ଓଡିଶା

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଠିକାଦାରୀକୁ ନେଇ ବିବାଦ

ତାତିଲେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ
ବେଗୁନିଆପଡା, (ଫ୍ରିଟୁସ୍ପିକ୍/ ବାପୁନି କୁମାର ମାଲୁ) :
ହାଇସ୍କୁଲରେ ଠିକା କାମ ଦାୟିତ୍ୱ ନେଇଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଦ୍ୟାଳୟର ପରିଚାଳନା କମିଟି । ପୂର୍ବରୁ ୫ ଟିରେ ବିଭିନ୍ନ କାମ ନିମ୍ନ ମାନର କରି ବିବାଦରେ ଥିବା ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ପୁଣି ବିଦ୍ୟାଳୟର ଠିକା କାମ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟମାନେ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ । ବିଦ୍ୟାଳୟରେ ସମଗ୍ର ଶିକ୍ଷା ଅଭିଯାନରେ ୩ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପାଇଖାନା । ପୁରୁଣା ପାଇଖାନାକୁ ଭାଙ୍ଗି ନୂତନ ଭାବେ ନିର୍ମିତ ହେଉଥିବା ପାଇଖାନାରେ ଉକ୍ତ ମାଟି ଇଟା ଲାଗୁଛି । ସରକାରୀ ନିୟମକୁ ଧଜିଆ ଉଡାଇ ବିଦ୍ୟାଳୟର ପରିଚାଳନା କମିଟିର ଅଗୋଚରରେ ଏହି କାମ କରୁଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା । ତେବେ ପୂର୍ବରୁ ଏହି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ୫ଟି ଅଧିନରେ ବହୁ ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ପଞ୍ଚାୟତରେ ବିଦ୍ୟାଳୟ ଗୁଡିକରେ ଯେଉଁ କାମ ହେଉଥିଲା ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ହେଉଥିବା ବେଳେ ଏବେ ବିଦ୍ୟାଳୟ ପରିଚାଳନା କମିଟି ଅଗୋଚରରେ ବିଭାଗୀୟ ଯନ୍ତ୍ରୀ ବି କ୍ରିଷ୍ଣା ପାତ୍ର ବିଧାୟକଙ୍କ ନିଦେ୍ର୍ଦଶ କ୍ରମେ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ । ପରିଚାଳନା କମିଟି ପକ୍ଷରୁ ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ପଦକ୍ଷେପ ନିଆ ନ ଗଲେ ଭିଜିଲାନ୍ସର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି କମିଟିର ସଦସ୍ୟ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା