ଓଡିଶା

ଖବର ପ୍ରଭାବ…ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଚେତିଲେ ହିନ୍ଦୋଳ ବିଡ଼ିଓ

ମୁଣ୍ଡ ନୁଆଇଁ ଶେଷରେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ କଲେ ବଦଳି
ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ୍ ଜ୍ଞାପନ କଲେ ବୁଦ୍ଧିଜୀବୀ
ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) :
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ନାଟକରେ ଯବନିକା ପଡ଼ିଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ଆଦେଶ ପତ୍ର ସଂଖ୍ୟ ୪୦୩୬ ତା ୦୩-୧୦-୨୦୨୪ ଅନୁଯାୟୀ ଏହି ବ୍ଲକର ୫ ଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ସହକାରୀ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ହୋଇଥିବା ଆଦେଶକୁ ଅବମାନନା କରି ସ୍ଥାନୀୟ ବିଡ଼ିଓ ଜଣେ ମହିଳା ଯନ୍ତ୍ରୀଙ୍କୁ ଏଠାରୁ ବଦଳି ନକରି ଚର୍ଚ୍ଚାରେ ରହି ଆସିଥିଲେ । ବିଭିନ୍ନ ସ୍ଥାନରେ କେତେକ ପଞ୍ଚାୟତ ପ୍ରତିନିଧି ପଞ୍ଚାୟତବାସୀ ଓ ବୁଦ୍ଧିଜୀବୀ ଏନେଇ ଚର୍ଚ୍ଚା କରୁଥିବା ଶୁଣା ଯାଇଥିଲା । ଏ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ସୂଚନା ଅଧିକାର ଆଇନ ବଳରେ ବିଡ଼ିଓ ମହାଶୟଙ୍କୁ ଦୁଇ ଦୁଇ ଥର ଦରଖାସ୍ତ କରାଯାଇଥିଲା । ପ୍ରଥମ ସୂଚନା ବହୁ ବିଳମ୍ବରେ ମିଳିଥିବାବେଳେ ଏଥିରେ ବିଭ୍ରାନ୍ତିକର ତଥ୍ୟ ଥିବାରୁ ପୁନଃ ଦ୍ୱିତୀୟବାର ଦରଖାସ୍ତ କରାଯାଇଥିଲା । ବଦଳି ପ୍ରକ୍ରିୟା ଅନିୟମିତତା ରହି ଥିବାରୁ ଏ ସମ୍ପର୍କରେ ଗଣମାଧ୍ୟମରେ ବହୁବାର ଖବର ପ୍ରସାରଣ କରାଯାଇଥିଲା । ଶେଷରେ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏଭଳି ବ୍ୟତିକ୍ରମ ସମ୍ପର୍କରେ ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ହିନ୍ଦୋଳ ବିଡ଼ିଓ ପତ୍ର ସଂଖ୍ୟା ୧୬୯୧ ତା ୦୫-୦୫-୨୦୨୫ ରିଖରେ ବ୍ଲକର ସଂପୃକ୍ତ ମହିଳା କନିଷ୍ଠ ଯନ୍ତ୍ରୀ ସିଲାରାଣୀ ସାହୁଙ୍କୁ ଭୁବନ ବ୍ଲକ କାର୍ଯ୍ୟାଳୟକୁ ବଦଳି କରିଥିବା ଜଣା ପଡ଼ିଛି । ଏ ନେଇ ପତ୍ର ସଂଖ୍ୟା ୧୬୯୨ ରେ ଢେଙ୍କାନାଳ ସଦର ବିଡ଼ିଓଙ୍କୁ ଅବଗତ କରାଇବା ସହ ତାଙ୍କ ବଦଳରେ ସଦର ବ୍ଲକର ଅଳକା ବତି ସାମଲ ନାମ୍ନୀ କନିଷ୍ଠ ଯନ୍ତ୍ରୀଙ୍କୁ ଏଠାରେ ନିଯୁକ୍ତ ପାଇଁ ଆଦେଶ ହୋଇଛି । ଏ ସମ୍ପର୍କରେ ହିନ୍ଦୋଳ ବିଡ଼ିଓଙ୍କ ପକ୍ଷରୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ସରପଞ୍ଚ, ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ସିଡିଓ କମ୍ ଇଓ ଢେଙ୍କାନାଳ ଜିଲ୍ଲା ପରିଷଦଙ୍କୁ ଜଣାଇ ଦେଇଥିବା ସୂଚନା ମିଳିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା