ଗମ୍ଭାରିଗୁଡ଼ାରେ ଗୋଷ୍ଟାଷ୍ଟମୀ ପୂଜା କଳସ ଯାତ୍ରା ଅନୁଷ୍ଠିତ…

ନୂଆପଡା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିଗୁଡ଼ାଠାରେ ଗୋଷ୍ଟାଷ୍ଟମୀ ପୂଜାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁ ପୋଖରୀରେ ମୁଖ୍ୟ ପୂଜକ ଅଖିଳ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ କଳସରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା । ଉକ୍ତ ପୂଜାରେ କର୍ତ୍ତା ଭାବେ ଚନ୍ଦ୍ରମଣି ବାଗ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତାର ଦାୟିତ୍ଵ ସୂଚାରରୂପେ ପାଳନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ଅଖିଳ ପୁରୋହିତ ଏବଂ ସହଯୋଗୀ ଭାବରେ ବିଷ୍ଣୁ ପୁରୋହିତ, ଘନଶ୍ୟାମ ଦାସ, ବୃଷଭ ଦାସ ବିଶେଷ ସହଯୋଗ କରିଥିଲେ । ପୂଜା କମିଟି ସଭାପତି ଅକାଳ ହଂସ, ସମ୍ପାଦକ ହୃଦାନନ୍ଦ ଖର୍ସେଲ, ସହ ସମ୍ପାଦକ ରମେଶ ମନହିରା, କୋଷାଧ୍ୟକ୍ଷ ଓଁକାର ମନହୀରା, ଜଗଦୀଶ ନିଆଲ, ହେରମ୍ବା ବାଗ, ଭୁବନେ ଖର୍ସେଲ, ଦେବ ନାଗ, ଗିରିଧାରୀ ନାଗ, ଗୋବିନ୍ଦ ନାଗ, ବିନୋଦ ଖର୍ସେଲ, କୁଞ୍ଜ ବିହାରୀ ହଂସ, ରୁପସିଂ ଭୋଇ, କେଦାର ନାଗ, ଖଗେଶ୍ବର ଖର୍ସେଲ, ବଳଦେବ ପୁଞ୍ଜି, ବନବିହାରୀ ମେହେର, ବନମାଳୀ ମେହେର, ମଦନ ସୁନ୍ଦର ମେହେରଙ୍କ ଆୟୋଜନ କ୍ରମେ ପୂଜାର କଳସ ଯାତ୍ରା ଆନନ୍ଦ ଉଲ୍ଲାସ ସହ କଳସ ଯାତ୍ରା ସମ୍ପନ୍ନ ହୋଇଥିଲା । ଏଥିରେ ଗାଁର ଶଙ୍ଖ ଘଣ୍ଟ ଦଳର ଧ୍ଵନିରେ ଗମ୍ଭାରିଗୁଡା ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କଳସ ଯାତ୍ରା କାର୍ଯ୍ୟକ୍ରମରେ ଗ୍ରାମର ହଜାର ହଜାର ମହିଳା ଏବଂ ଝିଅମାନେ ଯୋଗ ଦେଇଥିଲେ ।