ଓଡିଶା

ଏସ୍ ଡି ଆଇ ଏବଂ ଡି ଏସ୍ ଜି ଇ ମଧ୍ୟରେ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ରାଜିନାମା ସ୍ୱାକ୍ଷରିତ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱର ତରାବୋଇ ସ୍ଥିତ ଦକ୍ଷତା ବିକାଶ ସଂସ୍ଥା ପରିଦର୍ଶନ କରି ଅନୁଷ୍ଠାନର ବିଭିନ୍ନ ଭିତ୍ତିଭୂମି ଅନୁଧ୍ୟାନ କରିବାସହ ଅନୁଷ୍ଠାନର ମଧୁସୂଦନ ସମ୍ମିଳନୀ କକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ସଂସ୍ଥା କାର୍ଯ୍ୟକ୍ରମ ସମ୍ବନ୍ଧରେ ପଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁଙ୍କ ଉକ୍ତ ଅନୁଷ୍ଠାନ ପରିଦର୍ଶନ ପ୍ରଥମ ଥର ହୋଇଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଯଥାକ୍ରମେ କୌଶଳ ଭାରତ -କୁଶଳ ଭାରତ ଏବଂ ନୂଆ ଓଡିଶା ଅଭିଯାନ ଯୋଜନାରେ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରି କୁଶଳୀ କରାଇ ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାରେ ଦକ୍ଷତା ବିକାଶ ସଂସ୍ଥା ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପୋଷଣ କରିଥିଲେ ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଦକ୍ଷତା ବିକାଶ ସଂସ୍ଥା ଏବଂ ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦେଶାଳୟ ମଧ୍ୟରେ ଏକ ବର୍ଷ ପାଇଁ ନୁଆ ଓଡିଶା ଅଧୀନ ଓଡିଶାର ବେକାର ଯୁବକ ଯୁବତୀ ମାନଙ୍କୁ ନୂତନ ଉନ୍ନତ ଅଭିଳାଶା ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ବୈଠକରେ ରାଜ୍ୟ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା, ଅତିରିକ୍ତ ନିର୍ଦେଶକ ଶ୍ରୀ ଆର ଏମ ଖିଲାର, ଉପନିର୍ଦେଶକ ଶ୍ରୀ ବିଜୟ କୁମାର ପାତ୍ର, ସି ଇ ଓ, ଏସ ଡି ଆଇ ଶ୍ରୀ ରଞ୍ଜନ ଭୌମିକ, ସି ଓ ଓ, ଶ୍ରୀ ରାଜେଶ କୁମାର ତ୍ରିପାଠୀ, ଡି ଜି ଏମ, ତାଲିମ, ଶ୍ରୀ ନିହାର ରଞ୍ଜନ ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଅରୁଣ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ଉପନିର୍ଦ୍ଦେଶକ, ଦକ୍ଷତା ବିକାଶ ଏବଂ ନିଯୁକ୍ତିଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ତଥା ଏସ ଡି ଆଇ ସଂସ୍ଥାର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା