ଓଡିଶା

ହିନ୍ଦୋଳ ବ୍ଲକରେ ପୂଜ୍ୟପୂଜାଙ୍କୁ ଅସମ୍ମାନ

ଶୌଚାଳୟ ପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ରହିଛି ଜାତିର ଜନକ ଓ ଓଡିଶାର ବରପୁତ୍ରଙ୍କ ତୈଳଚିତ୍ର
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) :
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ବରପୁତ୍ରଙ୍କୁ ଅସମ୍ମାନ । ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ପୂର୍ବ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ଉଦ୍ୟମରେ ବ୍ଲକର ନବୀକରଣ ହୋଇ ଭବ୍ୟ କାର୍ଯ୍ୟାଳୟ ନିର୍ମାଣ ସହ ନିର୍ମିତ ହୋଇଥିଲା ବିଜୁ ସଭାଗୃହ । ଚଳିତ ନିର୍ବାଚନ ପୂର୍ବରୁ ଏହି ସଭାଗୃହରେ ପୂଜା ପାଉଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ସଂଗ୍ରାମୀ ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ତେବେ ପୂଜ୍ୟପୂଜା ବରପୁତ୍ରଙ୍କ ତୈଳଚିତ୍ର ସଭାଗୃହ ଉଭୟ ପାର୍ଶ୍ୱରେ ଶୋଭା ପାଉଥିବାବେଳେ ସଭାଗୃହରୁ ବାହାର କରିନିଆଯାଇ ଏବେ ଅତି ଦୟନୀୟ ଅବସ୍ଥାରେ ବିଶ୍ରାମ ଗୃହ ଶୌଚାଳୟକୁ ଲାଗି ଦୁଇଟି ଫୋଟୋକୁ ଏକ କୋଣରେ କାଠ ଷ୍ଟୁଲ ଉପରେ ଅବହେଳିତ ଅବସ୍ଥାରେ ରଖିଦିଆଯାଇଛି ।

ସେଠାକୁ ବହୁ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ଜନପ୍ରତିନିଧି, ରାଜନେତା ଆସୁଥିବାବେଳେ କିଭଳି ଏଥିପ୍ରତି ନଜର ଦେଉନାହାନ୍ତି ତାହା ଆଶ୍ଚର୍ଯ୍ୟ ଚକିତ କରିଛି । ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ହୀନ ରାଜନୀତି ପାଇଁ ପୂଜ୍ୟ ପୂଜାଙ୍କୁ ଜାଣିଶୁଣି ଶୌଚାଳୟ ପାର୍ଶ୍ୱରେ ଅବହେଳିତ କରି ରଖା ଯାଇଥିବା ବେଳେ ଏହା କାହା ଇଂଗିତରେ କରାଯାଇଛି ପ୍ରଶ୍ନ ଉଠିଛି । ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ପଞ୍ଚାୟତରୁ ପ୍ରତିଦିନ ବହୁ ଜନସାଧାରଣ ଅନେକ କାମ ପାଇଁ ଆସୁଥିବା ବେଳେ ଦୁଇ ମହାନ ବରପୁତ୍ରଙ୍କ ତୈଳ ଫଟୋ ଚିତ୍ରକୁ ଏହିଭଳି ଅବହେଳିତ ଅବସ୍ଥାରେ ଦେଖି ନିନ୍ଦା କରିଛନ୍ତି । ବ୍ଲକ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଯଥା ଶୀଘ୍ର ଦୁଇ ପୂଜ୍ୟ ପୂଜାଙ୍କୁ ସମ୍ମାନର ସହ ଯଥା ସ୍ଥାନରେ ରଖି ଉଚିତ୍ ସମ୍ମାନ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା