ଓଡିଶା

ନିଖୋଜ୍ ଯୁବକର ମିଳୁନି ପତ୍ତା, ଭରତପୁର ଥାନାରେ ଅଭିଯୋଗ…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ସଞ୍ଜୀବ କୁମାର ସେଠି ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଚଳିତ ମାସ ୨ ତାରିଖରେ ଘରଲୋକ ତାଙ୍କର ମୋବାଇଲ୍ ନମ୍ବର ୮୨୪୯୮୧୨୮୬୮କୁ ଯୋଗାଯୋଗ କରିଥିଲେ, ମାତ୍ର ଫୋନ୍ ସୁଇଜ୍ ଅଫ୍ ଥିବାରୁ ଯୋଗାଯୋଗ ହେଇପାରି ନ ଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଯୋଗାଯୋଗ ସମ୍ଭବ ନ ହେବାରୁ ପରିବାର ପକ୍ଷରୁ ସଞ୍ଜୀବଙ୍କ ସ୍ତ୍ରୀ ପୂର୍ଣ୍ଣିମା ସେଠି ଭୁବନେଶ୍ୱରର ଭରତପୁର ଥାନାରେ ଗତ ୪ ତାରିଖରେ ନିଖୋଜକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଭରତପୁର ଥାନା କେସ୍ ନମ୍ବର ୧୫୯/୨୪ ରେ ମାମଲା ରୁଜୁକରି ଏଏସ୍ଆଇ ଏସ୍ ଦଳେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା