ଓଡିଶା

ବିଜେଡ଼ି ଡିଜିଟାଲ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କର୍ମଶାଳା ଶିବିର…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବିଜେଡିର ସ୍ୱତନ୍ତ୍ର ଡିଜିଟାଲ ସଭ୍ୟ ସଂଗ୍ରହ କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ସଦର ମହକୁମା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୋଲଗଡ଼ ବ୍ଲକର ଛାମୁଆ ବିଜେଡି କର୍ମୀ ଓ ସମସ୍ତ ପଞ୍ଚାୟତର ଡିଜିଟାଲ ସ୍ୱେଚ୍ଛାସେବୀମାନଙ୍କୁ ନେଇ ସଭ୍ୟ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଜେଡ଼ି ସୁପ୍ରିମୋ ଶ୍ରୀ ପଟ୍ଟନାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳକୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକୁ ରାଜ୍ୟ ବିଜେଡି ସମ୍ପାଦକ ଶୁଭକାନ୍ତ ମହାପାତ୍ର ପ୍ରଶିକ୍ଷକ ଭାବେ ଉପସ୍ଥିତ ଥିବା ସମସ୍ତ ଯୁବବନ୍ଧୁôଙ୍କୁ ୱାର୍ଡ ସ୍ତରରେ ନୂତନ ସଦସ୍ୟତା ଅଭିଯାନ ସମ୍ପର୍କର ଅବଗତ କରିଥିଲେ ।

ପ୍ରଶିକ୍ଷକ ସୁରେଶ ସାମନ୍ତରାୟ ଓ ସଂଯୋଜକ ସାଗର ବରାଳ ପ୍ରମୁଖ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ବିଧାୟକ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ସମସ୍ତ ଯୁବବନ୍ଧୁମାନେ ୱାର୍ଡସ୍ତରରେ ନୂତନ ସଦସ୍ୟତା ଓ ସକ୍ରୀୟ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିବା ସହ ଦଳର ସୁପ୍ରିମଙ୍କ ଉଦ୍ଦେଶ୍ୟକୁ ସଫଳ କରିବା ସହ ତୃଣମୂଳସ୍ତରରେ ଦଳକୁ ମଜଭୁତ କରିବା ପାଇଁ ଶପଥ ନେଇଥିଲେ । ଏହି ଶିବିରରେ ୨୬ନମ୍ବର ଜୋନ୍ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ, ୨୫ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ, ସରପଞ୍ଚ ପ୍ରମୋଦ କୁମାର ରାଉତରାୟ, ସମିତି ସଭ୍ୟ ଦିଲୀପ କୁମାର ମହାପାତ୍ରଙ୍କ ସମେତ ୧୯ଗୋଟି ପଞ୍ଚାୟତର ବହୁ ବିଜେଡିର ଛାମୁଆ କର୍ମୀମାନେ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା