ଓଡିଶା

ଟ୍ରେନରୁ ନିଖୋଜ ହେଲେ କେନ୍ଦ୍ରମନ୍ତ୍ରୀ । ୩ ଘଣ୍ଟା ପରେ, ୧୬୨ କି.ମି ଦୂରରୁ ମିଳିଲା ପତ୍ତା…

ଟ୍ରେନରୁ ରହସ୍ୟମୟ ଢଙ୍ଗରେ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ସେ ଟ୍ରେନ୍‌ରୁ ନିଖୋଜ ହୋଇଯାଇଥିଲେ । ଏହି ଘଟଣା ଶନିବାର ରାତିରେ ଘଟିଥିଲା । ରବିବାର ସକାଳେ ସେ ଦମୋହରେ ତାଙ୍କ ସ୍ଥାନରେ ନଥିଲେ । ଏ ନେଇ ରେଳବାଇ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଦୀର୍ଘ ୩ ଘଣ୍ଟା ପରେ, ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ସଂପରକ୍ରାନ୍ତି ଏକ୍ସପ୍ରେସରେ ଆହତ ଅବସ୍ଥାରେ ମନ୍ତ୍ରୀଙ୍କ ପତ୍ତା ମିଳିଥିଲା । ତାଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଥିଲା।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ବ୍ଲଡ ସୁଗାରର ସ୍ତର କମି ଯାଇଥିଲା, ଯେଉଁଥିପାଇଁ ସେ ଚଳନ୍ତା ଟ୍ରେନରେ ଚଢୁ ଚଢୁ ପଡି ଯାଇଥିଲେ । ପାଦ ଖସିଯିବାରୁ ତାଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା ଏବଂ ଖଣ୍ଡିଆ ହୋଇଯାଇଥିଲେ । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପରକ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ଜୁଏଲ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । 

କେନ୍ଦ୍ରମନ୍ତ୍ରୀଙ୍କ ପିଏଙ୍କ କହିବାନୁସାରେ ସେ ହରଦୁଆରୁ ଟ୍ରେନରେ ଦେଖିବାକୁ ମିଳିନଥିଲେ । ପରେ ଜଣାପଡିଲା ଯେ ଟ୍ରେନ୍ ସେଠାରେ ଅଟକି ନଥିଲା । କିନ୍ତୁ ସକାଳ ୬.୫୫ ରେ କେନ୍ଦ୍ରମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ । ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଜବଲପୁର ଅଣାଯାଇଥିଲା । ମନ୍ତ୍ରୀ ଜବଲପୁରରେ ପହଞ୍ଚିବା ମାତ୍ରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ସମ୍ପୂର୍ଣ୍ଣ ଘଟଣା ଉପରେ ମନ୍ତ୍ରୀ ଜୁଏଲ୍ ଓରାମଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା