ଓଡିଶା

ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣ, ବନ୍ଧା ହେଲେ ୧୦ ଜଣ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣଙ୍କୁ ବାନ୍ଧିଲା ପୋଲିସ୍‌ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା ପୋଲିସ୍ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ଗତକାଲି ସନ୍ଧ୍ୟାରେ ଯାଜପୁର ଟାଉନ୍ ଥାନା ବୁଢାପୋଲଠାରେ ବିଧାୟକ ହିମାଂଶୁ ସାହୁ ଗାଡିରେ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ବିଜେଡି ନେତା ବବି ଦାସଙ୍କ ସମର୍ଥକ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ସିଧାସଳଖ ଅଭିଯୋଗ କରିଥିଲେ ଧର୍ମଶାଳା ବିଧାୟକ । ଏଥିସହିତ ପିଏସ୍‌ଓଙ୍କୁ ଆକ୍ରମଣ କରାଯାଇଥିବା ବିଧାୟକ ଅଭିଯୋଗ କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ବିଜେପି କର୍ମୀମାନେ ସେଠାରେ ପହଞ୍ଚିଥିଲେ । ଏହା ପରେ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ । ଅପରପକ୍ଷେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଧାୟକ ଶ୍ରୀ ସାହୁ ଓ ତାଙ୍କ ସମର୍ଥକମାନେ ଧାରଣାରେ ବସିଥିଲେ । ବିଳମ୍ୱିତ ରାତିରେ ଯାଜପୁର ଏସ୍‌ପି ଆନ୍ଦୋଳନ କରୁଥିବା ବିଧାୟକ ଓ ତାଙ୍କ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣାରେ ପୋଲିସ୍ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେପଟେ ଯାଜପୁରର ପୂର୍ବତନ ବିଧାୟକ ବବି ଦାସ ବର୍ତ୍ତମାନର ବିଧାୟକ ହିମାଂଶୁଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଘଟଣାକୁ ନିନ୍ଦା କରୁଛି । ଆକ୍ରମଣ ସମୟରେ ମୁଁ ଘଟଣା ସ୍ଥଳରେ ନ ଥିଲି, ଅନ୍ୟ ଏକ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ଥିଲେ । ମୋ ଭାଇଙ୍କ ନାଁରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ଗୋଷ୍ଠୀ । ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ।’

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା