ଓଡିଶା

ବରିଷ୍ଠ ନାଗରିକଙ୍କ ପାଇଁ ଗଠିତ ହେଲା “ହିନ୍ଦୋଳ ଜନସୁରକ୍ଷା ମଞ୍ଚ”

ଧନ ଜୀବନ ସୁରକ୍ଷା ସହିତ ସମାଜ ସଂସ୍କାର ନିମନ୍ତେ ମଞ୍ଚ ନେବ ପଦକ୍ଷେପ
ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) :
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା ସହ ସମାଜରେ କୁସଂସ୍କାର, ମାଦକ ଦ୍ରବ୍ୟ ସେବନ, ଅସାମାଜିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା ବୃଦ୍ଧି ସାଙ୍ଗକୁ ଜଙ୍ଗଲକ୍ଷୟ ସହ ହାତୀ ସମେତ ବିରଳ ବନ୍ୟପ୍ରାଣୀ ବିଲୋପ ଏବଂ ପରିବେଶ ସୁରକ୍ଷାହାନୀ ବହୁଳ ମାତ୍ରାରେ ବୃଦ୍ଧି ପାଉଛି । ଏ ନେଇ ବରିଷ୍ଠ ନାଗରିକମାନେ ଉଦବେଗ ପ୍ରକାଶ କରିବା ସହ ଏହାକୁ କିପରି ପ୍ରତିହତ କରାଯିବ ସେ ନେଇ ଚିନ୍ତା କରିଛନ୍ତି । ଏ ଦିଗରେ ସମସ୍ତଙ୍କୁ ସଚେତନ କରିବା ସହ ପରିବେଶକୁ ରକ୍ଷାକରିବା ପାଇଁ ପଦକ୍ଷେପ ଗ୍ରହଣ ଏବଂ ସର୍ବୋପରି କିପରି ଜନଜୀବନ ସୁରକ୍ଷିତ ରହିବ ଏବଂ ଅସହାୟମାନଙ୍କ ସହାୟତା ସହ ଅଞ୍ଚଳର ବିକାଶ କିପରି ହୋଇପାରିବ ସେଥିପାଇଁ ଗଠିତ ହୋଇଛି “ହିନ୍ଦୋଳ ଜନସୁରକ୍ଷା ମଞ୍ଚ’ । ଚଳିତ ମାସ ୨ ତାରିଖରେ ସାତମାଇଲ ହାଟ ପଡ଼ିଆଠାରେ ବରିଷ୍ଠ ନାଗରିକ ମାନେ ଏକତ୍ରିତ ହୋଇ ଏହି ମଞ୍ଚ ଗଠନ କରିଛନ୍ତି ।

ଏହି ସଭାରେ ବରିଷ୍ଠ ନାଗରିକ ମଞ୍ଚ ସଂଯୋଜକ ସମାଜସେବୀ ରତିକାନ୍ତ ଗଡନାୟକ, ବରିଷ୍ଠ ନାଗରିକ କ୍ଷେତ୍ରବାସୀ ବେହେରା, ନାଗରିକମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ବରିଷ୍ଠ ନାଗରିକ ଶରତଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ନାଗରିକ ସଂଜୀବ ପ୍ରଧାନ, ବରିଷ୍ଠ ନାଗରିକ ତଥା ସମାଜ ସେବୀ ଛବିରାଜ ବିଶ୍ୱାଳ, ସମାଜସେବୀ ଗୋବିନ୍ଦ ବେହେରା, ସାମ୍ବାଦିକ ସୁଜିତ ବେହେରା, ଦୁଷ୍ମନ୍ତ ମିଶ୍ର, ପୂର୍ବତନ କାଉନସିଲର ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା, ଶ୍ୟାମଘନ ଭୂତିଆ, ଜନମଙ୍ଗଳ ପ୍ରତିଷ୍ଠାତା ବିଭୁ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ପରବର୍ତ୍ତୀ ବୈଠକରେ ଏହି ମଞ୍ଚର ରୂପରେଖ, କାର୍ଯ୍ୟପନ୍ଥା, କାର୍ଯ୍ୟକର୍ତ୍ତା ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ନାଗରିକମାନେ ସ୍ଥିରୀକୃତ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା