ମାଲାବାରରେ ଭାରତୀୟବଧୂ ଉତ୍ସବ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ମାଲାବାର ଗୋଲ୍ସ ଆଣ୍ଡ ଡାଇମଣ୍ଡ ଭାରତରେ ଥିବା ଏହାର ସମସ୍ତ ଆଉଟଲେଟ୍ରେ ଆକର୍ଷଣୀୟ ଅଫର ସହିତ ବ୍ରାଇଡ୍ସ ଅଫ୍ ଇଣ୍ଡିଆ ନାମରେ ବିଶେଷ ପ୍ରଦର୍ଶନୀ ଶୁଭାରମ୍ଭ କରିଛି । ସହିଦ ନଗର ସ୍ଥିତ ମାଲାବାର ଶୋ’ରୁମରେ ଏହି ପ୍ରଦର୍ଶନୀକୁ ଫେସନ ଡିଜାଇନର ଜୁବିନା ଅଲି ଉଦ୍ଘାଟନ କରିଥିଲେ । ପ୍ରଦର୍ଶନୀରେ ସୁନା, ହୀରା, ପୋଲକି, ମୂଲ୍ୟବାନ ରତ୍ନ ଆଦିରେ ସ୍ୱତନ୍ତ୍ର ବିବାହ ଅଳଙ୍କାର ସଂଗ୍ରହ ପ୍ରଦର୍ଶିତ ହୋଇଛି । ଏହି ଅବସରରେ ବିଭିନ୍ନ ଅଫର ଘୋଷଣା କରିଛି ଯାହା ଡିସେମ୍ବର ୮ ପର୍ଯ୍ୟନ୍ତ ବୈଧ ରହିବ ବୋଲି କମ୍ପାନୀ ଘୋଷଣା କରିଛି । ସୁନା ଅଳଙ୍କାର ଗଢ଼ା ମଜୁରୀ ଉପରେ ୨୫% ପର୍ଯ୍ୟନ୍ତ ଓ ଅନକଟ୍ ଅଳଙ୍କାର ଗଢ଼ା ମଜୁରୀ ଉପରେ ଫ୍ଲାଟ୍ ୨୫% ଓ ହୀରା ମୂଲ୍ୟ ଉପରେ ୨୫% ରିହାତି ଉପଲବ୍ଧ ହେଉଛି ବୋଲି ବ୍ରାଇଡସ୍ ଅଫ୍ ଇଣ୍ଡିଆ ଫେଷ୍ଟିଭାଲ୍ ଅଫରଗୁଡିକର ଶୁଭାରମ୍ଭ ସମ୍ପର୍କରେ ସୂଚନା ଦେଇ ମାଲାବାର ଗ୍ରୁପ୍ ଚେୟାରମ୍ୟାନ୍ ଏମ୍ ପି ଅହମ୍ମଦ କହିଛନ୍ତି । ଅଗ୍ରୀମ ବୁକିଂ ବ୍ୟବସ୍ଥାରେ ଗ୍ରାହକ ସର୍ବନିମ୍ନ ୧୦% ଅଗ୍ରୀମ ଦେଇ ଅଳଙ୍କାର ବୁକ୍ କରିପାରିବେ । ଭାରତର ସମସ୍ତ ମାଲାବାର ଶୋ’ରୁମଗୁଡ଼ିକରେ ସୁନା ଦର ସମାନ ରହିଥାଏ । ପ୍ରତି ଅଳଙ୍କାର ଉପରେ ୧୦୦% ମାଗଣା ରକ୍ଷଣାବେକ୍ଷଣ, ପୁରୁଣା ସୁନା ଅଳଙ୍କାର ବିନିମୟରେ ୧୦୦% ସୁନା ମୂଲ୍ୟ ସହିତ ସମସ୍ତ ଅଳଙ୍କାର ଉପରେ ଏକ ବାଏବ୍ୟାକ୍ ଗ୍ୟାରେଣ୍ଟି ଓ ବର୍ଷକ ପାଇଁ ମାଗଣା ବୀମା ରହିଥାଏ ଓ କମ୍ପାନୀର ପ୍ରତି ହୀରାର ଆନ୍ତର୍ଜାତିକ ମାନ ୨୮ଟି ପରୀକ୍ଷା ମାଧ୍ୟମରେ ଯାଞ୍ଚ କରାଯାଇଥାଏ ।