ଓଡିଶା

ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକଙ୍କ ବିୟୋଗ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକଙ୍କ ଅକାଳ ବିୟୋଗରେ ସାରା ହିନ୍ଦୋଳ ସ୍ତବ୍ଧ । ଖବରରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା (୭୦)ଙ୍କର ଅସୁସ୍ଥତା ହେତୁ ନିଜ ବାସଭବନ ନୂଆକୋଟ ଡିହସାହିରେ ପରଲୋକ ହୋଇଯାଇଛି । କ୍ଷିରୋଦ କିଛି ଦିନ ଧରି ସ୍ନାୟୁଗତ ରୋଗରେ ଆକ୍ରାନ୍ତ ହେବାସହ ଗତ କିଛି ବର୍ଷ ହେବ ଶଯ୍ୟାଶାୟୀ ରହିବା ସହ ଚିକିତ୍ସାଧୀନ ଥିଲେ । ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଶୈଳବାଳା ବେହେରାଙ୍କ ସ୍ୱାମୀ ସ୍ୱର୍ଗୀୟ କ୍ଷୀରୋଦ ଚନ୍ଦ୍ର ବେହେରା ବାଉଁଶପୋଖରୀ କେନ୍ଦ୍ର ସମବାୟ ସମିତି ସମ୍ପାଦକ ଭାବରେ ଦୀର୍ଘ ୧୭ ବର୍ଷ ଧରି ଦାୟିତ୍ୱରେ ଥିଲେ । କ୍ଷୀରୋଦଙ୍କ ପରଲୋକ ଖବରପାଇ ବାଉଁଶପୋଖରୀ ପଞ୍ଚାୟତ ସରପଞ୍ଚ ରଣଜିତ ପ୍ରଧାନ (ରୁନା) ତାଙ୍କ ବାସଭବନରେ ପହଂଚି ତାଙ୍କର ଅନ୍ତିମ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁଜିତ୍ କୁମାର ବେହେରା, ତ୍ରିନାଥ ବେହେରା, ୱାର୍ଡ ସଭ୍ୟ ସବିତା ବେହେରା, ବୁଦ୍ଧିଜୀବୀ ପ୍ରଶ୍ନ ପ୍ରଧାନ ଉପସ୍ଥିତ ରହି ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ କ୍ଷୀରୋଦଙ୍କ ସମଗ୍ର ପଞ୍ଚାୟତବାସୀ, ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଓ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରି ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ କ୍ଷୀରୋଦ ଜଣେ ପରୋପକାରୀ, ମେଳାପୀ, ମିଷ୍ଟଭାସୀ, ଜନପ୍ରିୟ ରହିବାସହ ତାଙ୍କ ଯୋଗଦାନ ସବୁଦିନପାଇଁ ତାଙ୍କୁ ଚିରସ୍ମରଣୀୟ କରିରଖିବ । ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳ ଶୋକସାଗରରେ ଡୁବି ରହିବା ସହ ଅଞ୍ଚଳ ସ୍ତବ୍ଦ ହୋଇପଡିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା