ଓଡିଶା

ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ କାର୍ଯ୍ୟରତ ମମତା ଡିପିଏଙ୍କ ନୂଆ ଚାଲ୍…

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ କାର୍ଯ୍ୟରତ ମମତା ଡିପିଏ ସୂର୍ଯ୍ୟନାରାୟଣ ସାହୁ ନିଜକୁ ବଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଜୋରସୋର ଉଦ୍ୟମ । ଏଥିପାଇଁ ସେ ଜିଲ୍ଲାର ସମସ୍ତ ସିଡିପିଓ ଏବଂ ସୁପରଭାଇଜରଙ୍କ ନାଁରେ ଆଣିଛନ୍ତି ଲାଞ୍ଚ ନେଉଥିବା ଅଭିଯୋଗ । ଏ ଅଭିଯୋଗ କୁଆଡେ ମମତା ଡିପିଏ ସୂର୍ଯ୍ୟନାରାୟଣ ସାହୁଙ୍କ ତତ୍ୱାବଧାନରେ ରଜନୀ ମଲିକ କରିଥିବା ଜଣାପଡିଛି । ଏ ନେଇ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି କୁନା ଦିଗାଲ ତଦନ୍ତ କରିବା ପରେ ଏଭଳି ନାମରେ କୌଣସି ମହିଳା ଜିଲ୍ଲାର କୌଣସି ଛତୁଆ ସଂସ୍ଥାରେ କାର୍ଯ୍ୟରତ ନ ଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି । ମମତା ଡିପିଏ ସୂର୍ଯ୍ୟନାରାୟଣ ସାହୁଙ୍କ ବହୁ କେଳେଙ୍କାରୀ ନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ କୁନା ଦିଗାଲ । ତେବେ କାହିଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ ସମୁଦାୟ ୧୬ ଗୋଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ରହିଥିବା ବେଳେ ଗୋଟିଏ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ଜିଲ୍ଲା କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଦୁର୍ନୀତି କରି ଚାଲିଥିବା ମମତା (ଡିପିଏ) ସୂର୍ଯ୍ୟନାରାୟଣ ସାହୁଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଘଣ୍ଟ ଘୋଡ଼େଇ ନିଜେ ଦୁର୍ନୀତିରେ ଲିପ୍ତ ଥିବା ନେଇ ଖବର ପ୍ରସାରଣ ହୋଇଥିଲା । ଏପରିକି ଦୀର୍ଘ ୧୨ ବର୍ଷ ଧରି ଗୋଟିଏ ବ୍ଲକରେ ରହି ଦୁର୍ନୀତିରେ ଲିପ୍ତଥିବା ମମତା ଡିପିଏ ସୂର୍ଯ୍ୟ ନାରାୟଣଙ୍କୁ ନୂତନ ଜିଲ୍ଲାପାଳଙ୍କ ଛାଟ କେବେ ପଡିବ ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ।
ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ନୂତନ ଜିଲ୍ଲାପାଳ ମହୋଦୟ ନୀରପକ୍ଷ ତଦନ୍ତ କରି ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଯୋଗକାରୀ ବୁଦ୍ଧିଜୀବୀଙ୍କ ସମେତ ରାଜ୍ୟ ଉପସଭାପତି ଶ୍ରୀ ଦିଗାଲ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା