାଜ ସାହୁ) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନବାଡିଆ ଗ୍ରାମର କର୍କଟ ରୋଗରେ ପୀଡିତା ମୀନାରାଣୀ ସ୍ୱାଇଁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା’ ତାରିଣୀ ହେଲପିଂ ହ୍ୟାଣ୍ଡସ୍ । ସୂଚନା ଯୋଗ୍ୟ କି, ମୀନାରାଣୀ କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଚଲାବୁଲା କରିବାକୁ ଅକ୍ଷମ । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି । ଅର୍ଥାଭାବରୁ ତାଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ଏଭଳିସ୍ଥଳେ ଚିକିତ୍ସା ନିମନ୍ତେ ଅର୍ଥ ସାଜିଛି ବାଧକ । ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା’ ତାରିଣୀ ହେଲପିଂ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ୱର ପ୍ରସାଦ ମହାନ୍ତି, ପରାମର୍ଶଦାତା ସରୋଜ କୁମାର ବେହେରା, ସଂଯୋଜକ କୁନେଶ ବାରିକ, ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, କବିନ୍ଦ୍ର ସ୍ୱାଇଁ, ନନ୍ଦନନ୍ଦନ ଜୟସିଂ, ପ୍ରକାଶ ମହାନ୍ତି, ଜ୍ୟୋତିରଞ୍ଜନ ସ୍ୱାଇଁ, ରୁନିବାଳା ମଲ୍ଲିକ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୁଖ ମୀନାରାଣୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି । ଏତଦ୍ ବ୍ୟତୀତ ଏକ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମା ତାରିଣୀ ହେଲପିଂ ହ୍ୟାଣ୍ଡସର ବଦାନ୍ୟତା ପାଇଁ ମୀନାରାଣୀ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟଂଶୀ ପ୍ରଶଂସା କରାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା