ଓଡିଶା କ୍ରୀଡା

ଜାତୀୟ ସ୍ତରୀୟ ପେନଚାକ୍ ସିଲାଟ ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଶୁଭ୍ରାଂଶୁ…

ଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜମ୍ମୁ-କଶ୍ମୀର ଶ୍ରୀନଗର ସହରର ସେର କଶ୍ମୀର ଇଣ୍ଡୋର ସ୍ପୋର୍ଟ କମ୍ପ୍ଲେକ୍ସଠାରେ ସାରା ଭାରତର ବିଭିନ୍ନ ରାଜ୍ୟର କୃତି ଖେଳାଳିମାନଙ୍କୁ ନେଇ ପେନଚାକ୍ ସିଲାଟ ଇଣ୍ଡିଆ ଦ୍ୱାରା ଆୟୋଜିତ ୧୨ତମ ସର୍ବ କନିଷ୍ଠ, କନିଷ୍ଠ ଜାତୀୟ ସ୍ତରୀୟ ପେନଚାକ୍ ସିଲାଟ ପ୍ରତିଯୋଗିତା ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଖେଳ ଇଣ୍ଡିଆନ ଅଲମ୍ପିକ୍ ଆସୋସିଏସନ୍ ଏବଂ ଭାରତ ସରକାରଙ୍କ କ୍ରୀଡ଼ା ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏଥିରେ ମନୋନୀତ ହେବା ପାଇଁ ଢ଼େଙ୍କାନାଳ ଜିଲ୍ଲାର ଗୁରୁଦେବଜୀ ଗୁରୁକୁଳର ଛାତ୍ରଛାତ୍ରୀମାନେ ଗତ ମାସରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିରେ ଶୁଭ୍ରାଂଶୁ ଶେଖର ସାହୁ ସ୍ୱର୍ଣ୍ଣ ପଦକ ହାସଲ କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ସେ ବର୍ତ୍ତମାନ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଅଧ୍ୟୟନରତ ଥିବାବେଳେ ଗୁରୁଦେବଜୀ ଗୁରୁକୁଳରେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କଠାରୁ ପେନଚାକ୍ ସିଲାଟ ସମର ଶିକ୍ଷା ଗ୍ରହଣ କରୁଛନ୍ତି ।

ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୦ ଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଝାରସୁଗୁଡ଼ାଠାରେ ନଭେମ୍ବର ୧ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେ ଅଂଶ ଗ୍ରହଣ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ପେନଚାକ୍ ସିଲାଟ ଆସୋସିଏସନ୍ ଢେଙ୍କାନାଳର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ଶୁଭ୍ରାଂଶୁଙ୍କୁ ପୁଷ୍ପଗୁଚ୍ଛ, ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ଅଧିକାରୀ, ବୁଦ୍ଧିଜୀବୀ, ଖେଳପ୍ରେମୀ, ଆସୋସିଏସନର କର୍ମକର୍ତ୍ତା ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଶୁଭ୍ରାଂଶୁ ଶେଖର ସାହୁଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଆଶା ସେ ନିଶ୍ଚୟ ଓଡ଼ିଶା ପାଇଁ ପଦକ ଜିତି ଆମ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ହାସଲ କରିବେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା