ଓଡିଶା

କଂଗ୍ରେସ ଦଳକୁ ମଜବୁତ କରାଇବା, ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି…

ଜଗତସିଂହପୁର, (ଏଫ୍ଟୁଏସ୍/ ରିତା ସାହୁ) : ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ଓଡ଼ିଶାର ପୁର୍ବତନ ମନ୍ତ୍ରୀ, ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ସଦରମହକୁମାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ-ବାରବାଟୀ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସମସ୍ତ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ କଂଗ୍ରେସ ଦଳକୁ ମଜବୁତ କରାଇଲେ ଏହା ହିଁ ହେବ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ଆର୍ଯ୍ୟ ସମାଜର ସଭାପତି ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମ୍ମାନିତ ଅତିଥି ଭାବେ ବାଲିକୁଦାର ପୁର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଜଗତସିଂହପୁର ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ହିମାଂଶୁ ମଲ୍ଲୀକ, ଇଂ ନଳୀନ ରଞ୍ଜନ ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଡ଼ଃ ସୁଶାନ୍ତ କୁମାର କାନୁନଗୋ, ଲକ୍ଷ୍ମଣ ମଲ୍ଲିକଙ୍କ କନ୍ୟା ତଥା ସ୍ମୃତି କମିଟି ସମ୍ପାଦିକା ପ୍ରତିମା ମଲ୍ଲିକ ଯେ୍ଧଜ୍ଞ ଦେଇ ଲକ୍ଷ୍ମଣ ମଲ୍ଲିକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା