ପାକିସ୍ତାନ ଭିତରେ ପଶି ଆକ୍ରମଣ କରୁଛି ଭାରତ…

ଆତଙ୍କୀଙ୍କୁ ନିପାତ କରିଚାଲିଛି ଭାରତ । ପାକିସ୍ତାନର କେବଳ ଆତଙ୍କୀ ଆଡ୍ଡା ଉପରେ ଭାରତ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ପାକିସ୍ତାନ ଏବେ 1971 ମସିହା ଭଳି ସ୍ଥିତିକୁ ଆସିଥିବା ରିପୋର୍ଟରୁ ଜଣାପଡିଛି । ଭାରତ କେବେହେଲେ ଯୁଦ୍ଧ ଚାହେଁ ନାହିଁ । ମାତ୍ର ପାକିସ୍ତାନ ବାରମ୍ବାର ଭାରତରେ ଆତଙ୍କୀ ଆଚରଣ କରି ସମସ୍ତେ ସହନଶୀଳ ନୀତିକୁ ନିଜ ହାତରେ ପ୍ରତିହତ କରିଛି । ଏବେ ଏହାର ପ୍ରତିଶୋଧ ଜବାବୀ ପାଇଁ ପାକିସ୍ତାନ ପ୍ରସ୍ତୁତ ରହିବାକୁ ଭାରତ ପ୍ରଥମରୁ ହିଁ ଚେତାବନୀ ଦେଇସାରିଛି । ପାକିସ୍ତାନରେ ଆତଙ୍କବାଦର ଫ୍ୟାକ୍ଟ୍ରିକୁ ଭାରତ ନଷ୍ଟ କରିଛି । ଏହି ଆକ୍ରମଣରେ ମୋଷ୍ଟ ୱାଣ୍ଟେଡ୍ ମସୁଦ ଆଜହାରର ସମ୍ପର୍କୀୟ ଏବଂ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଅପରେସନ୍ ସିନ୍ଦୁର, ଏଥର ସମସ୍ତ ପ୍ରମାଣ ତଥ୍ୟ ସହିତ ପାକିସ୍ତାନର ପୋଲ ଖୋଲିଛି । 2016 ରେ ଉରୀ ଆତଙ୍କବାଦ ଆକ୍ରମଣ ପରେ ଭାରତ ପାକିସ୍ତାନ ଭିତରେ 3 କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରି ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । 2019 ରେ ପୁଲୱାମା ଆତଙ୍କୀ ଆକ୍ରମଣ ଜବାବରେ ଭାରତ ପାକିସ୍ତାନରେ ବାଲାକୋଟ ଷ୍ଟ୍ରାଇକ କରି ଆତଙ୍କୀଙ୍କୁ ନିପାତ କରିଥିଲା । ଏହି ସମୟରେ ଭାରତ ପାକିସ୍ତାନର 60 କିଲୋମିଟର ଭିତରେ ପଶି ସେମାନଙ୍କୁ ନିହତ କରିଥିଲା । ଆଉ ଏବେ ଏହି ଏୟାର ଷ୍ଟ୍ରାଇକ ବହାବଳପୁର ପର୍ଯ୍ୟନ୍ତ ହୋଇଛି । ପାକିସ୍ତାନର 100 କିଲୋମିଟର ଭିତରକୁ ଭାରତୀୟ ସେନା ପ୍ରବେଶ କରି ସେମାନଙ୍କୁ ଚକମା ଦେଇଛି । ଭାରତୀୟ ସେନା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି ।