ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି ଅରୁନ୍ଧତୀ ଜୁଏଲର୍ସ…

‘ଅର୍ଘ୍ୟ’ ଓ ‘ଆରାଧ୍ୟା’ କଲେକ୍ସନ୍, ଗଢ଼ା ମଜୁରିରେ ଆକର୍ଷଣୀୟ ରିହାତି
ଭୁବନେଶ୍ୱର, (ଏଫ୍ଟୁଏସ୍) : ଭୁବନେଶ୍ୱର ଜନପଥରେ ଥିବା ଅରୁନ୍ଧତୀ ଜୁଏଲର୍ସ ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି । ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର ତଥା ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା, ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଏବଂ ନିର୍ଦ୍ଦେଶକ ଅରୁନ୍ଧତୀ ମେହେରଙ୍କ ଦ୍ୱାରା ନବୀକୃତ ସୋରୁମକୁ ଗ୍ରାହକଙ୍କ ଲାଗି ଉତ୍ସର୍ଗ କରାଯାଇଛି ।
ଅରୁନ୍ଧତୀ ଜୁଏଲର୍ସ ନିଜର ୨୫ ବର୍ଷ ପୂରଣ କରିବା ସହ ଗ୍ରାହକଙ୍କ ଭରଷାକୁ ଆହୁରୀ ମଜବୁତ କରିବା ପାଇଁ ନେଇ ଆସିଛି ପାର୍ବଣ ଭେଟି । ପାର୍ବଣର ନୂତନ କଲେକ୍ସନ୍ ‘ଅର୍ଘ୍ୟ’ ଏବଂ ‘ଆରାଧ୍ୟା’ ମଧ୍ୟ ଉନ୍ମୋଚିତ ହୋଇଛି । ୧୨ ହଜାର ବର୍ଗଫୁଟର ଏହି ସୋରୁମ୍ ରେ ୨୫ ହଜାରରୁ ଅଧିକ ନୂଆ ଡିଜାଇନର ଗହଣା ପ୍ରଦର୍ଶିତ ହୋଇଛି । ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ଏମ୍ ଡି ଶ୍ରୀ ମେହେର କହିଛନ୍ତି, ଦୀର୍ଘ ୨୫ ବର୍ଷର ଅତୁଟ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ପାଇଁ ଓଡ଼ିଶାବାସୀଙ୍କ ପ୍ରତି ଅରୁନ୍ଧତୀ ପରିବାର ସର୍ବଦା ନତମସ୍ତକ । ଆମ ପ୍ରିୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପ୍ରତିଟି ସଫଳ ସୋପାନ ଅତିକ୍ରମ କରିବାରେ ସହାୟକ ହୋଇଛି ।

ଗ୍ରାଣ୍ଡ ରି-ଓପେନିଙ୍ଗର ସର୍ବଶ୍ରେଷ୍ଠ ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରିରେ ସୁନିଶ୍ଚିତ ସର୍ବନିମ୍ନ ୨୫ % ରିହାତି, ‘ବାୟ ମୋର୍ ଗେଟ୍ ମୋର୍’ରେ ଅଧିକ ସୁନାଗହଣା କିଣି ସର୍ବାଧିକ ଫ୍ଲାଟ୍ ୫୦% ରିହାତି ପାଇପାରିବେ । ଏହା ସହିତ ସ୍ୱର୍ଣ୍ଣ ସମୃଦ୍ଧି ଯୋଜନା ମାଧ୍ୟମରେ ପ୍ରଥମ ଥର ପାଇଁ ଗଢ଼ା ମଜୁରୀ ସଂପୂର୍ଣ୍ଣ ମାଗଣା ରହିଛି । ତାହା ସହ ପ୍ରତ୍ୟେକ ଅଗ୍ରିମ ବୁକିଂ ଉପରେ ସୁନାର ସର୍ବନିମ୍ନ ବଜାର ଦର ସହିତ ମାଗଣା ସ୍ୱର୍ଣ୍ଣ, ରୌପ୍ୟ ମୁଦ୍ରା ତଥା ପୁରୁଣା ସୁନା ଗହଣା ବଦଳାଇଲେ ଗ୍ରାହକ ପ୍ରତ୍ୟେକ ୧୦ ଗ୍ରାମ ଉପରେ ୧୦୦୦ ଟଙ୍କାର ଅତିରିକ୍ତ ବୋନସ୍ ପାଇପାରିବେ ।