ଓଡିଶା କଳା ସଂସ୍କୃତି

ଜନାର୍ଦ୍ଦନପୁରରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଯାତ୍ରା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହେଉଛି । ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଆୟୋଜକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଏହି ଦିନରେ ଶନିଶ୍ଚରଙ୍କ ପୀଠକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଭକ୍ତ ନିଜର ମନୋବାଞ୍ଛା ପୂରଣ ନିମନ୍ତେ ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଆଣି ଶନିଦେବଙ୍କ ମସ୍ତକରେ ଢାଳି ଜଳାଭିଷେକ କରିଥାନ୍ତି । ଏହି ଉପଲକ୍ଷେ ଏଠାରେ ବଡ ଧରଣର ଯାତ୍ରା ଓ ମେଳା ଅନୁଷ୍ଠିତ ହେଉଛି । ବହୁ ସଂଖ୍ୟାରେ ଦୋକାନ ବଜାର ଖୋଲାଯାଇ କିଣାବିକା ଲାଗିଛି । ସହସ୍ରାଧିକ ଭକ୍ତଙ୍କ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଥଣ୍ଡା ସର୍ବତ ଓ ପଣା ବଣ୍ଟନ କରୁଛନ୍ତି । ଜଳହରି ବସନ୍ତ ଭାସ୍କର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କରାଯାଇଛି । ପୀଠରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦ୍ୱାରା ଭଜନ ସଂକୀର୍ତନ ଅନୁଷ୍ଠିତ ହେବା ସହ ଏକ ଦିବସ ବ୍ୟାପି ଶନିଶ୍ଚର ମହାଯଜ୍ଞ ଅନୁଷ୍ଠିତ ହେଉଛି । ବିଭିନ୍ନ ଅପେରା ଦଳ ପକ୍ଷରୁ ଯାତ୍ରା ପରିବେଷଣ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଅନ୍ୟାନ୍ୟ ପୀଠ ମାନଙ୍କରେ ଜଳାଭିଷେକ ଅନୁଷ୍ଠିତ ହେଉଥିଲେ ହେଁ ଜନାର୍ଦନପୁର ଶନିଶ୍ଚର ପୀଠର ମାହାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶୃଙ୍ଖଳା ରକ୍ଷା ନିମନ୍ତେ ନେମାଳ ଓ ସାଲେପୁର ପୋଲିସ ନିୟୋଜିତ ହୋଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା