ଓଡିଶା

ଦୀର୍ଘ ୩୪ ବର୍ଷ ପରେ ହିନ୍ଦୋଳକୁ ପୁଣି ମିଳିବ ସୂଚନା କେନ୍ଦ୍ର ଓ ପାଠାଗାରର ସୁବିଧା….

ଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସଦର ମହକୁମାରେ ୧୯୯୦ ମସିହାରେ ସ୍ଥାପିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ତେବେ ଏହାର ଆବଶ୍ୟକତାକୁ ଗୁରୁତର ସହ ଗ୍ରହଣ କରି ସରକାରଙ୍କ ପକ୍ଷରୁ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ ସହାୟତାରେ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେହି ସ୍ଥାନରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଶିଳାନ୍ୟାସ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ତହସିଲଦାର ଦିଲୀପ କୁମାର ସେଠୀ, ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଅମ୍ବିକା ପ୍ରସାଦ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆରମ୍ଭରୁ କାର୍ଯ୍ୟକ୍ରମର ପରିଚାଳନାରେ ବିଭ୍ରାଟ ନେଇ ଉପସ୍ଥିତ କେତେକ ଶାସକ ଦଳର କାର୍ଯ୍ୟକର୍ତ୍ତା ଓ କମ୍ପାନୀ ଅଧିକାରୀଙ୍କ ମଧ୍ୟରେ ବାକ୍ ବିତଣ୍ଡା ଚାଲି ଥିବାର ଦେଖା ଯାଇଥିଲା । ଶିଳାନ୍ୟାସ କାର୍ଯ୍ୟକ୍ରମ ସ୍ଥାନରେ ତେଣ୍ଡ ଭିଡା ହୋଇ ନଥିବା ସହ ଅତିଥିମାନଙ୍କ ପାଇଁ ଚୌକିର ବ୍ୟବସ୍ଥା ହୋଇ ନଥିବାରୁ କେତେକ ଅତିଥି ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଏବଂ ଖବରଦାତାମାନେ ଖରାରେ ଏଣେ ତେଣେ ଏପଟ ସେପଟ ହେଉଥିଲେ । କିଛି ଶିଳାନ୍ୟାସ କାର୍ଯ୍ୟକ୍ରମ ପୂର୍ବରୁ ସେହି ସ୍ଥାନ ଛାଡି ପଳାଇ ଥିବାର ଦେଖା ଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେବାରୁ ଇଂରାଜୀରେ ଲେଖାଯାଇଥିବା ବ୍ୟାନରକୁ ହଟାଯାଇ ଓଡ଼ିଆ ବ୍ୟାନର ଲଗା ଯାଇଥିଲା ।

ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ (ଦାୟିତ୍ୱ)ଙ୍କ ଉପସ୍ଥିତିରେ ଏହି ସମସ୍ତ କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ପରିଚାଳନା ଗତ ତ୍ରୁଟି ଯୋଗୁଁ ଉପସ୍ଥିତ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟ ଯେ ଦୀର୍ଘ ୩୪ ବର୍ଷ ଧରି ସ୍ଥାନୀୟ ଅମଲା ପଡ଼ା ଫ୍ରେଣ୍ଡସ କ୍ଳବଟିକୁ ସୂଚନା କେନ୍ଦ୍ର ଓ ପାଠାଗାର ଭାବେ ଆଜି ପର୍ଯ୍ୟନ୍ତ ବ୍ୟବହାର କରାଯାଇ ଆସୁଥିଲା । ଦୀର୍ଘ ବର୍ଷ ଧରି ଷ୍ଟାପ ସମସ୍ୟା ସାଙ୍ଗକୁ ଗୃହଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଥିଲା । ବିଭିନ୍ନ ସମୟରେ ଏହାର ମରାମତି ଓ ରୂପାନ୍ତରିକରଣ ପାଇଁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦୀର୍ଘ ବର୍ଷ ପରେ ଏହାର ନବୀକରଣ ପାଇଁ ଭୂମି ପୂଜା ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପାଠକୀୟ ମହଲରେ ପ୍ରଶଂସା କରାଯାଉଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା