ଓଡିଶା ଦେଶ ବିଦେଶ

ସିନ୍ଦୁର ପୂରଣ କଲା ସିନ୍ଦୁରର ପ୍ରତିଶୋଧ…

ଭାରତରେ ଜୟକାର, ପାକିସ୍ତାନରେ ହାହାକାର
ଆତଙ୍କବାଦ ବିରୁଦ୍ଧରେ ଭାରତର ଏୟାରଷ୍ଟ୍ରାଇକ୍
ନିପାତ ହେଲେଣି ୩୦୦ ଆତଙ୍କୀ

ଆତଙ୍କବାଦ ବିରୁଦ୍ଧରେ ଭାରତର କଡା ଆଭିମୁଖ୍ୟ । ରାତିଅଧିଆ ଏୟାରଷ୍ଟ୍ରାଇକରେ ଥରହର ପାକିସ୍ତାନ । ପାକିସ୍ତାନ ଆତଙ୍କୀ ହମଲାର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ପାକିସ୍ତାନ ଆତଙ୍କବାଦ ବିରୋଧରେ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି ‘ଅପରେସନ୍ ସିନ୍ଦୁର’ । ଏବେ ଯାଏଁ ୯ ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଏପ୍ରିଲ୍ ୨୨ ରେ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୭ ହିନ୍ଦୁଙ୍କ ଜୀବନ ଯାଇଛି । ପହଲଗାମ୍ ଯାଇଥିବା ଭାରତୀୟଙ୍କୁ ଧର୍ମ ଆଧାରରେ ଟିଆରଏଫର ଆତଙ୍କୀ ଗୁଳିବିଦ୍ଧ କରିବା ସହ ମୋଦୀଙ୍କୁ କହିଦେବାକୁ ଚେତାବନୀ ଦେଇଥିଲେ । ଏହାପରେ ଭାରତ ସରକାର ଆରମ୍ଭ କରିଥିଲେ ଆତଙ୍କବାଦ ବିରୁଦ୍ଧରେ ଯାତ୍ରା । ଭାରତୀୟ ମା’ର ସିନ୍ଦୂରର ପ୍ରତିଶୋଧ ନେବାକୁ ଏହି ଏୟାରଷ୍ଟ୍ରାଇକ ପାଇଁ ‘ଅପରେସନ୍ ସିନ୍ଦୁର’ ନାଁ ରଖିଲେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ । ଅପରେସନ୍ ସିନ୍ଦୁର ପରେ ଏବେ ଭାରତରେ ଖୁସିର ମହୋତ୍ସବ ।
ଏହି ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନର ପ୍ରଶ୍ରୟ ପାଇଥିବା ଲସ୍କର- ଏ -ତୋଇବାର ଏକ ମୁଖ୍ୟ ଅଙ୍ଗ ଯେଉଁଥିରେ ଉଭୟ ପାକିସ୍ତାନୀ ସେନାର ସମ୍ପୃକ୍ତି ଥିବା କୁହାଯାଉଥିଲା । ଏହାପରେ ସାରା ଦେଶରେ ଆରମ୍ଭ ହୋଇଯାଇଥିଲା ପାକ୍ ବିରୋଧୀ ସ୍ଲୋଗାନ୍ । ପାକିସ୍ତାନ ଓ ପିଓକେର ପାଖାପାଖି ୧୦୦ କିଲୋମିଟର ଭିତରକୁ ପଶି ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଯେଉଁଥିରେ ୩୦୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ହମଲାରେ ସାମିଲ ହୋଇଥିଲେ ୮ ସୁଖୋଇ, ୪ ରାଫେଲ୍ । ଏଥିସହ ବ୍ରହ୍ମୋସ ମିସାଇଲ୍ ମଧ୍ୟ ମାଡ଼ ହୋଇଛି ।
ପୁରା ଦେଶରେ ଜୟ ହିନ୍ଦ ନାରା ଲାଗି ରହିଛି । ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡିତ ପରିବାରରେ ପ୍ରତିଶୋଧର ବହ୍ନି ଏବେ ଟିକେ ଶୀତଳ ହୋଇଛି । ସେପଟେ ଆକ୍ରମଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ଣ୍ଣ ସମର୍ଥନ ଦେବା ସହ ଭାରତୀୟ ସେନା ପାଇଁ ‘ଜୟ ହିନ୍ଦ୍’ ସ୍ଲୋଗାନ ଦେଇଛନ୍ତି । ଭାରତୀୟ ସଶସ୍ତ୍ର ବଳକୁ ନେଇ ସେ ଗର୍ବିତ ବୋଲି କହିବା ସହ ତାଙ୍କ ସହ ଅନ୍ୟ କଂଗ୍ରେସ ନେତା ମଧ୍ୟ ଭାରତର ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।
ପାକିସ୍ତାନର ମୁଜାଫରାବାଦ, କୋଟଲି ଓ ବହାବଲପୁର ଭଳି ସ୍ଥାନକୁ ଟାର୍ଗେଟ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଭାରତର ଆଟାକ୍ ନେଇ ସ୍ପଷ୍ଟ କରିଛି । ଜବାବ ହମଲା ବାବଦରେ ଆମେରିକା, ବ୍ରିଟେନ୍, ରୁଷ୍ ଓ ସାଉଦି ଆରବକୁ ଅବଗତ କରାଇଛି ଭାରତ । ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି ଏନଏସଏ ଅଜିତ ଡୋଭାଲ୍ । ସେପଟେ ଭାରତର ଏୟାରଷ୍ଟ୍ରାଇକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, “ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ” ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା